Posted inପୁରୀ

ପୂରଣ ହୋଇନି ଏସ୍‌ଡିଏମ୍‌ଆଇଏସ୍‌ ଡାଟା

ପୁରୀ ଅଫିସ, ୨।୮: ଆରମ୍ଭ ହୋଇଛି ୨୦୧୯-୨୦ ଶିକ୍ଷାବର୍ଷ। ହେଲେ ଏ ପର୍ଯ୍ୟନ୍ତ ପୁରୀ ଜିଲାର ଛାତ୍ରୀ ଛାତ୍ରଙ୍କ ସବିଶେଷ ତଥ୍ୟ ବା ଷ୍ଟୁଡେଣ୍ଟ ଡାଟା ମ୍ୟାନେଜମେଣ୍ଟ ଇନ୍‌ଫରମେଶନ ସିଷ୍ଟମ (ଏସ୍‌ଡିଏମ୍‌ଆଇଏସ୍‌) ତଥ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଫଳରେ ସରକାରୀ ପୋର୍ଟାଲରେ ଏହି ତଥ୍ୟ ପ୍ରଦାନରେ ବିଳମ୍ବ ହେଉଛି। ବର୍ତ୍ତମାନ ଜିଲାର ଆହୁରି ୫ ପ୍ରତିଶତ ସ୍କୁଲ ଏହି ଡାଟା ଦେଇନାହାନ୍ତି। ସେମାନେ ୨/୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରି ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ।
ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା କହିଛନ୍ତି, ଏସ୍‌ଡିଏମ୍‌ଆଇଏସ୍‌ ତଥ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଏହାଦ୍ୱାରା ପିଲାଙ୍କ ପାଠପଢା ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଥାଏ। ଗୋଟିଏ ବିଦ୍ୟାଳୟରେ କେତେ ପିଲା ଅଛନ୍ତି ତାହାର ତଥ୍ୟ ଥିଲେ ସରକାର ଯଦି ଛାତ୍ରୀଛାତ୍ରଙ୍କ ପାଇଁ କୌଣସି ଯୋଜନା କରନ୍ତି ତେବେ ତାହା କାର୍ଯ୍ୟକାରୀ ପାଇଁ ସହଜ ହୋଇପାରିବ। ଏତଦ୍‌ବ୍ୟତୀତ କେତେ ସଂଖ୍ୟକ ପିଲା ପାଠ ପଢୁଛନ୍ତି ଓ କେତେ ପିଲା ଉଚ୍ଚତର ଶିକ୍ଷାଲାଭ କରିବାକୁ ଆଗକୁ ବଢୁଛନ୍ତି ତାହା ଏଥିରୁ ଜଣାପଡ଼ିିଥାଏ। ଏହି ଡାଟା ପ୍ରତିବର୍ଷ ରଖାଯାଇଥାଏ। ତେବେ ଚଳିତବର୍ଷ ଜୁଲାଇ ୨୦ତାରିଖ ସୁଦ୍ଧା ଏହି ତଥ୍ୟ ଦାଖଲ ପାଇଁ ଜିଲାର ସବୁ ସ୍କୁଲକୁ ଚିଠି କରାଯାଇଥିଲା। ହେଲେ ସମୟସୀମା ମଧ୍ୟରେ ବହୁ ସଂଖ୍ୟକ ଘରୋଇ ବିଦ୍ୟାଳୟ ଏହା କରିପାରି ନ ଥିଲେ। ତେଣୁ ପୁନଶ୍ଚ ୬ଦିନ ବଢାଯାଇଥିଲା। ଘରୋଇ ବିଦ୍ୟାଳୟଗୁଡ଼ିକୁ ଲଗ୍‌ ଇନ ପାସ୍‌ୱାର୍ଡ ଦିଆଯାଇ ଏହି ଡାଟା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏହାପରେ ୭୦ପ୍ରତିଶତ ବିଦ୍ୟାଳୟ ଏହା ସମ୍ପୂର୍ଣ୍ଣ କରିଥିଲେ। ଅବଶିଷ୍ଟ ୩୦ ପ୍ରତିଶତ ଘରୋଇ ସ୍କୁଲ ଏହାକୁ ପ୍ରସ୍ତୁତ ନ କରି ବିଭିନ୍ନ ପ୍ରକାର କାରଣ ଦର୍ଶାଇଥିଲେ। ସେମାନେ ସମୟ ଗଡାଇବାରୁ ଜିଲାପାଳଙ୍କ ଦସ୍ତଖତରେ ସମ୍ପୃକ୍ତ ସ୍କୁଲଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଯଦି ଆପଣ ନ ଦେବେ, ତେବେ ଏନ୍‌ଓସି ବାତିଲ କରିଦିଆଯିବ ବୋଲି କୁହାଯାଇଥିଲା। ଏହାପରେ ବିଦ୍ୟାଳୟଗୁଡ଼ିକ ତତ୍ପରତା ପ୍ରକାଶ କରି ଏହାକୁ ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ବିଦ୍ୟାଳୟ ଏସ୍‌ଡିଏମ୍‌ଆଇଏସ୍‌ ପ୍ରସ୍ତୁତ କରିସାରିଛନ୍ତି। ଆଉ ଯେଉଁ ୫ ପ୍ରତିଶତ ସ୍କୁଲ ରହିଛି ସେମାନେ ୨/୪ ଦିନ ମଧ୍ୟରେ ଶେଷ କରିଦେବେ ବୋଲି କହିଛନ୍ତି। ବିଶେଷକରି ଗୋପ ବ୍ଲକ ଏବଂ ସଦର ବ୍ଲକର ଅଧିକାଂଶ ସ୍କୁଲ ଏହା ଦେଇ ନ ଥିବା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri