ଶହେ ଟଙ୍କା ପାଇବାକୁ ୯୮.୪୪ ଟଙ୍କା ଖର୍ଚ୍ଚ କରୁଛି ରେଲଓ୍ବେ

ନୂଆଦିଲ୍ଲୀ, ୩-୧୨: ଭାରତୀୟ ରେଲଓ୍ବେର ଆୟ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏହାର ଅପରେଟିଂ ରେସିଓ ବା ପରିଚାଳନା ଅନୁପାତ ୯୮.୪୪% ରହିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ରେଲଓ୍ବେ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ୯୮.୪୪ ଟଙ୍କା ଖର୍ଚ୍ଚ କରୁଛି। କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ସୋମବାର ସଂସଦକୁ ଦେଇଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ଏଥିରୁ ଅନୁମାନ କରିବା ସହଜଯେ,ରେଲଓ୍ବେର ପରିଚାଳନା ସ୍ଥିତି କିଭଳି ରହିଛି। ଏହି ସମୟରେ ରେଲଓ୍ବେ ୫୬୭୬.୨୯ କୋଟି ଟଙ୍କାର ନକରାତ୍ମକ ବାଲାନ୍ସ ସହ କାରବାର କରିଥିଲା। ଅପରପକ୍ଷରେ ଏନ୍‌ଟିପିସି ଏବଂ ଆଇଆର୍‌ସିଓଏନ୍‌ଠାରୁ ଲାଭ କରିଥିବା ଅଗ୍ରୀମଯୋଗୁ ଏହାର ବଳକା ଅର୍ଥ ୧୬୬୫.୬୧ କୋଟି ରହିଥିଲା। ଏହି ଅଗ୍ରୀମକୁ ଯଦି ବାଦ ଦିଆଯାଏ ତେବେ ପରିଚାଳନା ଅନୁପାତ ୧୦୨.୬୬%କୁ ବଢିଯିବ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରେଲଓ୍ବେ ପାସେଞ୍ଜର ସେବା ଏବଂ ଅନ୍ୟ କୋଚିଂ ସେବା ପରିଚାଳନା କରିବା ଲାଗି ମଧ୍ୟ ସକ୍ଷମ ହେଉନାହିଁ।
ମାଲ ପରିବହନରୁ ଲାଭ କରୁଥିବା ମୋଟ ଅର୍ଥ ମଧ୍ୟରୁ ପାସେଞ୍ଜର ଏବଂ ଅନ୍ୟ କୋଚିଂ ସେବା ପରିଚାଳନା ଜନିତ କ୍ଷତିକୁ ଭରଣା କରିବା ଲାଗି ରେଲଓ୍ବେ ପ୍ରାୟ ୯୫% ଅର୍ଥ ଖର୍ଚ୍ଚ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରେଲଓ୍ବେର ରାଜସ୍ବ ଆୟ, ପୁଞ୍ଜି ଖର୍ଚ୍ଚ ଲାଗି ଆୟ କ୍ରମାଗତ କମୁଛି। ୨୦୧୬-୧୭ରେ ନେଟ ବଳକା ରାଜସ୍ବ ୪୯୧୩.୦୦ କୋଟି ଟଙ୍କା ରହିଥିଲା। ଏହା ୨୦୧୭-୧୮ରେ ୬୬.୧୦% ହ୍ରାସ ଘଟି ୧୬୬୫.୬୧ କୋଟି ଟଙ୍କାକୁ ଖସିଛି। ରେଲଓ୍ବେର ମୋଟ ପୁଞ୍ଜି ଖର୍ଚ୍ଚକୁ ଆଭ୍ୟନ୍ତରୀଣ ସମ୍ବଳର ଅଂଶ ୨୦୧୭-୧୮ରେ ୩.୦୧% କମିଛି। ଅର୍ଥାତ ନିଜ ଖର୍ଚ୍ଚ ପାଇଁ ରେଲଓ୍ବେ ନିଜସ୍ବ ପୁଞ୍ଜି ଜୁଟାଇ ପାରୁ ନାହିଁ। ଏହା ଫଳରେ ବଜେଟ ସହାୟତା ଏବଂ ଅତିରିକ୍ତ ବଜେଟ ସହାୟତା ଉପରେ ରେଲଓ୍ବେକୁ ନିର୍ଭର କରିବାକୁ ପଡୁଥିବା ସିଏଜି କହିଛନ୍ତି।
ରେଲଓ୍ବେ ଏହାର ଆଭ୍ୟନ୍ତରୀଣ ରାଜସ୍ବକୁ ବଢାଇବା ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ସିଏଜି ପରାମର୍ଶ ଦେଇଛନ୍ତି। ଏହା ହେଲେ ପୁଞ୍ଜି ଜନିତ ନିର୍ଭରତା କମିବ। ୨୦୦୮-୦୯ ବର୍ଷ ପରଠାରୁ ରେଲଓ୍ବେର ପରିଚାଳନା ଅନୁପାତକୁ ଦେଖିଲେ ଏହା ପ୍ରାୟ ୯୦%ରୁ ଉଚ୍ଚରେ ରହିଛି। ଏହି ବର୍ଷ ଏହା ୯୦.୪୮% ରହିଥିଲା। ସେହିଭଳି ୨୦୦୯-୧୦ରେ ୯୫.୨୮%, ୨୦୧୦-୧୧ରେ ୯୪.୫୯%, ୨୦୧୧-୧୨ରେ ୯୪.୮୫%, ୨୦୧୨-୧୩ରେ ୯୦.୧୯%, ୨୦୧୪-୧୫ରେ ୯୧.୨୫%, ୨୦୧୫-୧୬ରେ ୯୦.୪୯% ଏବଂ ୨୦୧୬-୧୭ରେ ୯୬.୫୦% ରହିଛି। ସେହିଭଳି ରେଲଓ୍ବେ ପକ୍ଷରୁ ୨୦୧୭ରେ ଆରମ୍ଭ କରାଯାଇଥିବା ଗିଭ୍‌ ଇଟ୍‌ ସ୍କିମ୍‌ ଉତ୍ସାହଜନକ ହେଉ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri