ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେବାକୁ ଗଡକରୀଙ୍କ ଏମ୍‌ଏସ୍‌ଏମ୍‌ଇଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧-୧୦: ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ନିଜକୁ ପୁଞ୍ଜି ବଜାରରେ ସୂଚୀଭୁକ୍ତ କରାଇବା ଲାଗି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇମନ୍ତ୍ରୀ ନୀତିନ ଗଡକରୀ ସୋମବାର ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ସଂସ୍ଥାଗୁଡିକରୁ ସରକାର ଇକ୍ୱିଟି କ୍ରୟ କରିବେ। ଏଥି ଲାଗି ୧୦,୦୦୦ କୋଟି ଟଙ୍କାର ଏକ ପାଣ୍ଠି ଯୋଗାଇ ଦେବାକୁ ଅର୍ଥମନ୍ତ୍ରଣାଳୟକୁ ଅନୁରୋଧ କରିଥିବା ଗଡକରି କହିଛନ୍ତି। ଷ୍ଟକ ବଜାରରେ ପଞ୍ଜୀକରଣ ଦ୍ୱାରା ସଂସ୍ଥାଗୁଡିକ ସେମାନଙ୍କ ଲାଗି ପୁଞ୍ଜି ଯୋଗାଡ କରିପାରିବେ। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ ବର୍ତ୍ତମାନ ସୁଦ୍ଧା ୨୦ ଏମ୍‌ଏସ୍‌ଏମ୍‌ଇ ସୁଚୀଭୁକ୍ତ ହୋଇଥିବା ପିଏଚ୍‌ଡି ଚାମ୍ବର ଅଫ କମର୍ସର ଏକ କାର୍ଯ୍ୟକ୍ରମରେ ଗଡକରୀ ସୂଚନା ଦେଇଛନ୍ତି।
ଏମ୍‌ଏସ୍‌ଏମ୍‌ଇ କମ୍ପାନୀଗୁଡିକରେ ସରକାର ୧୦% ଇକ୍ୱିଟି କ୍ରୟ କଲେ ଏହାର ମୂଲ୍ୟ ବଢିଲେ ଏହା ୧୦ ହଜାର କୋଟି ପରିବର୍ତ୍ତେ ୧ ଲକ୍ଷ କୋଟି ଛୁଇଁବ। ରପ୍ତାନି କ୍ଷେତ୍ରରେ ଭଲ କାରବାର ଏବଂ ବାଲାନ୍ସ ସିଟ ଭଲ ଥିବା ଏମ୍‌ଏସ୍‌ଏମ୍‌ଇ ପୁଞ୍ଜି ବଜାରରୁ ଟଙ୍କା ଉଠାଣ କରିବା ନେଇ ଗଡକରୀ ଆହ୍ବାନ ଦେଇଛନ୍ତି। ଏହା ହେଲେ ସଂସ୍ଥାଗୁଡିକ ପୁଞ୍ଜି ଲାଭ କରିବା ସହ ଦେଶର ବିକାଶ ଦିଗରେ କାର୍ଯ୍ୟ କରିପାରିବେ। ଦେଶର ମୋଟ୍‌ ଜିଡିପିକୁ ଏମ୍‌ଏସ୍‌ଏମ୍‌ଇଗୁଡିକର ଯୋଗଦାନ ବର୍ତ୍ତମାନ ୨୯% ରହିଛି। ଏହାକୁ ୫୦% ବଢାଇବା ଦିଗରେ ସରକାର ଲକ୍ଷ୍ୟ ରଖିଥିବା ସେ ସ୍ପଷ୍ଟ କରିଛନ୍ତି। ଏହାବାଦ ରପ୍ତାନି କ୍ଷେତ୍ରରେ ସଂସ୍ଥାଗୁଡିକର ଯୋଗଦାନକୁ ୪୯%ରୁ ବଢାଇ ୬୦% କରିବା ଯୋଜନା ରଖାଯାଇଛି। ଏକ୍ଷେତ୍ରରେ ବିଭିନ୍ନ ନିଷ୍ପତ୍ତି ଶୀଘ୍ର ନିଆଯିବ ବୋଲି ଗଡକରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri