ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: ଅପମୃତ୍ୟୁ ମାମଲା ହେଲା ହତ୍ୟା ମାମଲା

ଦିଗପହଣ୍ଡି,୧୫ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସୋଲ ପୋଖରୀ କାମ ଚାଲିଥିବା ବେଳେ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଅଖାରେ ଭର୍ତ୍ତି ଏକ ନରକଙ୍କାଳ ମିଳିଥିଲା। ପ୍ରାୟ ଦେଢ଼ବର୍ଷ ପୂର୍ବେ ଗାଁରୁ ନିଖୋଜ ହୋଇଯାଇଥିବା ଯୁବକ କାଳୁ ପ୍ରଧାନଙ୍କ ସ୍ତ୍ରୀ ସୁଲଭ ଏ ନେଇ ଥାନାରେ ଏତଲା ଦେଇଥିଲେ। ଘଟଣା ପରଦିନ ପୋଲିସ ପୋଖରୀ ନିକଟରେ ପହଞ୍ଚତ୍ ଉକ୍ତ କଙ୍କାଳ ଜବତ କରଥିଲା। ଏ ନେଇ ଅପମୃତ୍ୟୁ ମାମଲା (ନଂ.୨/୧୯) ରୁଜୁ କରାଯାଇ ଜବତ ହାଡ଼ଗୁଡ଼ିକର ଫେରେନସିକ୍‌ ଯାଞ୍ଚ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ମେଡ଼ିକାଲ ରିପୋର୍ଟ ଆଧାରରେ ଉକ୍ତ ଅପମୃତ୍ୟୁ ମାମଲାଟି ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି । ପୋଲିସ ନିଜ ଆଡ଼ୁ ଏତଲା ଦେଇଛି। ଥାନା ଏସ୍‌ଆଇ ମଧୁସ୍ମିତା ପ୍ରଧାନଙ୍କ ଏତଲାକୁ ଭିତ୍ତିକରି ନଂ. ୧୮୨/୧୯ ଦଫା ୩୦୨/୧୦୧ ଅନୁଯାୟୀ ଆଇଆଇସି ବସନ୍ତ କୁମାର ସେଠୀ ମରମଲା ରୁଜୁ କରିଛନ୍ତି। ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମେତ ଏକାଧିକ ବ୍ୟକ୍ତି ପୋଲିସ ସ୍କାନରରେ ଅଛନ୍ତି। କାଳୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ଏକ ଆଖରେ ପୁରାଇ ସେଥିରେ ପଥରଖଣ୍ଡ ବାନ୍ଧି ଘର ନିକଟ ସୋଲ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
କାଳୁ ଗତ ପ୍ରାୟ ୩ ବର୍ଷ ପୂର୍ବେ ନଡ଼ିଆ ତୋଳିବା ବେଳେ ଅସାବଧାନତାରୁ ଗଛରୁ ଖସି ପଡ଼ି ଗୁରୁତର ହୋଇଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ଅପରେଶନ କରାଯାଇ ଷ୍ଟିଲ ରଡ ଲାଗିଥିଲା। ପୋଖରୀରୁ ଉଦ୍ଧାର କଙ୍କାଳରେ ଷ୍ଟିଲ ରଡ଼ ଥିବା ଓ ଅଖାରୁ ମିଳିଥିବା ସାର୍ଟଟି କାଳୁଙ୍କର ବୋଲି ତାଙ୍କ ବାପା କାଶୀ ପ୍ରଧାନ ଚିହ୍ନଟ କରିଥିଲେ। ପଚରାଉଚରା ପରେ ପରକୀୟା ପ୍ରୀତିରୁ କାଳୁଙ୍କୁ ହତ୍ୟା କରାଯାଇଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଜବତ ହାଡ଼ ଓ ଖପୁରୀର ଫୋରେନସିକ୍‌ ଯାଞ୍ଚ ପରେ କାଳୁଙ୍କ ବୟସ ଓ ଉଚ୍ଚତା ପ୍ରାୟତଃ ସାମଞ୍ଜସ୍ୟ ରହୁଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନସିକ୍‌ ଲାବ୍ରୋଟେରୀର ଡିଏନଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ହତ୍ୟକାଣ୍ଡର ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି। ବୁଧବାର ପୋଲିସ କାଳୁଙ୍କ ବାପା, ସ୍ତ୍ରୀ ଓ ପୁଅଙ୍କୁ ଥାନାକୁ ଡ଼କାଇ ପୃଥକ୍‌ ଭାବେ ପଚରାଉଚରା କରିଥିବା ବେଳେ ଗ୍ରାମର କେତେଜଣଙ୍କ ବୟାନ ମଧ୍ୟ ରେକର୍ଡ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri