ପୂର୍ବତନ ବାଚସ୍ପତି ଚିନ୍ତାମଣିଙ୍କ ପ୍ରସ୍ତାବ: ବଂଶଧାରାକୁ ସଂଯୋଗୀକରଣ ହେଉ ଋଷିକୁଲ୍ୟା ନଦୀ

ବ୍ରହ୍ମପୁର ଅଫିସ,୧୬ା୧-ଗଜପତି ଜିଲା ବଂଶଧାରା ଓ ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀ ସଂଯୋଗୀକରଣ କରାଯାଉ। ଏହାଦ୍ୱାରା ଦୁଇ ନଦୀ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ ଏବଂ ଗ୍ରୀଷ୍ମ ଓ ଶୀତଋତୁରେ ଶୁଷ୍କ ହୋଇଯାଉଥିବା ଋଷିକୁଲ୍ୟା ଚିରସ୍ରୋତା ହୋଇପାରିବ। କେବଳ ସେତିକି ନୁହେଁ, ନିଅଣ୍ଟିଆ ଜଳସେଚନ ବ୍ୟବସ୍ଥାରେ ସୁଧାର ଆସିବ ଏବଂ ପିଇବା ପାଣି ସଙ୍କଟର ସମାଧାନ ମଧ୍ୟ ହୋଇପାରିବ। ଏହି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା । ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଯୋଜନା ବାବଦରେ ସରକାର ଶହ ଶହ କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେଣୁ ଆନ୍ଧ୍ର ସୀମାନ୍ତର ଉପରୋକ୍ତ ଦୁଇ ଜିଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି।
ଦୁଇ ନଦୀ ସଂଯୋଗୀକରଣ କରାଗଲେ ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ବ୍ଲକ ଅଧୀନ ଅନେକ ଅଞ୍ଚଳର ଚାଷଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ଉପଲବ୍ଧ ହେବ। ସେହିପରି ଗଞ୍ଜାମ ଜିଲାର ବଡ଼ଗଡ଼, ସୋରଡ଼ା ଓ ଅନ୍ୟ ଅଞ୍ଚଳ ପାଇଁ ପିଇବା ପାଣି ଏବଂ ଜଳସେଚନ ଲାଗି ବେଶ ସହାୟକ ହୋଇପାରିବ। ଗଜପତି ଜିଲା କାଶୀନଗରରୁ କେନାଲ ଦ୍ୱାରା ବଂଶଧାରା ନଦୀ ପାଣି ଅଣାଯାଇ ଅଡ଼ବା ନିକଟ ପଦ୍ମା ନଦୀରେ ପକାଯିବ। ହରଭଙ୍ଗୀ ଡ୍ୟାମ ପାଣି ବଡ଼ଗଡ଼ ପର୍ଯ୍ୟନ୍ତ ଯାଉଥିବାରୁ ସେହି କେନାଲକୁ ଋଷିକୁଲ୍ୟାକୁ ସଂଯୋଗ କରାଯାଇ ପାରିବ। ଫଳରେ ଗଞ୍ଜାମର ଅନେକ ଅଞ୍ଚଳବାସୀ ଉପକୃତ ହେବେ ଏବଂ ଫସଲ ଉତ୍ପାଦନ ବୃଦ୍ଧି ସହ ହଜାର ହଜାର ଚାଷୀଙ୍କ ଆର୍ଥିକ ବିକାଶ ଘଟିବ।
ପୂର୍ବତନ ବାଚସ୍ପତି କହିଛନ୍ତି, ୧୯୮୫ରୁ ସେ ଏହି ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଋଷିକୁଲ୍ୟା ସହ ବଂଶଧାରା ଓ ମହାନଦୀ ସଂଯୋଗୀକରଣ ପ୍ରସଙ୍ଗ ଉଠିଲା। ପୂର୍ବ କଂଗ୍ରେସ ଶାସନରେ ଏହା କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ବର୍ତ୍ତମାନର ବିଜେଡି ସରକାରଙ୍କ ୨୦ ବର୍ଷର ଶାସନରେ ମଧ୍ୟ ଅଣଦେଖା କରାଯାଇଛି। ନଦୀ ସଂଯୋଗୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବାକୁ ଦ୍ୟାନ ସାମନ୍ତରା ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri