ପୁଅର ଭୁଜାଲି ମାଡରେ ବାପାଙ୍କ ମୃତ୍ୟୁ

ସୋର, ୨୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ପଞ୍ଚାୟତର ଉସୁନୁପୁର ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ବେଳେ ଏକ ହତ୍ୟାକାଣ୍ଡ ଘଟିଛି। ଶରତ ମଲ୍ଲିକ ନାମକ ଯୁବକ ତାଙ୍କ ବାପା ଜୟକୃଷ୍ଣଙ୍କୁ ଏକ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଜୟକୃଷ୍ଣ ଘରେ ବସି ଭାତ ଖାଉଥିବା ବେଳେ ବଡପୁଅ ଶରତ ଏକ ଭୁଜାଲିରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜମିବାଡି ନେଇ ବଡପୁଅ ଶରତ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି। ସୋର ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡ ଅବସ୍ଥାରେ ମୃତଦେହ ଜବତ କରିଛି। ଶରତ ଫେରାର ହୋଇଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?