ପୃଥିବୀରେ କରୋନା ସଂକ୍ରମଣ କରାଇ ବି ଚାଇନାର ମନରେ ନାହିଁ ଅବଶୋଷ: ବନ୍ଦକଲା ମେକାଙ୍ଗ୍‌ ନଦୀର ପାଣି; ୪ ଦେଶରେ ମରୁଡ଼ି !

ବେଜିଂ,୧୫।୪: ପୃଥିବୀ ସାରା କରୋନା ସଂକ୍ରମଣ କରାଇଥିବା ଚାଇନା ମନରେ ଏବେ ମଧ୍ୟ ଅବଶୋଷ ନାହିଁ। ଏହାର ପ୍ରମାଣ ପାଲଟଛି ଚାଇନାର ଅମାନବୀୟ କାର୍ଯ୍ୟ। ଚାଇନା ମେକାଙ୍ଗ୍‌ ନଦୀର ପାଣିକୁ ରୋକି ଦେଇଛି। ଏହି ନଦୀ ଥାଇଲାଣ୍ଡ୍‌, ଲାଓସ, କାମ୍ବୋଡ଼ିଆ ଏବଂ ଭିଏତ୍‌ନାମ୍‌ ଆଦି ଦେଶରେ ପ୍ରବାହିତ ହୋଇଥାଏ। ପାଣିର ଅଭାବରେ ଏହି ୪ ଦେଶରେ ଏବେ ମରୁଡ଼ି ଅବସ୍ଥା ସୃଷ୍ଟି ହୋଇଛି। ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକ ପାଇଁ ମେକାଙ୍ଗ୍‌ ନଦୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପାଣି ଚାଇନା ସରକାର ବନ୍ଦ କରିବାରୁ ଏହି ୪ ଦେଶର ଚାଷୀ ଏବଂ ଧୀବର ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଇନାରେ ନଦୀ କାର୍ଯ୍ୟ ଜାରି ରହିଥିବାରୁ ମେକାଙ୍ଗ ଜଳସ୍ରୋତ କମିବାରେ ଲାଗିଥିବା କୁହାଯାଉଛି। ପୂର୍ବରୁ ଫେବୃୟାରୀରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ ୟି ସୂଚନା ଦେଇଥିଲେ ଯେ, ଚାଷୀ ଏବଂ ଧୀବରଙ୍କ ସମସ୍ୟା ନେଇ ସେ ଚିନ୍ତାରେ ପଡ଼ିଛନ୍ତି। ତେବେ ମେକାଙ୍ଗ୍‌ ନଦୀରେ ପାଣି କମ୍‌ ଥିବାରୁ ଚାଇନାରେ ଚଳିତ ବର୍ଷ ମରୁଡ଼ି ପଡ଼ିଛି। ତେଣୁ ପାଣି ରୋକିବାକୁ ଚାଇନା ସରକାର ବାଧ୍ୟ ହୋଇଛନ୍ତି। ଚାଇନାର ଏଭଳି ମନ୍ତବ୍ୟକୁ ଆମେରିକା ଜଳବାୟୁ ବିଶେଷଜ୍ଞ ଏଲନ୍‌ ବସିଷ୍ଟ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହା ପୂର୍ବରୁ ବହୁଥର ଚାଇନାରେ ମରୁଡ଼ି ସ୍ଥିତି ଦେଖାଦେଇଛି। କିନ୍ତୁ ସମ୍ପ୍ରତି ତିବ୍ବତରୁ ବାହାରିଥିବା ମେକାଙ୍ଗ୍‌ ନଦୀର ସ୍ରୋତକୁ ଚାଇନା ଇଞ୍ଜିନିୟର ମାନେ ଜାଣିଶୁଣି ଧୀମା କରିଦେଇଛନ୍ତି। ଏହାଯୋଗୁ ନଦୀରେ ଜଳ ସମସ୍ୟା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

ସ୍ପେନରେ ନିଶା କାରବାରକୁ ଶକ୍ତ ଝଟକା, ୪୧ ଟନ କୋକେନ ଜବତ, ୭୭ ଗିରଫ

ମାଡ୍ରିଡ,୯।୫: ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି। କେବଳ ଏହି ଅପରେଶନଗୁଡ଼ିକ ମଧ୍ୟରୁ…

ସର୍ବସାଧାରଣ ପୋଖରୀ ଜବରଦଖଲ, ଆନ୍ଦୋଳନ ନିଷ୍ପତ୍ତି

ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଚେକ ବାଉନ୍ସ ମାମଲାରେ …

କେସିଙ୍ଗା,୯।୫(ତୁମେଶ୍ୱର ସାହୁ,): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତି ସେଠଙ୍କ ନେତୃତ୍ୱରେ…

ଘାଇରେ ଭାସୁଛି ମୃତଦେହ: ଚନ୍ଦ୍ରଗିରିରେ ଚାଞ୍ଚଲ୍ୟ

ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା…

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା…

ବିପୁଳ ପରିମାଣର ଗଞ୍ଜେଇ ଜବତ: ଏକାବେଳକେ ସ୍ବାମୀଙ୍କ ସହ ୨ ସ୍ତ୍ରୀଙ୍କୁ ମାଡ଼ିବସିଲା ପୋଲିସ…

ପଦ୍ମପୁର ,୮।୫ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୪ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri