Posted inଜାତୀୟ

ପୁଲ୍‌ଓ୍ବାମା ଆକ୍ରମଣ: ବାପ-ଝିଅ ଗିରଫ

ଶ୍ରୀନଗର,୪ା୩(ପି.ଟି.): ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମଙ୍ଗଳବାର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଆକ୍ରମଣ ଷଡ଼ଯନ୍ତ୍ର ସହ ସେମାନେ ଜଡ଼ିତ ଥିଲେ ବୋଲି ଏନ୍‌ଆଇଏ ଜାଣିବାକୁ ପାଇଛି। ପୁଲ୍‌ଓ୍ବାମା ଜିଲାର ହକ୍‌ରିପୋରା ବାସିନ୍ଦା ତାରିକ୍‌ ଅହମଦ ଶାହ ଓ ତାଙ୍କ ଝିଅ ଇନ୍‌ଶା ଜାନ୍‌ଙ୍କ ଘରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଆଦିଲ ଅହମଦ ଦର ଏକ ଭିଡିଓ ଶୁଟିଂ କରିଥିଲା। ଆକ୍ରମଣ ପରେ ପାକିସ୍ତାନରେ ଉକ୍ତ ଭିଡିଓ ପ୍ରସାରଣ କରାଯାଇଥିଲା। ଟ୍ରକ୍‌ ଡ୍ରାଇଭର ଥିବା ଶାହଙ୍କ ଘରେ ଆଦିଲଙ୍କ ସମେତ ପାକିସ୍ତାନୀ ଆତଙ୍କବାଦୀ ତଥା ଆଇଇଡି ପ୍ରସ୍ତୁତକାରୀ ମହମ୍ମଦ ଉମର ଫାରୁକ୍‌, କାମରନ, ପୁଲ୍‌ଓ୍ବାମାର ଜେଇଏମ୍‌ ଆତଙ୍କବାଦୀ ସମୀର ଅହମଦ ଦର୍‌ ଏବଂ ଇସ୍‌ମାଇଲ ଓରଫ ଇବ୍ରାହିମ ଓରଫ ଆଦନାନ ରହୁଥିଲେ। ସେମାନେ ସେଠାରେ ଆତ୍ମଘାତୀ ଆକ୍ରମଣର ଯୋଜନା ପ୍ରସ୍ତୁତ କରିବା ସହ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ ବୋଲି ଏନ୍‌ଆଇଏ ମୁଖପାତ୍ର କହିଛନ୍ତି। ଆତଙ୍କବାଦୀମାନେ ଶାହଙ୍କ ଘରେ ୨୦୧୮-୧୯ ମଧ୍ୟରେ ଏକାଧିକ ଥର ରହିଥିଲେ। ଶାହଙ୍କ ଝିଅ ଇନ୍‌ଶା ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେଉଥିଲେ। ଇନ୍‌ଶା ଆତଙ୍କବାଦୀ ମହମ୍ମଦ ଉମର ଫାରୁକଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପୂର୍ବରୁ ପ୍ରଭୁ ଶିବଙ୍କ ଉପରେ ପାଣି ଢାଳିଲେ ପ୍ରତିରକ୍ଷା ମନ୍ତ୍ରୀ

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶର ଲକ୍ଷ୍ନୌର ଭାଜପା ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖୂଳ କରିବେ। ନାମାଙ୍କନ ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌର ହନୁମାନ...

କାହିଁକି ଭାଜପାକୁ ଓଡ଼ିଶାରେ ଦରକାର ଗୋଟିଏ ସୁଯୋଗ? କାରଣ ବାହାର କରି ବୁଝାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଘରୋଇ ଟେଲିଭିଜନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ...

ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ, ଗୋଟିଏ ମାସ ପୂର୍ବରୁ ରାଜନୀତିରୁ ନେଇଥିଲେ ସନ୍ୟାସ

ବେଙ୍ଗାଲୁରୁ,୨୯।୪: କର୍ନାଟକର ଚାମରାଜନଗରରୁ ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ...

ଦୁଇଭାଗ ହେବ କଂଗ୍ରେସ: ବ୍ୟାପିପାରେ ଲଭଲିଙ୍କ ଇସ୍ତଫାର ନିଆଁ

ନୂଆଦିଲ୍ଲୀ,୨୯।୪: ଆମ ଆଦମୀ ପାର୍ଟି (ଏଏପି) ସହିତ ମେଣ୍ଟ, ବାହ୍ୟ ପ୍ରାର୍ଥୀ ଚୟନ ଏବଂ ପ୍ରଦେଶ କଂଗ୍ରେସର ମନମାନିକୁ ନେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନଙ୍କ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri