Posted inଖେଳ

ପୃଥ୍ବୀ ଶ’ ଡୋପିଂ ମାମଲା: ବିସିସିଆଇର କାର୍ଯ୍ୟଧାରାକୁ ସମାଲୋଚନା

ନୂଆଦିଲ୍ଲୀ, ୯|୮ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ପୃଥ୍ବୀ ଶ’ ଡୋପିଂ ଉଲ୍ଲଂଘନ ମାମଲା ଉପରେ ଏହାର ଟାଇମ୍‌ ଲାଇନ୍‌ ପ୍ରକାଶ କରିଛି। ୧୯ ବର୍ଷୀୟ ଓପନରଙ୍କଠାରୁ ସାମ୍ପଲ ସଂଗ୍ରହ ଏବଂ ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌) ରିପୋର୍ଟ ମଧ୍ୟରେ ସମୟ ବ୍ୟବଧାନ ଦୁଇ ମାସରୁ ଅଧିକ ଥିବା ଏଥିରୁ ସୂଚନା ମିଳିଛି। ବିସିସିଆଇର ଏହି ମନ୍ଥର କାର୍ଯ୍ୟ ଯୋଗୁ ପୃଥ୍ବୀ ଆଇପିଏଲ, ମୁମ୍ବାଇ ଟି୨୦ରେ ଖେଳିପାରିଥିଲେ। ଏହାଛଡ଼ା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ରେ ଟ୍ରେନିଂ ନେଇ ପାରିଥିଲେ। ଟାଇମ୍‌ ଲାଇନ୍‌ରେ ଆହୁରି ମଧ୍ୟ ଏନ୍‌ଡିଟିଏଲ୍‌ ନିକଟକୁ ବୋର୍ଡ ଏକ ରିମାଇଣ୍ଡର ପଠାଇଥିବା ସୂଚିିତ ହୋଇଛି। ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଏହି ମାମଲାରେ ପ୍ରଶ୍ନ ଉଠାଇପାରେ। ବିସିସିଆଇ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପରିସରଭୁକ୍ତ ହେବା ଲାଗି ବାରମ୍ବାର ଗୁରୁତ୍ୱାରୋପ କରିଆସୁଛି। ସୂଚନାଯୋଗ୍ୟ, ଏକ ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ବିସିସିଆଇ ଗତ ମାସରେ ପୃଥ୍ବୀଙ୍କୁ ୮ମାସ ବାସନ୍ଦ କରିଛି। ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ଅସୁସ୍ଥତା କାରଣରୁ ପୃଥ୍ବୀ କଫ୍‌ ସିରପ୍‌ ବ୍ୟବହାର କରିଥିଲେ। ସେଥିରେ ନିଷିଦ୍ଧ ଦ୍ରବ୍ୟ ଟର୍ବୁଟାଲିନର ମାତ୍ରା ରହିଥିବା ବିଷୟରେ ସେ ଅଜ୍ଞ ଥିଲେ। ପୃଥ୍ବୀଙ୍କ ବାସନ୍ଦ ଦଣ୍ଡ ପିଛିଲା ମାର୍ଚ୍ଚ ୧୬ରୁ ଲାଗୁ କରାଯାଇଥିଲା। ନଭେମ୍ବର ୧୫ରେ ଏହାର ମିଆଦ ଶେଷ ହେବ। ଯାହାଫଳରେ ପୃଥ୍ବୀ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଭାରତର ଘରୋଇ ସିରିଜରେ ଖେଳିପାରିବେ ନାହିଁ। ଇନ୍ଦୋରରେ ସୟେଦ ମୁସ୍ତାକ ଅଲୀ ଟ୍ରଫି ବେଳେ ଗତ ଫେବୃୟାରୀ ୨୨ରେ ଅନୁଷ୍ଠିତ ବିସିସିଆଇର ଆଣ୍ଟି ଡୋପିଂ ଟେଷ୍ଟିଂ ପ୍ରୋଗ୍ରାମ୍‌ ବେଳେ ପୃଥ୍ବୀଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri