ପେଦ୍ର ଦିଗାଲ ମୃତ୍ୟୁ ଘଟଣା ହତ୍ୟା: ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ ଅଫିସ, ୧୯ା୮-କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତ କୁଡୁପାକିଆ ଗ୍ରାମର ପେଦ୍ର ଦିଗାଲଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ପେଦ୍ରଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ୨୩ ଦିନ ପରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ା ହେଲେ ପୋଲିସର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ମାମଲା ରୁଜୁ ହୋଇଛି କି ନାହିଁ ସେ ବିଷୟ ସ୍ପଷ୍ଟ କରାଯାଉନାହିଁ। ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ା ତେବେ କିଭଳି ତଦନ୍ତ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ା
ଜୁଲାଇ ୨୫ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ପେଦ୍ର ଓ ତାଙ୍କ ଗ୍ରାମର ଜଣେ ଯୁବକ ଛତୁ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ ା ଅପରାହ୍ନରେ ଯୁବକ ଜଣକ ଘରକୁ ଫେରିଥିଲେ। ପେଦ୍ର ଆସିବାରେ ଡେରି ହେବାରୁ ତାଙ୍କ ସ୍ତ୍ରୀ ଓ ଝିଅ ଏ ନେଇ ତାଙ୍କୁ ଯାଇ ପଚାରିଥିଲେ। ଯୁବକ ଜଣକ କୁନ୍ଦୁରି ତୋଳିବାକୁ ଗସାନାଜୁ ଯାଇ ଘରକୁ ଫେରିଥିବା କହିଥିଲେ ା ପରେ ମା’, ଝିଅ ପେଦ୍ରଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇବାରୁ ଗ୍ରାମବାସୀଙ୍କୁ କହିଥିଲେ ା ଗ୍ରାମବାସୀ ସମ୍ପୃକ୍ତ ଯୁବକଙ୍କୁ ଡାକିବା ପାଇଁ ଖବର ଦେଇଥିଲେ ା ହେଲେ ସେ ନ ଆସି ମୁଁ କ’ଣ ତୋ ବାପାଙ୍କୁ ମାରି ଦେଇଛି ବୋଲି ପେଦ୍ରଙ୍କ ଝିଅଙ୍କୁ କହିଥିଲେ। ପରେ ଗ୍ରାମବାସୀ ଉଭୟ ପେଦ୍ର ଓ ସମ୍ପୃକ୍ତ ଯୁବକ ବଡନଦୀ ଉପରପଟକୁ ଯାଇଥିଲେ ଓ ଯିବା ପୂର୍ବରୁ ଗସାମାହାରେ ମଦ୍ୟପାନ କରିଥିଲେ ବୋଲି ଜାଣିବାକୁ ପାଇଥିଲେ। ଜୁଲାଇ ୨୬ରେ ନଦୀର ଏକ ପଥର ସନ୍ଧିରୁ ପେଦ୍ରଙ୍କ ମୃତଦେହ ମିଳିଥିଲା ା ପରିବାର ଲୋକେ ଏବଂ ଗ୍ରାମବାସୀ ଏହି ଘଟଣାକୁ ନେଇ ସମ୍ପୃକ୍ତ ଯୁବକଙ୍କୁ ସନ୍ଦେହ କରି ଆସୁଥିଲେ ା ଗ୍ରାମରେ ଏ ସଂକ୍ରାନ୍ତରେ ବୈଠକ ବି ବସିଥିଲା ା ହେଲେ ଯୁବକ ଜଣକ ମାନି ନ ଥିଲେ ା ଫଳରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଥାନାଧିକାରୀ ଚାନ୍ଦମଣୀ ସିଂ ଘଟଣାର ତଦନ୍ତ ଚାଲିଛି, ପରେ ସବିଶେଷ କୁହାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri