ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ୧.୦୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୪।୧୦(ବ୍ୟୁରୋ):ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କଟକ ଓ ଭୁବନେଶ୍ୱର ଶାଖାରେ ହୋଇଥିବା ଠକେଇ ମାମଲାର ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତ ତଥା ଉକ୍ତ ବ୍ୟାଙ୍କର ପୂର୍ବତନ ହେଡ୍‌ କ୍ୟାଶିୟର ବେଦବ୍ୟାସ ବାରିକ ଓ ତାଙ୍କ ସ୍ତ୍ରୀ ଶର୍ମିଳା ପଣ୍ଡାଙ୍କ ୧ କୋଟି ୫ ଲକ୍ଷ ୬୮ ହଜାର ୩୮୧ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍‌ କରିଛି। ଏନେଇ ଇଡି ପକ୍ଷରୁ ସୋମବାର ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ସମ୍ପତ୍ତିରେ ବେଦବ୍ୟାସଙ୍କ ୮ଟି ବ୍ୟାଙ୍କରେ ଥିବା ଟଙ୍କା, ଭୁବନେଶ୍ୱର ଓ କଟକରେ ଥିବା ୪ଟି ପ୍ଲଟ୍‌ ଏବଂ ଗୋଟିଏ ଫ୍ଲାଟ୍‌ ରହିଛି। ଠକେଇ ଟଙ୍କାରୁ ଏସବୁ ସମ୍ପତ୍ତି କରାଯାଇଥିବା ପ୍ରମାଣ ମିଳିବା ପରେ ପ୍ରିଭେନ୍‌ଶନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ୨୦୦୨ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଅଧିକ ତଦନ୍ତ କରାଯାଉଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି।
ଇଡିର ସୂଚନା ଅନୁୟାୟୀ, ଅଭିଯୁକ୍ତ ବେଦବ୍ୟାସଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମୈତ୍ରୀ ବିହାରରେ। ସେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କଟକ ଓ ଭୁବନେଶ୍ୱର ଶାଖାର ମୁଖ୍ୟ କ୍ୟାଶିୟର ଥିଲେ। ୨୦୦୮ରୁ ୨୦୧୨ ମଧ୍ୟରେ ସେ ତାଙ୍କ ପଦବୀକୁ ଅପବ୍ୟବହାର କରି ଦିଲ୍ଲୀ ବାସିନ୍ଦା ବିଜୟ କେତନ ବାରିକଙ୍କ ସ୍ତ୍ରୀ ସୁକାନ୍ତି ବାରିକଙ୍କଠାରୁ ସୁଧମୂଳ ସହ ୪ କୋଟି ୭୮ ଲକ୍ଷ ଠକେଇ କରିଥିଲେ। ସୁକାନ୍ତି କଟକ ଶାଖାରେ ଆର୍‌ଡି ଆକାଉଣ୍ଟ ଖୋଲି ୨୦୦୮ ଡିସେମ୍ବରରୁ ୨୦ ମାସ ପର୍ଯ୍ୟନ୍ତ ପ୍ରତି ମାସ ୪୦ ହଜାର ଟଙ୍କା ଲେଖାଏ ଡିପୋଜିଟ୍‌ କରିଥିଲେ। ତେବେ ବେଦବ୍ୟାସ ୬ରୁ ୨୦ଟି କିସ୍ତି ଟଙ୍କାକୁ ଠକି ନେଇଥିଲେ। ସେହିପରି ଭୁବନେଶ୍ୱର ଶାଖାରେ ସୁକାନ୍ତି ମୋଟ ୨.୮୯ କୋଟି ଟଙ୍କା ନିବେଶ କରିଥିଲେ ମଧ୍ୟ ବେଦବ୍ୟାସ ସୁକାନ୍ତିଙ୍କୁ ୧୬ ଏଫ୍‌ଡିଆର୍‌ଏସ୍‌ର ଜାଲ୍‌ ରସିଦ ଦେଇଥିଲେ। ଠକେଇ ସଂକ୍ରାନ୍ତରେ ଜଣାପଡ଼ିବା ପରେ ସୁକାନ୍ତି ଏନେଇ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ସିବିଆଇ ୨୦୧୯ ଏପ୍ରିଲ ୯ରେ ମାମଲା ରୁଜୁ କରି ତଦନ୍ତ କରିବା ସହ ବେଦବ୍ୟାସଙ୍କୁ ଗିରଫ କରିଥିଲା। ତେବେ ସିବିଆଇର ମାମଲା ଆଧାରରେ ଇଡି ଏହି ବେଆଇନ ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri