ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେବାକୁ ଗଡକରୀଙ୍କ ଏମ୍‌ଏସ୍‌ଏମ୍‌ଇଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧-୧୦: ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ନିଜକୁ ପୁଞ୍ଜି ବଜାରରେ ସୂଚୀଭୁକ୍ତ କରାଇବା ଲାଗି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇମନ୍ତ୍ରୀ ନୀତିନ ଗଡକରୀ ସୋମବାର ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ସଂସ୍ଥାଗୁଡିକରୁ ସରକାର ଇକ୍ୱିଟି କ୍ରୟ କରିବେ। ଏଥି ଲାଗି ୧୦,୦୦୦ କୋଟି ଟଙ୍କାର ଏକ ପାଣ୍ଠି ଯୋଗାଇ ଦେବାକୁ ଅର୍ଥମନ୍ତ୍ରଣାଳୟକୁ ଅନୁରୋଧ କରିଥିବା ଗଡକରି କହିଛନ୍ତି। ଷ୍ଟକ ବଜାରରେ ପଞ୍ଜୀକରଣ ଦ୍ୱାରା ସଂସ୍ଥାଗୁଡିକ ସେମାନଙ୍କ ଲାଗି ପୁଞ୍ଜି ଯୋଗାଡ କରିପାରିବେ। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ ବର୍ତ୍ତମାନ ସୁଦ୍ଧା ୨୦ ଏମ୍‌ଏସ୍‌ଏମ୍‌ଇ ସୁଚୀଭୁକ୍ତ ହୋଇଥିବା ପିଏଚ୍‌ଡି ଚାମ୍ବର ଅଫ କମର୍ସର ଏକ କାର୍ଯ୍ୟକ୍ରମରେ ଗଡକରୀ ସୂଚନା ଦେଇଛନ୍ତି।
ଏମ୍‌ଏସ୍‌ଏମ୍‌ଇ କମ୍ପାନୀଗୁଡିକରେ ସରକାର ୧୦% ଇକ୍ୱିଟି କ୍ରୟ କଲେ ଏହାର ମୂଲ୍ୟ ବଢିଲେ ଏହା ୧୦ ହଜାର କୋଟି ପରିବର୍ତ୍ତେ ୧ ଲକ୍ଷ କୋଟି ଛୁଇଁବ। ରପ୍ତାନି କ୍ଷେତ୍ରରେ ଭଲ କାରବାର ଏବଂ ବାଲାନ୍ସ ସିଟ ଭଲ ଥିବା ଏମ୍‌ଏସ୍‌ଏମ୍‌ଇ ପୁଞ୍ଜି ବଜାରରୁ ଟଙ୍କା ଉଠାଣ କରିବା ନେଇ ଗଡକରୀ ଆହ୍ବାନ ଦେଇଛନ୍ତି। ଏହା ହେଲେ ସଂସ୍ଥାଗୁଡିକ ପୁଞ୍ଜି ଲାଭ କରିବା ସହ ଦେଶର ବିକାଶ ଦିଗରେ କାର୍ଯ୍ୟ କରିପାରିବେ। ଦେଶର ମୋଟ୍‌ ଜିଡିପିକୁ ଏମ୍‌ଏସ୍‌ଏମ୍‌ଇଗୁଡିକର ଯୋଗଦାନ ବର୍ତ୍ତମାନ ୨୯% ରହିଛି। ଏହାକୁ ୫୦% ବଢାଇବା ଦିଗରେ ସରକାର ଲକ୍ଷ୍ୟ ରଖିଥିବା ସେ ସ୍ପଷ୍ଟ କରିଛନ୍ତି। ଏହାବାଦ ରପ୍ତାନି କ୍ଷେତ୍ରରେ ସଂସ୍ଥାଗୁଡିକର ଯୋଗଦାନକୁ ୪୯%ରୁ ବଢାଇ ୬୦% କରିବା ଯୋଜନା ରଖାଯାଇଛି। ଏକ୍ଷେତ୍ରରେ ବିଭିନ୍ନ ନିଷ୍ପତ୍ତି ଶୀଘ୍ର ନିଆଯିବ ବୋଲି ଗଡକରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri