ପୁରୀ ଅଫିସ, ୧୭।୩: କରୋନାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ପକ୍ଷରୁ ଯେଉଁସବୁ କଟକଣା ଓ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହାକୁ ସମସ୍ତେ ମାନିବା ଦରକାର ବୋଲି କହିଛନ୍ତି ଲିବାନିଆର ପର୍ଯ୍ୟଟକ। ୧୬ଜଣିଆ ଏହି ବିଦେଶୀ ପର୍ଯ୍ୟଟକ ସୋମବାର ଅପରାହ୍ନରେ ପୁରୀ ଛାଡ଼ିିଛନ୍ତି। ଗଲାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସେମାନେ ରହୁଥିବା ହୋଟେଲ ସମ୍ମୁଖରୁ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରିଛନ୍ତି। ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଯାଇ ଘରେ ପହଞ୍ଚତ୍ବୁ ବୋଲି ଏହି ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି।
କରୋନର ଭୟାବହତାକୁ ନେଇ ପ୍ରଶାସନ ପକ୍ଷରୁ ଟୁରିଷ୍ଟ ବସ୍ ସେବାକୁ ବନ୍ଦ କରାଯାଇଛି। ସେହିପରି ବେଳାଭୂମି ଉପରେ କଟକଣା ଲଗାଯିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ସର୍ବସାଧାରଣରେ ବୁଲାବୁଲି ନ କରିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ କାମ ନ ଥିଲେ ଏବେ ପୁରୀ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବିଦେଶୀ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଉପରେ ସତର୍କ ଦୃଷ୍ଟି ରହିଛି। କଟକଣା ଯୋଗୁ ପର୍ଯ୍ୟଟକମାନେ ପୁରୀ ଛାଡ଼ିିବା ଆରମ୍ଭ କରିଦେଇଛନ୍ତି। ସୋମବାର ଲିବାନିଆର ୧୬ ଜଣିଆ ଦଳ ପୁରୀ ଛାଡ଼ିିବା ବେଳେ ଭାବବିହ୍ବଳ ହୋଇପଡ଼ିିଥିଲେ। ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଓଡ଼ିଶାର କଳା, ସଂସ୍କୃତିକୁ ବେଶ୍ ପ୍ରଶଂସା କରିଥିଲେ। ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସିନା ଦର୍ଶନ କରିପାରୁନୁ ହେଲେ ସିଂହଦ୍ୱାରରେ ପତିତପାବନଙ୍କ ଦର୍ଶନ ସେମାନଙ୍କୁ ଅଭିଭୂତ କରିଦେଇଛି। ବର୍ତ୍ତମାନ କରୋନାକୁ ନେଇ ସେମାନେ ବି ଚିନ୍ତିତ। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ସେମାନେ ପୁଣି ଭଲରେ ଘରକୁ ଫେରିପାରିବେ ବୋଲି କହିଥିଲେ। ସୂଚନାଥାଉ କି, ଏମାନେ ବହୁଦିନ ପୂର୍ବରୁ ଭାରତ ଆସିଥିଲେ। ପ୍ରଥମେ ଦ୍ୱାରିକାରେ ବୁଲାବୁଲି ସାରି ପୁରୀରେ ପହଞ୍ଚତ୍ଥିଲେ। ଏଠାରେ ବିଭିନ୍ନ ସ୍ଥାନ ବୁଲି ସାରିବା ପରେ ସୋମବାର ପୁଣି ଦ୍ୱାରକା ଯିବେ ବୋଲି କହିଥିଲେ।
ପୁରୀ ଛାଡ଼ିଲେ ବିଦେଶୀ ପର୍ଯ୍ୟଟକ: ଜଗନ୍ନାଥଙ୍କ କୃପା ରହିଲେ ଭଲରେ ଘରେ ପହଞ୍ଚିବୁ
Posted inHome Left, ଆମ ଜିଲା ଖବର, ପୁରୀ, ରାଜ୍ୟ View All
ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍
ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ
ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…
ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…
ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍…
କେସିଙ୍ଗା ବ୍ଲକରେ ୧୧ ପରୀକ୍ଷା କେନ୍ଦ୍ର: ମାଟ୍ରିକ ପରୀକ୍ଷା ଦେଉଛନ୍ତି ୧୮୦୭ ଜଣ ପରୀକ୍ଷାର୍ଥୀ
କେସିଙ୍ଗା,୧୯।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୦୭ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…
ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…
ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…
ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….
ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…
ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…
ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…
ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…
Archives

