ପୁରୀ ଷ୍ଟେଶନ ଅନୁଧ୍ୟାନ କଲେ ପିଏସ୍‌ସି ଟିମ୍‌: ଫୁଡ୍‌ ପ୍ଲାଜାକୁ ୧୦ ହଜାର, ଠିକାଦାରଙ୍କୁ ୨୫ହଜାର ଜରିମାନା

ପୁରୀ ଅଫିସ, ୧୭ା୭: ଭାରତୀୟ ରେଳ ମନ୍ତ୍ରଣାଳୟର ପାସେଞ୍ଜର ସର୍ଭିସ କମିଟି(ପିଏସ୍‌ସି) ୫ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି। ବୁଧବାର ପୂର୍ବାହ୍ନରେ ଏହି ଟିମ୍‌ ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ ଏବଂ ଅପରାହ୍ନରେ ପୁରୀ ଷ୍ଟେଶନ ଅନୁଧ୍ୟାନ କରିଛନ୍ତି। କମିଟି ଚେୟାରମ୍ୟାନ ରମେଶ କୁମାର ରନତ୍ଙ୍କ ନେତୃତ୍ୱରେ ପଞ୍ଚାନନ ରାଉତ, ସତ୍ୟବ୍ରତ ଦତ୍ତ, ଭେଙ୍କଟରମଣୀ, ରାଜୀବ କୁମାର ଶର୍ମା ପ୍ରମୁଖ ୫ଜଣିଆ ଟିମ୍‌ ଅପରାହ୍ନ ୫ଟାରେ ପୁରୀ ଷ୍ଟେଶନରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଷ୍ଟେଶନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ଷ୍ଟେଶନ ପରିସର ବୁଲି ଦେଖିବା ସହ ପ୍ଲାଟଫର୍ମରେ ସ୍ବଚ୍ଛତା ଓ ୨୪ଘଣ୍ଟିଆ ପାନୀୟଜଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ। ଯାତ୍ରୀମାନଙ୍କୁ ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଟିକେଟ କାଉଣ୍ଟର, ଇନକ୍ବାରୀ, ପ୍ରତୀକ୍ଷା କକ୍ଷ ଏବଂ ଆଇସିଟିସି ଦ୍ୱାରା ପରିଚାଳିତ ଫୁଡ ପ୍ଲାଜା ରୋଷେଇ ଘର ଅନୁଧ୍ୟାନ କରିଥିଲେ। ଫୁଡ୍‌ ପ୍ଲାଜା ଦ୍ୱାରା ଦିଆଯାଉଥିବା ଜନତା ମିଲ୍‌ରେ ଏକ୍ସପାଏରୀ ତାରିଖ ଏବଂ ମୂଲ୍ୟ ଦର୍ଶାଯାଇ ନ ଥିବାରୁ କର୍ତ୍ତୃପକ୍ଷଙ୍କୁ ୧୦ହଜାର ଟଙ୍କା ଏବଂ ଦ୍ୱିତୀୟ ଶ୍ରେଣୀ ମହିଳା ପ୍ରତୀକ୍ଷା ଗୃହ ଓ ଶୌଚାଳୟ ନିୟମିତ ସଫେଇ କରାଯାଉ ନ ଥିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ୨୫ହଜାର ଟଙ୍କା ଜରିମାନା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୩ଦିନ ମଧ୍ୟରେ ପ୍ଲାଟଫର୍ମର ଖାଲଢିପ ମରାମତି କରିବାକୁ କହିଛନ୍ତି।
ଏହି ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଉକ୍ତ ଟିମ୍‌କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁରୀ ଜିଲା ଭାଜପା ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଟିମ୍‌କୁ ଭେଟି ଷ୍ଟେଶନର ବିିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇବା ସହ ସିଦ୍ଧ ମହାବୀର ରେଲଓ୍ବେ ଫାଟକ ନିକଟରେ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ। ଧର୍ମରକ୍ଷା ଫାଉଣ୍ଡେଶନ ଆବାହକ ଶରତ ଜୟସିଂ ସିଦ୍ଧ ମହାବୀର ଫ୍ଲାଏ ଓଭରବ୍ରିଜ, ଯାତ୍ରୀନିବାସ, ମେଡିକାଲ ସୁବିଧା ଏବଂ କୋଣାର୍କକୁ ରେଳପଥ ସହିତ ସଂଯୋଗ କରିବାକୁ ଦାବି ଜଣାଇଥିଲେ। ସେହିପରି ଶ୍ରୀକ୍ଷେତ୍ର ଜର୍ଣ୍ଣାଲିଷ୍ଟ ଫୋରମ୍‌ ପକ୍ଷରୁ ୧୦ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। ଷ୍ଟେଶନ ପରିସରରେ ଆମ୍ବୁଲାନ୍ସ, ଫୁଟ ଓଭରବ୍ରିଜ ନିର୍ମାଣ, ଫ୍ଲାଟଫର୍ମକୁ ଉଚ୍ଚ କରିବା, ଛାତ ନିର୍ମାଣ, ଜିଆର୍‌ପି ଥାନା ପ୍ରତିଷ୍ଠା, ପାର୍କିଂ ସ୍ଥାନ, ପାନୀୟଜଳ ବ୍ୟବସ୍ଥା, ଶିଶୁଙ୍କ ସୁରକ୍ଷା ଓ ଥଇଥାନ ପାଇଁ ଦାବି ଉପସ୍ଥାପନ ହୋଇଛି। କମିଟି ଚେୟାରମ୍ୟାନ ରନତ୍ କହିଥିଲେ, ଆମ ଟିମ୍‌ ପୁରୀ ଷ୍ଟେଶନ ଅନୁଧ୍ୟାନ କରିଛି। ଏ ସଂକ୍ରାନ୍ତ ରିପୋର୍ଟ ରେଳ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ। ବିଭିନ୍ନ ସଂସ୍ଥା ସିଦ୍ଧ ମହାବୀର ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ଦାବି କରିଛନ୍ତି। ଏଥିସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହା ଉପରେ ତଜମା କରାଯିବ। ଯାତ୍ରୀଙ୍କ ସୁବିଧା ପ୍ରତି ରେଳ ବିଭାଗ ଗୁରୁତ୍ୱ ଦେଉଛି। କେନ୍ଦ୍ର ସରକାର ଯାତ୍ରୀଙ୍କ ସୁରକ୍ଷା, ସମସ୍ତ ସୁବିଧା ପ୍ରଦାନ ଲାଗି ପ୍ରତିଶ୍ରୁତିବଦ୍ଧ। ଏଠାରେ ରହିଥିବା ସମସ୍ୟା ସମ୍ପର୍କରେ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ସୁପାରିଶ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri