ପୁଣି ଫୁଟ୍‌ପାଥ୍‌ରେ ଫଳ ବେପାର

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ବୋଲ ମାନୁନାହାନ୍ତି ଭୁବନେଶ୍ୱରର ଫଳ ବେପାରୀ। ରାଜମହଲରୁ ଏଜି ଛକ ଯାଏ ଥିବା ଫୁଟ୍‌ପାଥ୍‌କୁ କବ୍‌ଜା କରି ଫଳ ବେପାର କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ କରୁଥିବାରୁ ଗତ ୧୮ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସେମାନଙ୍କୁ ପରିବା ହାଟକୁ ସ୍ଥାନାନ୍ତରିତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା। ହେଲେ ସୋମବାର ପୁନର୍ବାର ଫଳ ବ୍ୟବସାୟୀମାନେ ଫୁଟ୍‌ପାଥକୁ ଚାଲି ଆସି ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ତେବେ ପୂର୍ବପରି ସାମାଜିକ ଦୂରତ୍ୱ ରହୁ ନ ଥିବା ଦେଖିବାକୁ ମିଳିଛି। ଗ୍ରାହକମାନେ ମଧ୍ୟ ସେପରି ସଚେତନ ରହୁ ନ ଥିବାରୁ ସଂକ୍ରମଣ ଆଶଙ୍କା ରହୁଛି।
ଅନ୍ୟପକ୍ଷରେ ଫଳ ବ୍ୟବସାୟୀ ପବିତ୍ର ସେଠ୍‌ଙ୍କ ସମେତ ଅନ୍ୟମାନେ କହିଛନ୍ତି, ପରିବା ହାଟରେ ବେପାର ହେଉନି। ମୁଖ୍ୟ ରାସ୍ତାରୁ ପରିବା ହାଟ ଦୂର ହେଉଥିବାରୁ ଲୋକେ ଫଳ କିଣିବାକୁ ପସନ୍ଦ କରୁନାହାନ୍ତି। ବେପାର ନ ହେଲେ ପରିବାର ଚଳାଇବୁ କେମିତି? ପୁଣି ଫଳ ନଷ୍ଟ ହେଉଥିବାରୁ କ୍ଷତି ସହବାକୁ ପଡୁଛି। ତେଣୁ ବାଧ୍ୟହୋଇ ପୁଣି ଫୁଟ୍‌ପାଥ୍‌ରେ ବସି ବ୍ୟବସାୟ କରୁଛୁ। ବିଏମ୍‌ସି ପ୍ରକୃତ ସମସ୍ୟା ବୁଝି ବେପାର ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଭଲ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି. ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଚାଲିଛି। ଏନେଇ କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୟୁନିଟ୍‌-୧ ହାଟ ସମ୍ମୁଖରେ ଥିବା ୭୦ ଫଳ ଦୋକାନୀଙ୍କୁ ବିଏମ୍‌ସି ୟୁନିଟ୍‌-୧ ପରିବା ହାଟକୁ ସ୍ଥାନାନ୍ତରିତ କରିଥିଲା। ରାସ୍ତା ଉପରେ ଫଳ ବିକ୍ରି କରିବା ସମୟରେ ସାମାଜିକ ଦୂରତ୍ୱ ନ ମାନିବା, ଗହଳି କରିବା ଆଦି କାରଣ ହେତୁ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ସ୍କ୍ବାଡ୍‌ ଓ ବିଡିଏ ଉଚ୍ଛେଦକାରୀ ଟିମ୍‌ ଫଳ ବ୍ୟବସାୟୀଙ୍କ କାଠ ପିଣ୍ଡିକୁ ଭାଙ୍ଗି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri