ନୀଳାଚଳ ଅର୍ବାନ ହାଟ ପ୍ରତି ପ୍ରଶାସନର ଅଣଦେଖା: ଅସ୍ତିତ୍ୱ ହରାଉଛି ସାଢ଼େ ୩କୋଟିର ପ୍ରକଳ୍ପ

ପୁରୀ ଅଫିସ, ୨୯।୯: ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡ ସୁଧୁରିବ। ଓଡ଼ିଶା ହସ୍ତକଳା, ହସ୍ତଶିଳ୍ପ ସାମଗ୍ରୀ ଦେଶ ବିଦେଶରେ ପହଞ୍ଚତ୍ବ। ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଏସବୁ ସାମଗ୍ରୀ ଦେଖିବା ସହ କ୍ରୟ କରିବେ। ଏହାଦ୍ୱାରା ହସ୍ତଶିଳ୍ପୀଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବା ସହ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ। ଏଥିସହ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢାଯିବ। ଏମିତି ମହତ ଉଦ୍ଦେଶ୍ୟ ନେଇ ପୁରୀରେ ନୀଳାଚଳ ଅର୍ବାନ ହାଟର ପରିକଳ୍ପନା କରାଯାଇଥିଲା। ସାଢେ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ହାଟ ଏବେ ଅସ୍ତିତ୍ୱ ହରାଉଛି। ପ୍ରଶାସନର ଅଣଦେଖା ଯୋଗୁ ଏହି ପ୍ରକଳ୍ପ ଉଜୁଡ଼ିଯିବାକୁ ବସିଛି। ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବାର ସ୍ବପ୍ନ କେବଳ ଲୋକଦେଖାଣିଆ ବୋଲି ଏଥିରୁ ସ୍ପଷ୍ଟ ହେଉଥିବା ସାଧାରଣରେ ଆଲୋଚନା ଚାଲିଛି।

ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ। ଏଠାକୁ ପ୍ରତିଦିନ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ଜିଲା ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ସାଢେ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ତିଆରି କରାଯାଇଥିଲା ନୀଳାଚଳ ଅର୍ବାନ ହାଟ। ଏହା ପରିସରରେ ମୁକ୍ତାକାଶ ମଞ୍ଚ ଓ ମ୍ୟୁଜିକାଲ ଫାଉଣ୍ଟେନ (ବାଦ୍ୟ ନିର୍ଝରିଣୀ) ମଧ୍ୟ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପକୁ ୨୦୦୯ ଡିସେମ୍ବର ୯ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ହାଟ ପରିସରସ୍ଥ ବିଭିନ୍ନ ଦୋକାନ ବୁଲି ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ପ୍ରଶଂସା କରିଥିଲେ ପୂର୍ବତନ ରାଷ୍ଟ୍ରପତି। ହେଲେ ଏହି ବୃହତ୍‌ ପ୍ରକଳ୍ପ ଏବେ ଅଲୋଡ଼ା ହୋଇଯାଇଛି। ନା ଏଠି ଓଡ଼ିଶା ହସ୍ତକଳା, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି ନା ବାଦ୍ୟର ତାଳେ ତାଳେ ଜଳଫୁଆରା ନୃତ୍ୟର ମଜା ଉଠାଉଛନ୍ତି ପର୍ଯ୍ୟଟକ। ଜରାଜୀର୍ଣ୍ଣ ହୋଇପଡ଼ିଛି ଅର୍ବାନ ହାଟ। ପାଚେରି ଭାଙ୍ଗିଗଲାଣି, ଦୋକାନ ଘର କବାଟ ଭାଙ୍ଗି ଅଁା କରିଛି। ଅଚଳ ହୋଇପଡ଼ିିଛି ମ୍ୟୁଜିକାଲ ଫାଉଣ୍ଟେନ। ମୁକ୍ତାକାଶ ମଞ୍ଚ ବି ଖଁା ଖଁା। ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ହାଟ କାନ୍ଥ, ପାଚେରିରେ ଅଙ୍କାଯାଇଥିବା ଓଡ଼ିଶାର ପାରମ୍ପରିକ ଚିତ୍ରକଳାରୁ ରଙ୍ଗ ଉଡ଼ିିଗଲାଣି।
ଅର୍ବାନ ହାଟରେ ୩୬ଟି ଦୋକାନ ଘର ରହିଛି। ଉଦ୍‌ଘାଟନୀ ଅବସରରେ ଦୋକାନ ଘରଗୁଡ଼ିକରେ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀର ପସରା ଶୋଭା ପାଉଥିଲା। କିନ୍ତୁ ଉଦ୍‌ଘାଟନର କିଛିମାସ ପରେ ବିକ୍ରିବଟା ହେଲା ନାହିଁ । ଏଠାକୁ ପର୍ଯ୍ୟଟକ ଆସିଲେ ନାହିଁ। ଫଳରେ ଗୋଟିକ ପରେ ଗୋଟିଏ ଦୋକାନରେ ତାଲା ଝୁଲିବା ଆରମ୍ଭ ହେଲା। ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ କୌଣସି ଉଦ୍ୟମ ହେଲା ନାହିଁ। ଏଥିଯୋଗୁ ଦୋକାନଘରଗୁଡ଼ିକ ଏବେ ଏକପ୍ରକାର ଭୂତକୋଠି ପାଲଟିଛି। ବର୍ତ୍ତମାନ ଗୋଟିଏ ଦୋକାନ (ସମ୍ବଲପୁରୀ ବସ୍ତ୍ରାଳୟ) ଖୋଲୁଥିବାବେଳେ ଅନ୍ୟଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏହି ସମ୍ବଲପୁରୀ ବସ୍ତ୍ରାଳୟରେ ସେମିତି ବେପାର ବି ହେଉନାହିଁ। ପ୍ରକଳ୍ପର ଏପରି ସ୍ଥିତି ପାଇଁ ଜାଗା ଚିହ୍ନଟକୁ ସହରବାସୀ ଦାୟୀ କରିଛନ୍ତି। ଯେଉଁ ସ୍ଥାନରେ ଅର୍ବାନ ହାଟ ତିଆରି ହୋଇଛି ତାହା ଉପଯୁକ୍ତ ନୁହେଁ। ପର୍ଯ୍ୟଟକମାନେ ସେଠାକୁ ଯିବା ପରିବର୍ତ୍ତେ ବଡ଼ଦାଣ୍ଡ ଓ ସମୁଦ୍ରକୂଳକୁ ବୁଲି ଯିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ଏହି ହାଟ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଅର୍ବାନ ହାଟକୁ ପର୍ଯ୍ୟଟକଙ୍କ ଯାତାୟାତ ଲାଗି ସେମିତି ସୁବିଧା ନାହିଁ ବୋଲି କହିଛନ୍ତି ପଟଚିତ୍ର ସେଣ୍ଟରର ମୁଖ୍ୟ ସରୋଜ କୁମାର ବେହେରା। ସରକାର ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢିବାକୁ ସ୍ବପ୍ନ ଦେଖୁଛନ୍ତି। ହେଲେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ତିଆରି କରାଯାଇଥିବା ଅର୍ବାନ ହାଟ ଆଜି ଉଜୁଡ଼ିଯିବାକୁ ବସିଛି। ଏହାକୁ କିପରି ପୁନଶ୍ଚ କାର୍ଯ୍ୟକ୍ଷମ କରାଯାଇପାରିବ ଏଥିପ୍ରତି ସରକାର ଧ୍ୟାନ ଦେବା ଦରକାର ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri