ପୋଲିସ ଏନ୍‌କାଉଣ୍ଟର ପ୍ରସଙ୍ଗ: ଟିକି, ବିଶ୍ୱରଞ୍ଜନଙ୍କ ପରେ କାହା ପାଳି

ପୁରୀ ଅଫିସ, ୨୯।୯: ଗତ ୯ତାରିଖରେ ପୋଲିସର ପୃଥକ ଏନ୍‌କାଉଣ୍ଟରରେ ଆହତ ହୋଇ ଦୁଇ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଟିକି ଓରଫ ସୟାମତ ଖାଁ ଓ ବିଶ୍ୱରଞ୍ଜନ ସାହୁ ଏବେ ପୁରୀ ଜେଲରେ ଅଛନ୍ତି। ଏବେ ପୁଣି ପୋଲିସ ଆଉ କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବାକୁ ଯୋଜନା ଚଳାଇଥିବା ଶୁଣିବାକୁ ମିଳୁଛି। ତେଣୁ ଏହି ଦୁଇ ଅପରାଧୀଙ୍କ ପରେ କାହା ପାଳି ପଡ଼ିବ ତାହା ସାଧାରଣରେ ପ୍ରଶ୍ନ ହୋଇଛି।

ସୂଚନା ଅନୁଯାୟୀ, ୨୦୦୪ରେ ଅପରାଧ ଦୁନିଆରେ ପାଦ ଥାପିଥିଲେ ଟିକି। ସେ ନିଜର ଗ୍ୟାଙ୍ଗ ଗଢି ଆପରାଧିକ କାର୍ଯ୍ୟକଳାପ ଜାରି ରଖିତ୍ଥିଲେ। ତାଙ୍କ ନାମରେ ପୁରୀ ସମେତ ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ୨୩ଟି ମାମଲା ରହିଥିବାବେଳେ ସେ ବାଲି ଓ ବନ୍ଧୁକ ଚୋରା ଚାଲାଣରେ ଲିପ୍ତ ଥିଲେ ବୋଲି ଜଣାପଡ଼ିିଛି। ସିପସରୁବାଲି, ବଳିଆପଣ୍ଡା ଅଞ୍ଚଳରୁ ଦୈନିକ ଟନ୍‌ ଟନ୍‌ ବାଲି ଚାଲାଣ କରି ଟିକି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ପୋଲିସକୁ ମୋଟା ଅଙ୍କର ବଟି ଦେଇ ସେ ନିଜ ଅପରାଧ ସାମ୍ରାଜ୍ୟର କାୟା ବିସ୍ତାର କରିଥିଲେ। ପୋଲିସ ଛତ୍ରଛାୟା ତଳେ ସୁରକ୍ଷିତ ରହି ନିଜ ଅପରାଧ ସାମ୍ରାଜ୍ୟ ଗଢିଥିବା ଟିକିଙ୍କ ଏନକାଉଣ୍ଟରକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିବା ଟିକିଙ୍କୁ ଧରିବା ଲାଗି ଦୀର୍ଘଦିନ ଧରି ଜାଲ ବିଛାଯାଇଥିଲା ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ସେହିପରି ୨୦୧୯ରେ ଅପରାଧ ଦୁନିଆରେ ପାଦ ଦେଇଥିଲେ ବିଶ୍ୱରଞ୍ଜନ। ତାଙ୍କ ନାମରେ ସଦର, ଟାଉନ, ତାଳବଣିଆ ଓ ବାସେଳିସାହି ଥାନାରେ ୫ଟି ମାମଲା ରହିଛି। ସେ ଏକ ଗ୍ୟାଙ୍ଗ ଗଢି ନିଜ କାୟା ବିସ୍ତାର ଲାଗି ଯୋଜନା କରୁଥିବାବେଳେ ପୋଲିସ ଗୁଳିରେ ଆହତ ହୋଇ ଧରାପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri