ପୁରୀ ସୁରକ୍ଷା ମଞ୍ଚ-ପ୍ରଶାସନ ଆଲୋଚନା ବିଫଳ

ପୁରୀ ଅଫିସ, ୫ା୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଅଶାନ୍ତ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ପ୍ରଶାସନର ଉଚ୍ଛେଦ ଅଭିଯାନକୁ ବିରୋଧ କରି ମେଳି ବାନ୍ଧୁଛନ୍ତି ମଠ ମହନ୍ତ, ଦୋକାନୀ ଏବଂ କ୍ଷତିଗ୍ରସ୍ତ। ପ୍ରାଥମିକ ପର୍ଯ୍ୟାୟରେ ୭୫ ମିଟର ପରିଧି ମଧ୍ୟରେ ଥିବା ମଠ ଉଚ୍ଛେଦ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଲଙ୍ଗୁଳି ମଠ ଏବଂ ଏମାର ମଠ ଭଙ୍ଗାଯାଇଥିବା ବେଳେ ଏବେ ବଡ଼ ଆଖଡ଼ା ଉଚ୍ଛେଦକୁ ନେଇ ପ୍ରତିବାଦ ତୀବ୍ର ହୋଇଛି। ଆଗକୁ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ଭଙ୍ଗାଯିବା ନେଇ ସର୍ଭେ ଚାଲିଛି। ଏହି ଉଚ୍ଛେଦକୁ ବିରୋଧ କରିଛି ପୁରୀ ସୁରକ୍ଷା ମଞ୍ଚ। ବୁଧବାର ସୁରକ୍ଷା ମଞ୍ଚର ୧୫ଜଣିଆ ପ୍ରତିନିଧି ଦଳ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନା ବିଫଳ ହୋଇଛି। ଉଚ୍ଛେଦ ବନ୍ଦ କରିବା ଲାଗି ସୁରକ୍ଷା ମଞ୍ଚର ଦାବିକୁ ଜିଲାପାଳ ବଲୱନ୍ତ ସିଂ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳରେ ଆଗକୁ ଏହି ଅସନ୍ତୋଷ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ତେବେ ପୁରୀ ସହରବାସୀଙ୍କ ସ୍ବାର୍ଥ, ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ମଞ୍ଚ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏପରି କି ଆବଶ୍ୟକ ପଡ଼ିଲେ ସେମାନେ ବୁଲ୍‌ଡୋଜର ଆଗରେ ଧାରଣା ଦେବେ ବୋଲି କହିଛନ୍ତି।
ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ୧୫ଜଣିଆ ପ୍ରତିନିଧି ଦଳ ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ। ବର୍ତ୍ତମାନର ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ଲାଗି ସେମାନେ ପ୍ରଥମ ଦାବି ରଖିଥିଲେ। ଏଥିସହ ଆଗ ଥଇଥାନ ପରେ ଉଚ୍ଛେଦ ଭଳି ଏକାଧିକ ଦାବି ଉପସ୍ଥାପନ କରିଥିଲେ। କେତେକ ସଦସ୍ୟ କହିଥିଲେ ପୁରୀର ଅଧିକାଂଶ ପରିବାରର ଜମିପଟ୍ଟା ତାଙ୍କ ନାମରେ ନାହିଁ। ସେମାନେ ମଠ ମହନ୍ତଙ୍କଠାରୁ ଦଲିଲ କରି ଜାଗା କିଣି ଘର କରିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମ୍‌କୋର୍ଟ ମଠ ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବୋଲି ରାୟ ଦେବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଏ ପର୍ଯ୍ୟନ୍ତ ଜମିପଟ୍ଟା ପାଇପାରିନାହାନ୍ତି। ଯେଉଁଥିପାଇଁ ପୁରୀ ସହରରେ ଭୂ ସମ୍ପତ୍ତି ସୁରକ୍ଷା ପରିଷଦ ଏବଂ ସଦରରେ ଆଞ୍ଚଳିକ ଭୂ ସମ୍ପତ୍ତି ସୁରକ୍ଷା ପରିଷଦ ଆନ୍ଦୋଳନ ଚଳାଇଛି। ତେଣୁ ୭୫ ମିଟର ମଧ୍ୟରେ ଏମିତି ପରିବାର ଥିଲେ କ୍ଷତିପୂରଣ ଟଙ୍କା କିଏ ପାଇବ ବୋଲି ପ୍ରଶ୍ନ କରିଥିଲେ। ଅନ୍ୟ ଜଣେ ସଦସ୍ୟ କହିଥିଲେ, ନବକଳେବର ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଲାଗି ଥିବା ମୋର ଘର ଭାଙ୍ଗିଦିଆଗଲା। ସେତେବେଳେ ପ୍ରଶାସନ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ମୋତେ ଥଇଥାନ କରାଗଲାନାହିଁ। ବର୍ତ୍ତମାନ କିପରି ପ୍ରଶାସନକୁ ଆଉ ଭରସା କରିବୁ ବୋଲି ସେ ଜିଲାପାଳଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଘୋଷଣା ହୋଇଥିବା ପ୍ୟାକେଜକୁ ନେଇ କେତେଜଣ ଅଭିଯୋଗ ଉଠାଇଥିଲେ। ଜିଲାପାଳ ସମସ୍ତଙ୍କ କଥା ଶୁଣିଥିଲେ ମଧ୍ୟ ଉଚ୍ଛେଦ ବନ୍ଦ ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ। ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ଜିଲାପାଳ ପର୍ଯ୍ୟାୟକ୍ରମେ କ୍ଷତିଗ୍ରସ୍ତ ଜନସାଧାରଣ, ମଠ ମହନ୍ତ, ବ୍ୟବସାୟୀ ସମସ୍ତଙ୍କ ଅଭିଯୋଗ ଶୁଣିବେ। ସମସ୍ତଙ୍କୁ ସୁହାଇଲା ଭଳି ଯାହା ପଦକ୍ଷେପ ନେବେ। ମଞ୍ଚ ଆବାହକ ଦାମୋଦର ପ୍ରଧାନୀ କହିଛନ୍ତି, ଆମେ ପ୍ରଥମେ ଉଚ୍ଛେଦ ବନ୍ଦ ପାଇଁ ଦାବି କରିଥିଲୁ। କିନ୍ତୁ ଜିଲାପାଳ ଏହାକୁ ଅଗ୍ରାହ୍ୟ କରି
ଉଚ୍ଛେଦ…
ଦେଇଛନ୍ତି। କେବଳ ମଠର ବିଜେସ୍ଥଳୀ ଓ ଗାଦିଘରକୁ ବାଦ୍‌ ଦେଇ ମଠର ବ୍ୟବସାୟିକ କୋଠାକୁ ଭଙ୍ଗାଯିବ। ଏଥିରେ ଆମେ ସନ୍ତୁଷ୍ଟ ହୋଇନାହୁଁ। ୨୦୧୫ରେ ଉଚ୍ଛେଦ ସମୟରେ ଯେଉଁମାନଙ୍କର ଜାଗା ଯାଇଥିଲା ସେମାନେ ଏ ପର୍ଯ୍ୟନ୍ତ ଜାଗା ପାଇନାହାନ୍ତି। ତେଣୁ ପୁନର୍ବାର ବୈଠକ କରି ଦରକାର ପଡ଼ିିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ। ଯଦି ପ୍ରଶାସନ ଉଚ୍ଛେଦ ଜାରି ରଖେ ତେବେ ବୁଲ୍‌ଡୋଜର ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବୁ।
ଅନ୍ୟପକ୍ଷରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ଆଲୋଚନା ବେଳେ ୭୫ ମିଟର ଭିତରେ କ’ଣ କ’ଣ କରାଯିବ ତା’ର ବ୍ଲୁ ପ୍ରିଣ୍ଟ ସମ୍ପର୍କରେ ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା କିପରି ରହିଛି ତାହା ପ୍ରତିନିଧି ଦଳ ବୁଝିଥିଲେ। ୨୦୧୫ରେ ଅନେକ ଲୋକଙ୍କ ଜମି ସରକାର ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନେ ଟଙ୍କା ପାଇ ନ ଥିବା କେତେକ ଲୋକ ଅଭିଯୋଗ କରିଥିଲେ। ତେବେ ବର୍ତ୍ତମାନ ଯେଉଁ ଉଚ୍ଛେଦ ଚାଲିଛି ତାହାକୁ ବନ୍ଦ କରିବା ଲାଗି ସେମାନେ କହିଥିଲେ। କିନ୍ତୁ ଏହା ସମ୍ଭବ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହା କରାଯାଉଛି। ୭୫ ମିଟର ପରିଧି ମଧ୍ୟରେ ଯେତେ ମଠ ଆସିବ ସେ ସବୁର ବିଜେସ୍ଥଳୀ, ଗାଦିଘରକୁ ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ କରାଯିବ। କିନ୍ତୁ ମଠରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଥିବା ନିର୍ମାଣ ଭଙ୍ଗାଯିବ। ବର୍ତ୍ତମାନ ଅସୁରକ୍ଷିତ କୋଠା ଭଙ୍ଗାଯାଉଛି, ଭବିଷ୍ୟତରେ ଅନ୍ୟଗୁଡ଼ିକ ଭଙ୍ଗାଯିବ। ୭୫ ମିଟର ମଧ୍ୟରେ ଅସୁରକ୍ଷିତ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri