ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ:ବିହାରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନ, ୩ା୧୨(ଡି.ଏନ.ଏ)

ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୩ନଂ ୱାର୍ଡର ଓମ ପ୍ରକାଶ ମିଶ୍ରଙ୍କଠାରୁ ୪୦ ଲକ୍ଷ ୪୫ ହଜାର ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ୩ ଜଣ ଯୁବକଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟ ନାଳନ୍ଦା ଜିଲା କଟରିସରାଇ ଥାନା ଅଞ୍ଚଳ ଗଙ୍ଗପୁର ଗ୍ରାମର ଆକାଶ କୁମାର(୨୧), ବୁଦ୍ଧଗୟା ସିଜୁଆ ଥାନା ଅଞ୍ଚଳର ଶୁଭମ ପ୍ରିୟଦର୍ଶୀ(୧୯) ଓ ୱାରିସିଲିଗଞ୍ଜ ଥାନା ଚାଲୁୱାଇ ଗ୍ରାମର କୌଶଳେନ୍ଦ୍ର କୁମାର(୨୩)। ସେମାନଙ୍କ ନିକଟରୁ ୧୬ଟି ମୋବାଇଲ, ୮ ଲକ୍ଷ ୬୫ହଜାର ଟଙ୍କା, ୪୭ଟି ଏଟିଏମ୍‌, ଗୋଟିଏ ଲାପଟପ୍‌ ଜବତ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ବର୍ଷକ ତଳେ ଗିରଫ ଅଭିଯୁକ୍ତମାନେ ପେଟ୍ରୋଲ ଟାଙ୍କି କରାଇଦେବା ନାମରେ ଓମ୍‌ ପ୍ରକାଶଙ୍କଠାରୁ ୪୦ ଲକ୍ଷ ୪୫ହଜାର ଟଙ୍କା ଠକି ନେଇଥିଲେ। ଓମ୍‌ ପ୍ରକାଶ ଟଙ୍କା ଫେରସ୍ତ ପାଇବାକୁ ଉଦ୍ୟମ କରି ନିରାଶ ହେବାପରେ କଟକ ସାଇବର କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ କେସ୍‌ ନଂ. ୧/୧୯ ଏବଂ ଭୁବନ କୋର୍ଟ ଜିଆର କେସ୍‌ ନଂ. ୪/୨୦୧୯ରେ ମାମଲା ରୁଜୁ ହୋଇଥିଲା। କଟକ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ବିଷ୍ଣୁଚରଣ ସୁନ୍ଦରାୟ ମାମଲାର ତଦନ୍ତ କରି ଆକାଶ, ଶୁଭମ ଏବଂ କୌଶଳେନ୍ଦ୍ରଙ୍କୁ ୨୯ା୧୧ା୨୦୧୯ରେ ଗିରଫ ପରେ ପାଟନା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲେ। ଏ ସମ୍ପର୍କରେ ଭୁବନ କୋର୍ଟରେ ମାମଲା ଥିବାରୁ ସୋମବାର ସେମାନଙ୍କୁ ଭୁବନ କୋର୍ଟରେ ହାଜର କରାଯାଇଥିଲା। ଜେଏମ୍‌ଏଫ୍‌ସି ଶ୍ରୀଚନ୍ଦନ ଦାସ ଜାମିନକୁ ନାମଞ୍ଜୁର କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ପୁନର୍ବାର ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଥିଲା। ଗିରଫ ସମୟରେ ଏସ୍‌ଆଇ ବିି ପି ରାଉତଙ୍କ ସମେତ କ୍ରାଇମବ୍ରାଞ୍ଚ କର୍ମଚାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri