ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ:୨ ବାଇକ୍‌, ୨୦ ହଜାର ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୪ା୫-ଦୀର୍ଘ ବର୍ଷ ଧରି ସହରରେ ବିିଭିନ୍ନ ଥାନା ଇଲାକାରେ ମହିଳାଙ୍କ ବେକରୁ ହାର ଲୁଟି ନେଉଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ୍‌ କରିଛି। ୪ ଜଣିଆ ଗ୍ୟାଙ୍ଗ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଆସିକା ଝଗଡ଼ାଇ ଅଞ୍ଚଳରୁ ରବିବାର ରାତିରେ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର ଥିବା ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ପୋଲିସ ସେମାନଙ୍କ ନିକଟରୁ ଘଟଣା ବେଳେ ଦୁଇଟି ବାଇକ୍‌ ଓ ୨୦ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ ଆସିକା ଥାନା ଝଗଡ଼ାଇ ଅଞ୍ଚଳର ଏ. ଗଣେଶ ଦାସ, ଏ. ଦୁର୍ଗା ଦାସ ଓ ନରସିଂହ ଦାସ। ଅଭିଯୁକ୍ତମାନଙ୍କୁ ବଡ଼ବଜାର ଥାନା କେସ୍‌ ନଂ ୯୯/୨୦ରେ ସୋମବାର କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଏରଗୁଲା ସମ୍ପ୍ରଦାୟର ହୋଇଥିବା ବେଳେ ସେମାନେ ରାଜ୍ୟ ଓ ବାହାରେ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଜେରା ବେଳେ ଜାଣିବାକୁ ପାଇଛି। ଏପରିକି କେରଳ ଓ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ଗ୍ୟାଙ୍ଗ ଲୁଟତରାଜ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏପ୍ରିଲ ୨୬ ଅକ୍ଷୟ ତୃତୀୟା ଦିନ ବଡ଼ବଜାର ଥାନା ଅନ୍ତର୍ଗତ ଗଣପତି ନଗର ଅଞ୍ଚଳର ଏସ୍‌. ଭାଗ୍ୟଲକ୍ଷ୍ମୀ ମନ୍ଦିରରୁ ଫେରୁଥିବା ବେଳେ ଦୁଇଟି ବାଇକ୍‌ରେ ଆସି ୪ ଜଣ ଯୁବକ ତାଙ୍କ ବେକରୁ ହାର ଝାମ୍ପି ନେଇଥିଲେ। ପରେ ଥାନାରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri