Posted inଖେଳ

ପୂର୍ବତନ ଅଲରାଉଣ୍ଡର ନାଦକର୍ନୀଙ୍କ ପରଲୋକ

ମୁମ୍ବାଇ, ୧୮ା୧ (ପି.ଟି.)-ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ଶୁକ୍ରବାର ପରଲୋକ ଘଟିଛି। ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କ୍ରମାଗତ ୨୧ ଓଭର ମେଡେନ ଓଭର ବୋଲିଂ ପାଇଁ ସେ ବିଶେଷ ଭାବେ ପରିଚିତ। ନାଦକର୍ନୀଙ୍କୁ ୮୬ ବର୍ଷ ହୋଇଥିଲା। ସେ ତାଙ୍କ ପତ୍ନୀ ଏବଂ ଏକମାତ୍ର ଝିଅକୁ ଛାଡ଼ି ଚାଲିଯାଇଛନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ତାଙ୍କର ଦେହାନ୍ତ ଘଟିଛି। ନାଦକର୍ନୀ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ରକ୍ଷଣଶୀଳ ମନ୍ଥର ଗତି ବୋଲର ଥିଲେ। ସେ ଦେଶ ତରଫରୁ ୪୧ ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ ସଂଗ୍ରହ କରିବା ସହ ୮୮ ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ଶ୍ରେଷ୍ଠ ବୋଲିଂ ଫିଗର ୬/୪୩ ରହିଛି। ମୁମ୍ବାଇ ଓ ମହାରାଷ୍ଟ୍ରର ଜଣେ ଷ୍ଟଲଓ୍ବାର୍ଟ କ୍ରିକେଟର ଥିଲେ। ସେ ୧୯୧ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୦୦ ଉଇକେଟ ନେଇଥିଲେ। ସେ ୮୮୮୦ ରନ ସଂଗ୍ରହ କରିଥିଲେ। ନାସିକ୍‌ରେ ଜନ୍ମ ଗ୍ରହଣ କରିଥିବା ନାଦକର୍ନୀ ୧୯୫୫ରେ ଦିଲ୍ଲୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସେ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ ଏହି ଦେଶ ବିପକ୍ଷରେ ୧୯୬୮ରେ ଅକ୍‌ଲାଣ୍ଡଠାରେ ଖେଳିଥିଲେ। ମନସୁର ଅଲ୍ଲୀ ଖାଁ ପଟୌଦି ତାଙ୍କର ଅଧିନାୟକ ଥିଲେ। ନାଦକର୍ନୀ ଖୁବ୍‌ ଟାଇଟ୍‌ ବୋଲିଂ କରୁଥିଲେ। ଗୋଟିଏ ମ୍ୟାଚରେ ସେ କ୍ରମାଗତ ୨୧ ଓଭର ମେଡେନ ପକାଇଥିଲେ। ସେତେବେଳେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ତାଙ୍କ ବୋଲିଂ ଫିଗର ଥିଲା ୩୨-୨୭-୫-୦। ସେ ୧୯୬୦-୬୧ରେ ପାକିସ୍ତାନ ବିପକ୍ଷ ସିରିଜରେ ଚମତ୍କାର ବୋଲିଂ କରିଥିଲେ। କାନପୁରଠାରେ ତାଙ୍କ ବୋଲିଂ ଫିଗର ୩୨-୨୪-୨୩-୦ ଏବଂ ପରେ ଦିଲ୍ଲୀଠାରେ ୩୪-୨୪-୨୪-୧ ରହିଥିଲା। ନାଦକର୍ନୀଙ୍କ ବିୟୋଗରେ କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର ଓ ସଚିନ ତେନ୍ଦୁଲକର,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଏନସିପି ସଭାପତି ଶରଦ ପାଓ୍ବାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri