ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ଲୁଟ୍‌: ତାଲା ତାଡ଼ି ନେଇଗଲେ ଆଇରନ ଚେଷ୍ଟ

ବନ୍ତଳା,୭।୮ (ଡି.ଏନ.ଏ.):ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ସୋମବାର ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ଗ୍ରୀଲ ତାଡି ଭିତରେ ପଶିବା ସହ ଆଇରନ ଚେଷ୍ଟ ଉଠାଇ ନେଇଛନ୍ତି। ଏଥିସହିତ ୩ଟି ଗଡରେଜ ତାଡି ଦେଇଛନ୍ତି। ଏ ନେଇ ସେବା ସମବାୟ ବ୍ୟାଙ୍କ ସମ୍ପାଦକ ସୁଜିତ କୁମାର ପ୍ରଧାନ, ସଭାପତି ଫକୀର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଆଇରନ ଚେଷ୍ଟ ମାଟିଆସାହି ପଞ୍ଚାୟତ କାର୍ଯ୍ୟାଳୟ ପଛ ସୋରିଷ ପାଳ ଜଙ୍ଗଲରେ ପଡିଥିବା ଖବର ପାଇ ପୋଲିସ ତାହାକୁ ଜବତ କରିଛି। ଆଇରନ ଚେଷ୍ଟ ଖୋଲି ନ ପାରି ଦୁର୍ବୃତ୍ତମାନେ ତାହାକୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଢେଙ୍କାନାଳ ସାଇଣ୍ଟିଫିକ ଟିମ୍‌ ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ୟାମାମଣି ସାହୁ, ତପନ କୁମାର ପ୍ରଧାନ, ଫିଙ୍ଗର ଏକ୍ସପର୍ଟ ସନ୍ତୋଷ ଆଚାର୍ଯ୍ୟ, ଲାବରେଟୋରି ଆସିଷ୍ଟାଣ୍ଟ ଦେବ ବାରିକ, ଅନୁଗୋଳ ଡଗ୍‌ ସ୍କ୍ବାଡ୍‌ ଇନଚାର୍ଜ ଶଶି ଭୂଷଣ ପରିଡା, ଜଗନ୍ନାଥ ବେହେରା, ଏୟୁସିସି ବ୍ୟାଙ୍କ ସୁପରଭାଇଜର ବିପିନି ବିହାରୀ ସାହୁ ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ଘଟଣାରୁ ଜଣାପଡ଼ିଛି, ଏହି ବ୍ୟାଙ୍କ ଉପରେ ପୋକତୁଙ୍ଗା, ଧୋକୁଟା, ନନ୍ଦପୁର ଆଦି ୩ ପଞ୍ଚାୟତର ୭ ହଜାରରୁ ଊଦ୍ଧର୍‌ବ ଚାଷୀ ନିର୍ଭର କରିଥାନ୍ତି। ଗତ ଜୁନ ୩୦ରେ ଖାଲଙ୍ଗା ସେବା ସମବାୟ ବ୍ୟାଙ୍କର ଗ୍ରୀଲ, କବାଟ ତାଡି ଆଇରନ ଚେଷ୍ଟ ଲୁଟ୍‌ ହୋଇଥିବାବେଳେ ସମାନ ଶୈଳୀରେ ଏଠାରୁ ଲୁଟ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri