ପୋଡ଼ିଗଲା ମୋଡେମ୍‌, ୫ ଦିନ ହେଲା ଇଣ୍ଟରନେଟ୍‌ ବନ୍ଦ: ରସୁଲଗଡ଼ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଇଣ୍ଟରନେଟ୍‌ ମୋଡେମ୍‌ ପୋଡ଼ିଯିବାରୁ ରସୁଲଗଡ଼ ପୋଷ୍ଟ ଅଫିସ ୫ଦିନ ହେବ ଅଚଳ ହୋଇପଡିଛି। ଚିଠି କାରବାର ବାଧାପ୍ରାପ୍ତ ହୋଇଥିବାବେଳେ ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଥିବା ବ୍ୟାଙ୍କିଙ୍ଗ୍‌ ଓ ଅନ୍ୟ ସେବା ବନ୍ଦ ହୋଇଯାଇଛି। ଫଳରେ ପ୍ରତିଦିନ ସାଧାରଣ ଲୋକେ ସେବା ନ ପାଇ ନିରାଶରେ ଫେରୁଛନ୍ତି। ରାଜ୍ୟରେ ଡାକସେବାକୁ ବ୍ୟାପକ କରିବାକୁ ପଦକ୍ଷେପ ନିଆଯାଉଛି। ଆଗକୁ ମଧ୍ୟ ଅନେକ ନୂଆ ପଦକ୍ଷେପ ପାଇଁ ପ୍ରକ୍ରିୟା ଚାଲିଛି। ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ୩ଟି ପୋଷ୍ଟାଲ ପାର୍ସଲ ହବ୍‌ ମଧ୍ୟରେ ରସୁଲଗଡ଼ ପୋଷ୍ଟ ଅଫିସ ରହିଛି। ହେଲେ ନାନା ଅବ୍ୟବସ୍ଥା ଓ ଏବେର ପରିସ୍ଥିତିକୁ ଦେଖିଲେ ପାର୍ସଲ ହବ୍‌ କେତେ ସଫଳ ଭାବେ କାର୍ଯ୍ୟ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନାନୁସାରେ, ରସୁଲଗଡ଼ ପୋଷ୍ଟ ଅଫିସକୁ ସିଫି ଓ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଉଛି। ଗତ ୧୯ ତାରିଖରେ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିଲା। ହେଲେ ୨୦ ତାରିଖରେ ବ୍ରଡ୍‌ବ୍ୟାଣ୍ଡ୍‌ ମୋଡେମ ବକ୍ସଟି ପୋଡିଯିବାରୁ ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ମାନୁଆଲ କାର୍ଯ୍ୟକୁ ଛାଡିଲେ ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଥିବା କୌଣସି କାର୍ଯ୍ୟ ହୋଇପାରୁନି। ଲୋକେ ଖରା ବର୍ଷାରେ ପୋଷ୍ଟ ଅଫିସ ଯାଇ ସେବା ନ ପାଇ ଅସନ୍ତୋଷରେ ଫେରୁଛନ୍ତି। ଭାରତୀୟ ଡ଼ାକ ସେବା ପକ୍ଷରୁ ଗତବର୍ଷଠାରୁ ରାଜ୍ୟରେ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) କାର୍ଯ୍ୟ କରୁଛି। ୩୩ଟି ଆଇପିବି ଶାଖା କାର୍ଯ୍ୟ କରୁଥିବାବେଳେ ୬୮୫୯ଟି ଡ଼ାକଘରେ ଏହି ସେବା ଯୋଗାଇ ଦିଆଯାଉଛି। ଗତ ୫ଦିନ ହେଲା ରସୁଲଗଡ଼ ପୋଷ୍ଟ ଅଫିସରେ ଏହି ସେବା ବନ୍ଦ ରହିଛି। ଟଙ୍କା କାରବାର ପାଇଁ ଆଇପିପିବି ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ଆକାଉଣ୍ଟ ମଧ୍ୟ ଖୋଲିପାରୁ ନାହାନ୍ତି। ତେବେ ଗତ କିଛିଦିନ ତଳେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ଡ଼ାକପାଳ ସନ୍ତୋଷ କାମିଳା ଏକ ଖବରଦାତା ସମ୍ମିଳନୀରେ ଭାରତୀୟ ଡ଼ାକ ସେବା ଉପରେ ଲୋକ ଭରସା ରଖିବାକୁ ପରାମର୍ଶ ଦେଇଥିଲେ। ଏପରି ସେବା ଯୋଗାଇଲେ ଲୋକେ କାହିଁକି ଭାରତୀୟ ଡ଼ାକ ସେବା ଓ ପୋଷ୍ଟାଲ ବ୍ୟାଙ୍କ୍‌ ଉପରେ ଭରସା ରଖିବେ ବୋଲି ସେଠାରେ ଉପସ୍ଥିତ ଆକାଉଣ୍ଟଧାରୀ ରାଜେନ୍ଦ୍ର ରାଉଳ ପ୍ରକାଶ କରିଛନ୍ତି।
ଉଲ୍ଲେଖଯେଗ୍ୟ, ରସୁଲଗଡ଼ ପୋଷ୍ଟ ଅଫିସ୍‌କୁ ପାର୍ସଲ ଲାଗି ନୋଡାଲ ସେଣ୍ଟର କରିବା ପାଇଁ ଘୋଷଣା କରାଯିବା ପରେ ନୂଆ ଉପକରଣ ଆସିଛି। ହେଲେ ଏବେ ସେଠାରେ କର୍ମଚାରୀ ଅଭାବ ରହିଛି। ବିଭିନ୍ନ ସମୟରେ ଚିଠିଗୁଡ଼ିକୁ ଲୋକଙ୍କ ନିକଟରେ ଠିକ୍‌ ସମୟରେ ପହଞ୍ଚାଯାଇପାରୁନି। ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ଲିଙ୍କ୍‌ ରହୁନି। ସବୁବେଳେ ସର୍ଭର ଜାମ ପରି ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ପୁଣି ପାର୍ସଲ ନୋଡାଲ ସେଣ୍ଟର ହୋଇଥିବା ରସୁଲଗଡ଼ ପୋଷ୍ଟ ଅଫିସର ଅବସ୍ଥା ଏପରି ରହିଥିବାବେଳେ ରାଜ୍ୟର ଗ୍ରାମୀଣ ଡାକ ସେବା କିପରି ଚାଲିଛି ତାହା ଏଥିରୁ ବାରି ହୋଇପଡୁଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri