ପୋଲିସ ଗୁଳି ଫେଲ୍‌

ଗଞ୍ଜାମ ଜିଲାରେ ଅପରାଧ କମୁନି। ବ୍ରହ୍ମପୁର ଏବଂ ଗଞ୍ଜାମ ଦୁଇଟି ପୋଲିସ ଜିଲାରେ ଦୁଇଜଣ ଏସ୍‌ପି ଏବଂ ମାଳମାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରାଟ ଟିମ୍‌ ଥିବା ସତ୍ତ୍ୱେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। କମ୍‌ ବୟସର ଯୁବକମାନେ ଅପରାଧ ଦୁନିଆରେ ପାଦ ଦେଇ ପୋଲିସର ଅପାରଗତାର ସୁଯୋଗ ନେଇ, ଅଳ୍ପଦିନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ସଫଳ ହେଉଛନ୍ତି। ଅପରାଧୀଙ୍କୁ କାବୁ କରିବା ପାଇଁ ମଝିରେ ମଝିରେ ଉଭୟ ଜିଲା ପୋଲିସ ପକ୍ଷରୁ ଏନ୍‌କାଉଣ୍ଟର୍‌ କରାଯାଉଛି। ପ୍ରଥମେ ପ୍ରଥମେ ଏହି ଏନ୍‌କାଉଣ୍ଟରର ସଫଳତା ମିଳୁଥିଲା। ପୋଲିସ ଗୁଳି ପରେ ଅପରାଧୀମାନେ ନୀରବି ଯାଉଥିଲେ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବାରେ ପୋଲିସ ଗୁଳି ବି କାମ କରୁନି, ଫେଲ୍‌ ହୋଇଯାଇଛି। କାରଣ ଏନ୍‌କାଉଣ୍ଟର ପରେ ମଧ୍ୟ କେତେକ ପେସାଦାର ଅପରାଧୀ ପୁଣିଥରେ ଆପରାଧିକ କାଣ୍ଡ ଭିଆଉଛନ୍ତି।
ଟିକେ ପଛକୁ ଦୃଷ୍ଟିଦେଲେ ଜଣାଯାଏ, ଗଞ୍ଜାମ ଜିଲାକୁ ଅପରାଧୀଙ୍କ କବଳରୁ ମୁକୁଳାଇବା ପାଇଁ ୨୦୧୫ରେ ‘କ୍ରିମିନାଲ୍‌ କ୍ଲିନ୍‌’ ଆରମ୍ଭ ହୋଇଥିଲା। ଗଞ୍ଜାମ ଏବଂ ବ୍ରହ୍ମପୁର ଜିଲା ପୋଲିସ ପ୍ରାୟ ୩ଶହ ଦୁର୍ଦ୍ଦାନ୍ତ ଅପରାଧୀଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା। ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ କାବୁ କରିବା ପାଇଁ ବଛାବଛା ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ବହୁ ହାର୍ଡକୋର୍‌ ଅପରାଧୀଙ୍କୁ ଧରାଗଲା। ଯେଉଁମାନେ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କଲେ, ସେମାନଙ୍କୁ ଏନ୍‌କାଉଣ୍ଟର କରାଗଲା। ୨୦୧୫ ଏପ୍ରିଲ ୪ ତାରିଖରେ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଅକ୍ଷୟ ନାୟକଙ୍କୁ ଏନ୍‌କାଉଣ୍ଟର କରିବା ଥିଲା ଜିଲାରେ ପ୍ରଥମ। ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲାରେ କେବଳ ୨୦୧୫ରେ ୩, ୨୦୧୬ରେ ୧୪, ୨୦୧୭ରେ ୧୭ ଏବଂ ୨୦୧୮ରେ ୧୭ଟି ଏନ୍‌କାଉଣ୍ଟର ହୋଇଛି। ୨୦୧୯ରେ ଏବେ ସୁଦ୍ଧା ୪ଟି ଏନ୍‌କାଉଣ୍ଟର ହେଲାଣି। ଏଥିରେ ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇଜଣ ଅପରାଧୀ ବୁଲୁ ଓରଫ ଗଣେଶ ନାୟକ ଏବଂ ହୃଷୀକେଶ ପାତ୍ରଙ୍କୁ ମେ’ ୩୧ତାରିଖରେ ଏନ୍‌କାଉଣ୍ଟର ହୋଇଥିଲା।
ଉଭୟ ପୋଲିସ ଜିଲାରେ ପ୍ରାୟ ୬୦ ଏନ୍‌କାଉଣ୍ଟର ହୋଇ ସାରିଲାଣି। ପୋଲିସ ଗୁଳିରେ ୩ଜଣ ଅପରାଧୀଙ୍କର ମୃତ୍ୟୁ ମଧ୍ୟ ହୋଇଛି। ତଥାପି ଗଞ୍ଜାମ ଜିଲାରେ ଅପରାଧ କମୁନି। ଦାଦାବଟି, ଡକାୟତି ଏବଂ ଚୋରି ବଢ଼ିଚାଲିଛି। ଗ୍ୟାଙ୍ଗ୍‌ୱର୍‌ ଥମୁନି। ପୋଲିସ ଏନ୍‌କାଉଣ୍ଟରକୁ ମଧ୍ୟ ଅପରାଧୀମାନେ ଆଉ ଭୟ କରୁନାହାନ୍ତି। ଗଣେଶ, ଚକା, ଚେରୁ ନାମକ ୩ ଜଣ ପେସାଦାର ଅପରାଧୀଙ୍କୁ ବିଭିନ୍ନ ସମୟରେ ପୋଲିସ ଏନ୍‌କାଉଣ୍ଟର କରିଛି। ହେଲେ ପରବର୍ତ୍ତୀ ସମୟରେ ସେମାନେ ଜେଲ୍‌ରୁ ମୁକୁଳି ପୁଣି ଆପରାଧିକ ସାମ୍ରାଜ୍ୟ ଚଳାଇଥିଲେ। ଏପରିକି ଗଣେଶଙ୍କୁ ଦୁଇଥର ଏନ୍‌କାଉଣ୍ଟର କରାଯାଇଛି। କେବଳ ଏହି ୩ ଜଣ ନୁହନ୍ତି, ପୋଲିସର ଏନ୍‌କାଉଣ୍ଟର ତାଲିକାରେ ଏମିତି ଅନେକ ଅପରାଧୀଙ୍କ ନାମ ରହିଛି, ଯେଉଁମାନେ ଜେଲ୍‌ରୁ ମୁକୁଳିବା ପରେ ନିଜ ଗ୍ୟାଙ୍ଗ୍‌କୁ ସକ୍ରିୟ କରି ପୂର୍ବବତ୍‌ ଅପରାଧ ଘଟାଉଛନ୍ତି। ଅନ୍ୟପଟେ ପୋଲିସ ଯେଉଁ ଅପରାଧୀଙ୍କୁ ଗିରଫ କରୁଛି, ସେମାନଙ୍କ ଟ୍ରାକ୍‌ ରଖୁନି। କେଉଁ ଅପରାଧୀ, କେଉଁ ଦିନ ଜାମିନରେ ମୁକୁଳୁଛନ୍ତି, ସେନେଇ ପୋଲିସ ସୂଚନା ରଖୁନି। ଫଳରେ ପୋଲିସ ଅଜାଣତରେ ଅପରାଧୀମାନେ ଜେଲ୍‌ରୁ ମୁକୁଳି ଆପରାଧିକ କାର୍ଯ୍ୟକଳାପରେ ସକ୍ରିୟ ରହି ପୋଲିସ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri