ପେଟ୍‌କେ ଯାଉଛେ ନଲିଆର ପାଏନ୍‌

ବାମରା, ୧୯।୩ (ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ବାମରା ସଦର ମହକୁମା ଗୋବିନ୍ଦପୁର ପଁଚେତ୍‌ରେ ଚଲତି ବଛର ଖରାଦିନ୍‌ ମୂଲ ନାଇଁ ହେଉନୁ ପିଇଲା ପାଏନ୍‌ ସମସିଆ ଦେଖାଦେଇଛେ। ଗଲା ବଛ୍‌ରେ ହେଲା ବାମରାର ପାଖାପାଖି ସବୁ ନଲ୍‌ଚୁଅଁା ଅଚଲ ହେଇ ପଡ଼ିଛେ। ଅଂଚଲବାସୀ ବାରବାର ଅଭିଯୋଗ କଲେ ବି ପରଶାସନ ସମସିଆର ସମାଧାନ କରବାରେ ବିଫଲ ହେଇଛେ। ଏନ୍‌ତାଥି ଲୋକ୍‌ ଉପେ ଶୂଇନ ହେଇ ଆସର ପାସର ନାଲ୍‌ନଲିଆ, ବଁଧ୍‌କଟାର ଦୂଷିତ ପାଏନ୍‌ ପିଇବା ଖାଏବାରେ ବେଭାର କରୁଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ଗୋବିନ୍ଦପୁର ସରପଁଚ୍‌ ଆର ବିଡିଓକଁର ମେଲ ଅଭାବୁ ବାମରା ସଦର ମହକୁମାର ଭିନେ ଭିନେ ବିକାଶ ମୂଲକ କାମ୍‌ ଅଟ୍‌କି ରହିଥିଲାବେଲେ ଅଚଲ ନଲ୍‌ଚୁଅଁାମାନେ ମରାମତି ହେଇ ନାଇଁପାରବାର। ନଲ୍‌ଚୁଅଁା ମରାମତି ଦାଇତିଅ ପଁଚେତ୍‌ର ଆର ଦରକାରୀ ସାଜୋସାମାନ ଲାଗି ସରପଁଚ୍‌ ଟଁକା ନାଇଁ ଦେଉଥିବାର କଥା କହି ବିଡିଓ ନିଜର ଦୋଷ ଛଡ଼େଇ ଆସୁଛନ୍‌। ସେନ୍‌ତା ସରପଁଚ୍‌ ବି ଇଥିରଲାଗି ବ୍ଲକ ପରଶାସନକେ ଦାଇ କରିଛନ୍‌। ଏନ୍‌ତାଥି ବାମରା ଅଂଚଲବାସୀ ପିଇଲା ପାଏନ୍‌ ଲେଖେଁ ମଉଲିକ ସୁବିଧାରୁ ବଁଚିତ୍‌ ହେଉଥିବାର ଅଭିଯୋଗ କରିଛନ୍‌। ଗୋବିନ୍ଦପୁର ପଁଚେତ୍‌ର ବଡ଼ଡୁମେରମୁଣ୍ଡା, ଗଣେଶନଗର, ଷ୍ଟେଶନବସ୍ତି, ସିସଲଫାର୍ମ, ଟୁଙ୍ଗରିପଡ଼ା, ମସଜିଦ୍‌ପଡା, ବିଜୁ ପଟ୍ଟନାୟକ ଛକ, ଗୋବିନ୍ଦପୁର ଆର ମୁଣ୍ଡାଢ଼ିପା ସମେତ ଉନିଆ ପଡ଼ାମାନକେ ପାଖାପାଖି ୨୦ରୁ ଅଧ୍‌କା ନଲ୍‌ଚୁଅଁା ବଛ୍‌ରେ ହେଲା ଅଚଲ ହେଇ ପଡ଼ିଛେ। ବଡ଼ଭାରି ସିସଲଫାର୍ମର ଟୁଙ୍ଗରିପଡ଼ାରେ ଲୁକ୍‌କର ଲାଗି ଗୁଟେନ ନଲ୍‌ଚୁଅଁା ଥିଲାବେଲେ ସେଟା ବଛ୍‌ରେ ହେଲା ଅଚଲ ହେଇ ପଡ଼ିଛେ। ଏନ୍‌ତାଥି ନଲ୍‌ଚୁଅଁା ଉପରେ ନିରଭର କରୁଥିବାର ପଡ଼ାର ୨୫ ପରିବାର ୧ କି.ମି. ଦୂରୁ ନାଲ୍‌ରୁ ପାଏନ୍‌ ଆନି ବେଭାର କରୁଛନ୍‌। ହେଲେ ଦୁଖର କଥା ଇ ବାବ୍‌ଦେ ସରପଁଚ୍‌ନୁ ଆରମ୍‌ କରି ବିଡିଓ, ଉପଜିଲାପାଳ, ଜିଲାପାଳକୁଁ ବାରବାର ଅଭିଯୋଗ କରି ନିରାଶ ହେଇଛୁଁ ବଲି ଟୁଙ୍ଗରିପଡ଼ାର ଭାଗିରଥି ଛତ୍ରିଆ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଗୋବିନ୍ଦପୁର ସରପଁଚ୍‌ ମିନାକ୍ଷୀ ମାଝିକୁଁ ପଚ୍‌ରାଲାରୁ ଆଗରୁ ବିଡିଓକଁର ଅସହଯୋଗ ଲାଗି ମରାମତିରେ ବିଲମ୍‌ ହେଇଛେ। ଏହେଦେ ବ୍ଲକ ପରଶାସନକେ ନଲଚୁଅଁାର ମରାମତି ଲାଗି ସାଜୋସାମାନ ଘିନବାକେ ଟଁକା ଦିଆଯାଇଛେ। ବହୁତ୍‌ ଜଲଦି ସମସିଆର ସମାଧାନ ହେବା ବଲି ସେ କହିଛନ୍‌। ସେନ୍‌ତା ବାମରା ବିଡିଓ ଗୋବିନ୍ଦ ଡନସନା ବି ବହୁତ୍‌ ଜଲଦି ସମସିଆର ସମାଧାନ କରାଯିବା ବଲି କଥା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri