ପୁରୁଣା ଗାଡ଼ି ରଦ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଚିଠା ପ୍ରସ୍ତାବ:ବିଭିନ୍ନ ରାଜ୍ୟରୁ ଲୋଡ଼ାଗଲା ମତାମତ

କଟକ ଅଫିସ, ୨୩-୧୦:କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ମୋଟରଯାନ ଆଇନରେ ପୁରୁଣା ଗାଡ଼ି ରଦ୍ଦ ପାଇଁ ନୂଆ ଚିଠା ପ୍ରସ୍ତାବ ଆଗତ ହୋଇଛି। ଉକ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ରାଜ୍ୟ ସରକାରମାନଙ୍କ ମତାମତକୁ ଆଧାର କରି ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ମୋଟାମୋଟି ଭାବେ ଡିସେମ୍ବର ପହିଲା ସୁଦ୍ଧା ଏହି ଚିଠା ପ୍ରସ୍ତାବକୁ କେନ୍ଦ୍ର କାର୍ଯ୍ୟକାରୀ କରିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ସୂଚନାଥାଉ କି, ସଂଶୋଧିତ ମୋଟରଯାନର ଧାରା ୪୧ ଓ ଉପଧାରା ୧୦ରେ ଏକ ପ୍ରାବଧାନ ରହିଛି। ଏହି ପ୍ରାବଧାନ ଅନୁଯାୟୀ କେଉଁ ଗାଡ଼ିର ଆୟୁଷ କେତେ ରହିବ ତାହା କେବଳ କେନ୍ଦ୍ର ସରକାର ସ୍ଥିର କରିବେ। ଏଥିପାଇଁ କେନ୍ଦ୍ର ସରକାର ଉକ୍ତ ଧାରାକୁ ଆଧାର କରି ଭେଇକିଲ ସ୍କ୍ରାପିଂ ପଲିସି ଆଗତ କରିଛନ୍ତି। ଏହି ପଲିସି ଅନୁଯାୟୀ ଯଦି ଗୋଟିଏ ଗାଡ଼ିର ଆୟୁଷ ୧୫ ବର୍ଷ ସ୍ଥିର କରାଯାଏ, ତେବେ ୧୫ ବର୍ଷ ପରେ ଗାଡ଼ିଟି ଚଳାଚଳ ଅନୁପଯୋଗୀ ହେବା ସହିତ ଅକାମୀ ହୋଇପଡ଼ିବ। ମାତ୍ର ଭେଇକିଲ ସ୍କ୍ରାପିଂ ପଲିସି ଅନୁଯାୟୀ ଉକ୍ତ ଗାଡ଼ିଗୁଡ଼ିକ ନିମନ୍ତେ ନୂଆ ବ୍ୟବସ୍ଥା କରାଯାଇଛି। ଏହି ଅନୁଯାୟୀ ରାଜ୍ୟ ସରକାର ନିଜ ରାଜ୍ୟରେ ସ୍କ୍ରାପ ଡିସ୍‌ପୋଜାଲ ସେଣ୍ଟର ନିର୍ମାଣ କରିବେ। ଏହି ସେଣ୍ଟରଗୁଡ଼ିକୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁଯାୟୀ ଏହି ସ୍କ୍ରାପ ଡିସ୍‌ପୋଜାଲ୍‌ ସେଣ୍ଟରଗୁଡ଼ିକ କାର୍ଯ୍ୟ କରିବ। ଅର୍ଥାତ୍‌ ଏହି ସେଣ୍ଟର କାର୍ଯ୍ୟକାରୀ ହେବା ଦ୍ୱାରା ଯେଭଳି ପରିବେଶ ଉପରେ ଏହାର କୌଣସି କୁପ୍ରଭାବ ନ ପଡ଼େ, ସେଥିପ୍ରତି ଧ୍ୟାନ ଦିଆଯିବ। ସ୍କ୍ରାପ ଡିସ୍‌ପୋଜାଲ ସେଣ୍ଟରରେ ଗାଡ଼ିକୁ ଓଜନ କରାଯିବ। ଗାଡ଼ିରେ କେତେ ଓଜନର ଲୁହା, ଆଲୁମିନିୟମ ଓ ସିସା ଆଦି ଧାତୁ ଭରି ରହିଛି, ତାହାର ପୃଥକୀକରଣ କରାଯିବ। ପରେ ବଜାର ଦର ଅନୁଯାୟୀ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଏହାପରେ ସ୍କ୍ରାପ ଡିସ୍‌ପୋଜାଲ ସେଣ୍ଟର ପକ୍ଷରୁ ଗାଡ଼ି ମାଲିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯିବ। ଟଙ୍କା ଟ୍ରାନ୍ସଫର କରାଯିବା ପରେ ଡିସ୍‌ପୋଜାଲ ସେଣ୍ଟର ପକ୍ଷରୁ ଗାଡ଼ି ମାଲିକଙ୍କୁ ଏକ ଭେହିକିଲ ଡିସ୍‌ପୋଜାଲ ସାର୍ଟିଫିକେଟ ଦିଆଯିବ। ପ୍ରଥମେ ଗାଡ଼ିଟିର ଆୟୁଷ ଶେଷ ହୋଇଯାଇଥିବା ନେଇ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଗାଡ଼ି ମାଲିକଙ୍କୁ ଏକ ପ୍ରମାଣପତ୍ର ଦେଇଥିବେ। ଦ୍ୱିତୀୟରେ ଡିସ୍‌ପୋଜାଲ୍‌ ସେଣ୍ଟର ପକ୍ଷରୁ ଦିଆଯାଇଥିବା ପ୍ରମାଣପତ୍ରକୁ ଧରି ଗାଡ଼ି ମାଲିକ ଡିଲର ପାଖରେ ପହଞ୍ଚତ୍ବେ। ଦୁଇଟି ସାର୍ଟିଫିକେଟକୁ ଦେଖିବା ପରେ ଗାଡ଼ି ମାଲିକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ରିହାତି ମୂଲ୍ୟରେ ଗାଡ଼ି ଯୋଗାଇ ଦିଆଯିବ। ତେବେ ଏହି ରିହାତି କେତେ ପ୍ରତିଶତ ହେବ ତାହା ରାଜ୍ୟମାନଙ୍କଠାରୁ ମତାମତ ଲୋଡାଯିବା ପରେ ସ୍ଥିର କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri