ପୁରୀ ଜିଲା: ଭୋଟରଙ୍କ ପସନ୍ଦଯୋଗ୍ୟ ନ ଥିଲେ ପ୍ରାର୍ଥୀ, ନୋଟାକୁ ଯାଇଛି ୪,୯୮୩ ଭୋଟ

ପୁରୀ ଅଫିସ, ୨୬ା୫: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କ ଭୋଟ ଦେବାର ଅଧିକାର ରହିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଯଦି ଭୋଟରଙ୍କ ପସନ୍ଦଯୋଗ୍ୟ ନୁହନ୍ତି ତାହେଲେ ତାଙ୍କ ପାଇଁ ନୋଟା (ନନ୍‌ ଅଫ୍‌ ଦ ଏବଭ)ବଟନ ଅପ୍‌ସନ ରଖିଛନ୍ତି ଭାରତର ନିର୍ବାଚନ କମିଶନ । ଏହି ବଟନ ଇଭିଏମ୍‌ର ସବା ତଳେ ରହିଥାଏ। ଏଥର ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପସନ୍ଦର ପ୍ରାର୍ଥୀ ନ ଥିବାରୁ ନୋଟାକୁ ଯାଇଛି ୪,୯୮୩ ଭୋଟ। ଏଥିରେ ପୁରୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧,୨୮୧ ଭୋଟର ନୋଟା ଓ ସତ୍ୟବାଦୀରେ ସର୍ବନିମ୍ନ ୬୫୫ ମତଦାତା ନୋଟା ବଟନ ବ୍ୟବହାର କରିଛନ୍ତି। ସୂଚନା ଅନୁଯାୟୀ, ଜିଲାର ୬ଟି ନିର୍ବାଚନମଣ୍ଡଳୀ (ପୁରୀ, ପିପିଲି, ସତ୍ୟବାଦୀ, କାକଟପୁର, ନିମାପଡ଼ା ଏବଂ ବ୍ରହ୍ମଗିରି)ରେ ଏଥର ମୋଟ ୧୦,୨୩,୦୩୯ ଜଣ ଭୋଟର ମତଦାନ କରିଛନ୍ତି। ଏଥିମଧ୍ୟରେ ୪,୯୮୩ ଭୋଟ ନୋଟାକୁ ଯାଇଛି। ପୁରୀ ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୧,୨୮୧ଭୋଟ୍‌ ନୋଟାକୁ ଯାଇଛି। ଏଥିରେ ଇଭିଏମ୍‌ ଭୋଟ ୧୨୭୫ ଏବଂ ୬ଟି ପୋଷ୍ଟାଲ ଭୋଟ ରହିଛି। ସେହିପରି କାକଟପୁରରେ ୭୩୬ (ଇଭିଏମ୍‌ ୭୩୪ ଓ ପୋଷ୍ଟାଲ ଭୋଟ ୨), ନିମାପଡ଼ା ୬୮୪ (ଇଭିଏମ୍‌ ୬୮୩ ଓ ପୋଷ୍ଟାଲ ଭୋଟ ୧), ବ୍ରହ୍ମଗିରି ୭୬୦ (ଇଭିଏମ୍‌ ୭୫୭ ଓ ପୋଷ୍ଟାଲ ଭୋଟ ୩), ସତ୍ୟବାଦୀ ୬୫୫ (ଇଭିଏମ୍‌ ୬୫୪ ଓ ପୋଷ୍ଟାଲ ଭୋଟ ୧), ପିପିଲି ୮୬୭ (ଇଭିଏମ୍‌ ୮୬୫ ଓ ପୋଷ୍ଟାଲ ଭୋଟ ୨) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri