ପୁଞ୍ଜି ବଜାର ଉପରେ ମାନ୍ଦାବସ୍ଥା ମାଡ;ନିବେଶକ ହରାଇଲେ ୨.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ, ୪-୯: ଘରୋଇ ବଜାରରେ ବାଣିଜ୍ୟ ସମସ୍ୟା ଏବଂ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ପୁଞ୍ଜି ବଜାର ଉପରେ ପରିଲକ୍ଷିତ ହୋଇଛି। ଏଭଳି ପ୍ରମୁଖ କାରଣ ଲାଗି ମଙ୍ଗଳବାର ଦେଶର ପୁଞ୍ଜି ବଜାର ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ସମୟରେ ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୁଚକାଙ୍କ ୭୬୯.୮୮ ପଏଣ୍ଟ(୨.୦୬) ପଏଣ୍ଟ ହ୍ରାସ ଘଟି ୩୬,୫୬୨.୯୧ ପଏଣ୍ଟରେ କାରବାର ବନ୍ଦ ହୋଇଛି। ଏହି ସମୟରେ ବିଏସ୍‌ସି ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୨.୫୫ ଲକ୍ଷ କୋଟି ଟଙ୍କା ଖସିଯିବା ଫଳରେ ଏହା ୧.୩୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି।
ଦେଶରେ ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ ହେବା ନେଇ ନିକଟରେ ରିପୋର୍ଟ ଆସିଛି। ପ୍ରାୟ ସବୁ ଯାନ କମ୍ପାନୀର ବିକ୍ରି ହ୍ରାସ ଘଟିଛି। ଏହାବାଦ ଦେଶର ଜିଡିପି ଅଭିବୃଦ୍ଧି ଆଶା ଠାରୁ କମ୍‌ ରହିଛି। ଏହା ଏପ୍ରିଲ-ଜୁନ ତ୍ରୈମାସରେ ୫% ଖସିଛି। ବଜାରରେ ମାନ୍ଦାବସ୍ଥା ଘନାଉଥିବା ଏହାର ପ୍ରତିଫଳନ ବୋଲି ନିବେଶକ ମାନେ ଆଶଙ୍କା କରୁଛନ୍ତି। ବିତ୍ତିୟ ଏବଂ ମୁଦ୍ରାନୀତି କ୍ଷେତ୍ରରେ ସରକାର ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ବଜାର ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିକଟରେ ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ବଜାରର ମାନ୍ଦାବସ୍ଥା ବିରୋଧରେ ଲଢେଇ କରିବାକୁ ସକ୍ଷମ ହେବ ବୋଲି ବିଶେଷଜ୍ଞ ଆଶା କରିଛନ୍ତି। ମାତ୍ର ସ୍ଥିତି ଜଟିଳ ଥିବାରୁ ଏହାକୁ ଟାଳିବା ଲାଗି ଅଧିକ ସକ୍ରିୟ ଭାବେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିବା ସେମାନେ ମତ ଦେଇଛନ୍ତି।
ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଏବେ ଘନୀଭୂତ ହୋଇଥିବା ବେଳେ ଏହା ଅନ୍ୟ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଥିବା ଆକ୍ସିସ ସିକ୍ୟୁରିଟିଜର ଏମ୍‌ଡି ତଥା ସିିଇଓ ଅରୁଣ ଠୁକରାଲ କହିଛନ୍ତି। ସେନସେକ୍ସର ୩୦ ସେୟାର ବାସ୍କେଟ ମଧ୍ୟରେ ୨୮ଟି କ୍ଷତି ସହିଛି। ଆଇସିଆଇସିଆଇ ବ୍ୟାଙ୍କ, ଟାଟା ଷ୍ଟିଲ, ବେଦାନ୍ତ, ଏଚ୍‌ଡିଏଫସି ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ ଏବଂ ଟାଟା ମୋଟର୍ସର ପୁଞ୍ଜି ବଜାର କାରବାର ପ୍ରାୟ ୪.୪୫% ହ୍ରାସ ଘଟିଛି। ବିଏସ୍‌ଇର ୧୬୧୩ ସଂସ୍ଥାଙ୍କ ଶେୟାର ହ୍ରାସ ଘଟିଛି। ଏହାବାଦ ୮୧୭ର କାରବାର ଉନ୍ନତ ସ୍ଥିତିରେ ରହିଥିବା ୧୭୮ର କାରବାର ଅପରିବର୍ତ୍ତିତ ରହିଛି। ଏହା ମଧ୍ୟରେ ମଙ୍ଗଳବାର ୨୦୦ରୁ ଅଧିକ ଷ୍ଟକ ୫୨ ସପ୍ତାହର ନିମ୍ନରେ ରହିଛି। ଜିଡିପି ଅଭିବୃଦ୍ଧି ହ୍ରାସ, ପ୍ରମୁଖ କ୍ଷେତ୍ର ଅଭିବୃଦ୍ଧି ମନ୍ଥର ହେବା ଯୋଗୁ ବଜାର ଉପରେ ଏହାର ପ୍ରଭାବ ରହିଛି। ଆମେରିକା-ଚାଇନା ଭଳି ଦେଶ ଉଭୟେ ଉଭୟଙ୍କ ଉପରେ ଟାରିଫ ଲାଗୁ କରିବା ଯୋଗୁ ଏହା ବିଶ୍ୱ ବଜାରର ସ୍ଥିତିକୁ ଦୋହଲାଇ ଦେଇଛି। ଏପରି ସ୍ଥିତିରେ ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚୀ ପ୍ରାୟ ୧.୬୫% ନିମ୍ନରେ ରହିଛି। ଇଣ୍ଟ୍ରା ଡେ କାରବାରରେ ଡଲାର ତୁଳନାରେ ଟଙ୍କା ୯୦ ପଇସା ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri