ପେଣ୍ଠକଟାର ସ୍ବଚ୍ଛତା ଉପରେ ଜିଲାପାଳଙ୍କ ଗୁରୁତ୍ୱ

ପୁରୀ ଅଫିସ, ୮ା୮:  ବାତ୍ୟା ଫନୀରେ ପୁରୀ ସହରସ୍ଥ ବସ୍ତିଗୁଡ଼ିକ ମଧ୍ୟରୁ ସମୁଦ୍ର ଉପକୂଳ ପେଣ୍ଠକଟା ବସ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ବ୍ୟାପକ ସଂଖ୍ୟାରେ ଘର ଭାଙ୍ଗିଥିଲା। ତେଣୁ ଏହି ଅଞ୍ଚଳର ସ୍ବଚ୍ଛତା ଓ ପରିମଳ ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ପେଣ୍ଠକଟା ଅଞ୍ଚଳରୁ ଆବର୍ଜନା ହଟାଇବା ସହ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ଜିଲାପାଳ ବଲୱନ୍ତ ସିଂ ଗୁରୁବାର ପେଣ୍ଠକଟା ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଟାଉନ ହଲ୍‌ ପରିସରରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ ଏବଂ ପେଣ୍ଠକଟା ବାସିନ୍ଦା ଯୋଗଦେଇଥିଲେ।
ପେଣ୍ଠକଟା ଅଞ୍ଚଳର ପ୍ରତି ଗଳିରୁ ଆବର୍ଜନା ହଟାଇବା ପାଇଁ ପୁରୀ ପୌର ସଂସ୍ଥାକୁ ସହଯୋଗ କରିବା ଲାଗି ବସ୍ତିବାସିନ୍ଦାଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିପାଇଁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପେଣ୍ଠକଟାର ୪ଟି ୱାର୍ଡ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ କେ. ରାଜୁ, ଜି. ନାଗେଶ୍ୱର ରାଓ, ଜେ. ଚିନ୍ମୟୀ, ଜି. ଏରମା, ଆପଲା ରାଜୁ, କେ. ବାବୁ ରାଓ, ବି. କୋଦମା, ଚିନ୍ନାମା ଏବଂ ବାବୁଲା ପ୍ରସାଦ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟି ଆବଶ୍ୟକ ବେଳେ ପୁରୀ ପୌରସଂସ୍ଥାର ନିର୍ବାହୀ ଅଧିକାରୀ କିମ୍ବା ଜିଲାପାଳଙ୍କ ସହ ଆଲୋଚନା କରିବ। କମିଟିର ସଭ୍ୟମାନେ ପ୍ରତ୍ୟେକ ଗଳିରେ ବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ପ୍ରଥମ ୧ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ପାଇଁ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଆବର୍ଜନା ସଂଗ୍ରହ ଦିଗରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବ। ଏପରି କି ପେଣ୍ଠକଟା ଅଞ୍ଚଳରେ ଥିବା ପ୍ରାୟ ୫ହଜାର ବାସଗୃହ ପାଇଁ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯିବ। ୭ଦିନ ମଧ୍ୟରେ ଏହି ରିପୋର୍ଟ ଦିଆଯିବ। ଆସନ୍ତା ଗାନ୍ଧୀ ଜୟନ୍ତୀ ସୁଦ୍ଧା ଶୌଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏତଦ୍‌ବ୍ୟତୀତ ବେଳାଭୂମି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସହଯୋଗ କରିବାକୁ ପେଣ୍ଠକଟାବାସୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ଲାଷ୍ଟିକ କିମ୍ବା ପଲିଥିନ ସାମଗ୍ରୀ ପରିବର୍ତ୍ତେ ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପୁରୀ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସମୁଦ୍ର କଡ଼ରେ ଅବସ୍ଥିତ ପେଣ୍ଠକଟା ଅଞ୍ଚଳକୁ ପରିଷ୍କାର ରଖିବା ଲାଗି ପେଣ୍ଠକଟା ବେଳାଭୂମିକୁ ସଫେଇ କରାଯାଉଛି। ଗୁରୁବାର ପୁରୀ ପୌରସଂସ୍ଥା, ଜାଗୃତି ଏବଂ ପେଣ୍ଠକଟା ଅଞ୍ଚଳବାସୀଙ୍କ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। ବୁଧବାର ସ୍ବେଚ୍ଛାସେବୀ ସଙ୍ଗଠନ ‘ହୋପ୍‌ ଇଜ୍‌ ଲାଇଫ୍‌’ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। ଏଣିକି ବେଳାଭୂମିରେ କୌଣସି ପ୍ରକାର ଆବର୍ଜନା ନ ପକାଇବାକୁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri