ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍‌ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା ନ ଦେଇ ଫଳକ ନ ଲଗାଇ ଗାଡ଼ି ଉଠାଇ ନେଉଛି। କେତେଜଣ ଗାଡ଼ି ଚାଳକ ଓ ମାଲିକ ଏଭଳି ଅଭିଯୋଗ ଆଣି ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ହୋହଲ୍ଲା କରିଥିଲେ। ଭୁବନେଶ୍ୱରର ୬ ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ ଉପରେ କମିଶନରେଟ ପୋଲିସ କଟକଣା ଲଗାଇବା ସହ ମଙ୍ଗଳବାରଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦିନରେ ରାସ୍ତା ଉପରେ ପାର୍କିଂ କରିଥିବା ୪୧ ଗାଡ଼ି ଓ ବୁଧବାର ବିଭିନ୍ନ ହସ୍ପିଟାଲ ସମ୍ମୁଖ ରାସ୍ତା ସମେତ ଅନ୍ୟ କେତେକ ସ୍ଥାନରେ ବେଆଇନ ଭାବେ ରହିଥିବା ୩୭ ଗାଡ଼ିକୁ କ୍ରେନ୍‌ ଦ୍ୱାରା ଉଠାଇ ନେଇଛି ପୋଲିସ। ଗାଡ଼ି ଉଠାଯାଉଥିବାବେଳେ ବିଭିନ୍ନ ସ୍ଥାନରେ ପୋଲିସ ଓ ଲୋକେ ମୁହିଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ରାଜଭବନ ଛକରୁ କଳାରାହଙ୍ଗ ଛକ, ଏୟାରପୋର୍ଟ ଛକରୁ ନାଲ୍‌କୋ ଛକ, ଶିଶୁଭବନ ଛକରୁ ବାଣୀବିହାର ଛକ, ରସୁଲଗଡ଼ ଛକରୁ ଜୟଦେବ ବିହାର ଛକ, ଶ୍ରୀୟା ଛକରୁ ପିଏଚ୍‌ଡି କାର୍ଯ୍ୟାଳୟ ଏବଂ ବାପୁଜୀନଗର ରାସ୍ତାରେ ଟ୍ରାଫିକ କଟକଣାକୁ କଡ଼ାକଡ଼ି କରାଯାଇଛି। ଏସବୁ ରାସ୍ତାରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। କିନ୍ତୁ ଅନ୍ୟ ସ୍ଥାନରେ ବେଆଇନ ଗାଡ଼ି ପାର୍କିଂ କଲେ ଡବଲ ତଣ୍ଡ ଗଣିବାକୁ ପଡୁଛି। ବାଇକ ପାଇଁ ଜରିମାନା ୫ଶହ ଟଙ୍କା ଥିବାବେଳେ ଗାଡ଼ି ବୋହିନେବା ପାଇଁ କ୍ରେନ୍‌ ଭଡା ୩ଶହ ଟଙ୍କା ଦେବାକୁ ପଡିବ। ସେହିପରି ୪ ଚକିଆ ହେଉ ଅବା ୧୦ ଚକିଆ ବେଆଇନ୍‌ ପାର୍କିଂ କଲେ ଜରିମାନା ୫ଶହ ଟଙ୍କା ଓ କ୍ରେନ୍‌ ଭଡ଼ା ୭ଶହ ଟଙ୍କା ଗଣିବେ ମାଲିକ। ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି ଚାଳକ। ରାଜଧାନୀବାସୀ ନିୟମ ସମ୍ପର୍କରେ ଅଳ୍ପ ବହୁତ ଅବଗତ ଥିଲେ ମଧ୍ୟ ବାହାରୁ ଆସୁଥିବା ଲୋକେ ଜାଣି ନ ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମେଡିକାଲ ବାହାରେ ନୋ ପାର୍କିଂ ନୋଟିସ ବୋର୍ଡ ଲାଗି ନ ଥିବାବେଳେ କିପରି ଗାଡି ଉଠାଇ ନିଆଯିବ ବୋଲି ତମାଣ୍ଡୋ ଅଞ୍ଚଳରୁ ଆସିଥିବା ଆଶିଷ କୁମାର ଟ୍ରାଫିକ ପୋଲିସ ସହ ଯୁକ୍ତି ବାଢିଥିଲେ। ସେହିପରି କଟକ ବାଙ୍କୀ ଅଞ୍ଚଳର ପ୍ରଭାକର ନାୟକ କହିଛନ୍ତି, ଆପୋଲୋ ହସ୍ପିଟାଲ ପରିସରରେ ପାର୍କିଂ ସ୍ଥାନ ନ ଥିବାରୁ ବାହାରେ ଗାଡି ରଖି ହସ୍ପିଟାଲ ଯାଇଥିଲି। ସମ୍ପର୍କୀୟ ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଯୋଗାଡ କରିବା ପାଇଁ ବାହାରକୁ ଆସି ପୋଲିସ ଗାଡ଼ି ଉଠାଇ ନେଇଥିବା ଜାଣିବାକୁ ପାଇଥିଲି। ଆମେ ଗାଡି କେଉଁଠି ପାର୍କିଂ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏ ନେଇ ଡିସିପି ସାଗରିକା ନାଥ କହିଛନ୍ତି, କମିଶନରେଟ ପୋଲିସ ଅଧିକ ରାଜସ୍ବ ସଂଗ୍ରହ ଆଶାରେ ନିୟମ କଡାକଡି କରି ଜରିମାନା ଆଦାୟ କରୁନି। ଲୋକମାନେ ହଇରାଣ ହୁଅନୁ ବା ଅସୁବିଧାରେ ପଡନ୍ତୁ ଆମେ କଦାପି ଚାହୁଁନା। ଭୁବନେଶ୍ୱରରେ ୬ ରାସ୍ତାକୁ ପ୍ରଥମେ ନୋପାର୍କିଂ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ଉକ୍ତ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜିଛି। ଯେଉଁମାନେ ରାସ୍ତା ପାର୍ଶ୍ୱରେ ଥିବା ଧଳାଗାରକୁ ଚଢାଇ ଗାଡି ପାର୍କିଂ କରିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ତେଣୁ ବିଡିଏ ଓ ବିଏମସିର ବିଭିନ୍ନ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା ହୋଇଛି। ସେମାନେ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଯୋଗାଇଦେବାକୁ ଯୋଜନା ଆରମ୍ଭ କରିଛନ୍ତି। ତେଣୁ ସମେସ୍ତ ନିୟମକୁ ସମ୍ମାନ ଦେଇ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri