ପୁରୀ ରେଳ ଷ୍ଟେଶନ ସାଜିଛି ମାନବ ଚାଲାଣର ମାଧ୍ୟମ

ପୁରୀ ଅଫିସ,୨୭ା୨: ଓଡ଼ିଶାର ଆଦିବାସୀ ଅଞ୍ଚଳଗୁଡ଼ିକରୁ ବାହାର ରାଜ୍ୟକୁ ମାନବଚାଲାଣ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଟ୍ରେନରେ ମାନବ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ଉଠିଛନ୍ତି। ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ପ୍ରଭୃତି ଅଞ୍ଚଳରୁ ନାବାଳିକା, ନାବାଳକଙ୍କୁ ଦାଦନ ଖଟିବା ଲାଗି ଏଜେଣ୍ଟଙ୍କ ଜରିଆରେ ବାହାର ରାଜ୍ୟକୁ ପଠାଯାଉଛି। ମୁଖତଃ ସୁରଟ, ବମ୍ବେ, ବାଙ୍ଗାଲୁରୁ, ଚେନ୍ନାଇ ପ୍ରଭୃତି ଅଞ୍ଚଳକୁ ଅଧିଖ ଚାଲାଣ କରାଯାଉଥିବା ଜଣାପଡିଛି। ତେବେ ପୁରୀ ଷ୍ଟେଶନ ଏମାନଙ୍କ ଲାଗି ଏକ ସୁରକ୍ଷିତ ସ୍ଥାନ ପାଲଟିଛି। ପୁରୀଠାରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ ସୁବିଧା ଥିବାରୁ ଅଧିକାଂଶ ନାବାଳିକା ନାବାଳକଙ୍କୁ ଧରି ଏହି ଷ୍ଟେଶନରୁ ଯାତ୍ରା କରିଥାନ୍ତି। ନିକଟରେ ପୁରୀ ଷ୍ଟେଶନରୁ ୫ଜଣ ନାବାଳକ ଓ ୩ ସାବାଳକ ଧରାପଡ଼ିଥିଲେ। ଏମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ନେଇ ପୋଲିସ ୨ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା। ବିଭିନ୍ନ ଅଞ୍ଚଳରୁ ସଂଗୃହିତ ପିଲାଙ୍କୁ ପର୍ଯ୍ୟାୟକ୍ରମେ ଟ୍ରେନ ଯୋଗେ ଏଠାରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ ଜନୈକ ଏଜେଣ୍ଟ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ମଙ୍ଗଳବାର କଟକ ପୋଲିସ ମୁଖ୍ୟାଳୟଠାରେ ରେଳ ସୁରକ୍ଷା କମିଟିର ତ୍ରୈମାସିକ ବୈଠକରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ପୋଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ତାଗିଦ୍‌ କରିଥିଲେ। ଆରପିଏଫ, ଜିଆରପି ଏବଂ ପୋଲିସ ମଧ୍ୟରେ ସମନ୍ବୟତା ରଖି ଷ୍ଟେଶନ ପରିସରରେ ଘଟୁଥିବା ସମସ୍ତ ଗତିବିଧି ଉପରେ ନଜର ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ବିଶେଷତଃ ମାନବଚାଲାଣ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମିଳିଥିବା ସୂଚନା ପ୍ରକାରେ ରୀତିମତ ଭାବେ ପୁରୀର ବ୍ରହ୍ମଗିରି, ସତ୍ୟବାଦୀ, ଅସ୍ତରଙ୍ଗ ପ୍ରଭୃତି ନାବାଳିକା ଓ ସାବାଳିକାମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡିଛି। ୨୦୧୮ରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର ୧୮ଜଣ ନାବାଳିକା ଓ ସାବାଳିକାଙ୍କୁ ଟ୍ରେନରେ ଚାଲାଣ ବେଳେ ଧରାପଡିଥିଲା। ଏ ନେଇ ଆରପିଏଫ ଥାନାଧିକାରୀ ଅନିଲ କୁମାର ସିଂ କୁହନ୍ତି, ମାନବାଚାଲାଣ ରୋକିବା ଲାଗି ଆରପିଏଫ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏ ନେଇ ଷ୍ଟେଶନରୁ ଟ୍ରେନ ଛାଡିବାର କିଛି ସମୟ ପୂର୍ବରୁ ଟ୍ରେନ ପରିସର ଚେକିଂ କରାଯାଉଛି। କୌଣସି ବ୍ୟକ୍ତି ବିଶେଷ ଅଥବା ପ୍ଲାଟଫର୍ମରେ ନାବାଳିକା ବସିଥିବା ସନ୍ଦେହ ହେଲେ ସେମାନଙ୍କୁ ତୁରନ୍ତ ଥାନାକୁ ଆଣି ପଚରାଉଚୁରା କରାଯାଉଛି। ନିକଟରେ ମାନବଚାଲାଣ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏନେଇ ଆରପିଏଫ ପକ୍ଷରୁ ଦୃଷ୍ଟି ଦିଆଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri