ପୁଅ ମୃତ୍ୟୁର ୭ମାସ ପରେ ମା’ଆଣିଲେ ହତ୍ୟା ଅଭିଯୋଗ

କୁଜଙ୍ଗ,୫ା୩(ଡି.ଏନ.ଏ.): ଜଣେ ଯୁବକଙ୍କ ମୃତ୍ୟୁର ୭ମାସ ପରେ ତାଙ୍କ ମା’ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଅକୁ ଯୋଜନାବଦ୍ଧଭାବେ ହତ୍ୟା କରାଯିବା ପରେ ରାସ୍ତାରେ ଫିଙ୍ଗାଯାଇ ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ମୃତକଙ୍କ ମା’ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ଅଭିଯୁକ୍ତଙ୍କ ନାମରେ ଦଫା ୩୬୫, ୨୦୧, ୩୭୯, ୩୦୨, ୫୦୬, ୧୨୦ଖ, ୩୪ ଆଇପିସିରେ ମାମଲା ସଂଖ୍ୟା: ୫୦/୨୦ ରୁଜୁ କରାଯାଇଛି। ଏଥିସହିତ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଦିଲୀପ ସାହୁ ସୂଚନା ଦେଇଛନ୍ତି।
କୁଜଙ୍ଗ ଅଞ୍ଚଳରର ସୁଲୋଚନା ଦାଶ ଅଭିଯୋଗ କରିଛନ୍ତି, ଗତ ଜୁଲାଇ ୨୦ ତାରିଖରେ ତାଙ୍କ ସ୍ବାମୀ ଓ ବଡ଼ପୁଅ ଘରେ ନ ଥିବାବେଳ ସାନପୁଅ ଅମୃତ ଶୋଇଥିଲେ। ସେହିଦିନ ସକାଳ ୭ଟାରୁ ୧୨ଟା ମଧ୍ୟରେ ଅମୃତଙ୍କ ମୋବାଇଲ ଫୋନକୁ ୧୫ଥର କଲ ଆସିଥିଲା। କିନ୍ତୁ ଦିନ ୧୨ଟା ବେଳେ ଭୂତମୁଣ୍ଡାଇ କୁଜଙ୍ଗ ଅଞ୍ଚଳର କେତେଜଣ ଯୁବକ ଆସି ପୁଅକୁ ବଳ ପୂର୍ବକ ଘରୁ ନେଇଯାଇଥିଲେ। ସୁଲୋଚନା ପ୍ରତିବାଦ କରିବାରୁ ସେମାନେ କହିଥିଲେ, ଏକ ଘଟଣା ବିଷୟରେ ପ୍ରମାଣ କରିବାକୁ ଜଗତ୍‌ସିଂହପୁର ଯାଉଛୁ। ଅପରାହ୍ନ ୪ଟା ସୁଦ୍ଧା ଫେରି ଆସିବୁ। ମାତ୍ର ଅମୃତ ନିର୍ଦ୍ଦିଷ୍ଟ ସୁଦ୍ଧା ଘରକୁ ଫେରି ନ ଥିଲେ। ଫଳରେ ସୁଲୋଚନା ୪ଟା ୩୦ରେ ତାଙ୍କ ମୋବାଇଲକୁ ଫୋନ କରିବାରୁ ପୁଅ ଭୟଭୀତ ଓ ଥରଥର କଣ୍ଠରେ କହିଥିଲେ ଅଧା ଘଣ୍ଟା ମଧ୍ୟରେ ଘରେ ପହଞ୍ଚତ୍ବେ। ପରବର୍ତ୍ତୀ ସମୟରେ ଅମୃତଙ୍କ ମୋବାଇଲ ସୁଇଚଅଫ ହୋଇଯାଇଥିଲା। ମାତ୍ର ରାତ୍ର ୯ଟାରେ ସୁଲୋଚନା ଖବର ପାଇଲେଯେ, ତାଙ୍କ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସୁଲୋଚନା ଓ ତାଙ୍କ ପରିବାର ମଣିଜଙ୍ଗା ଡାକ୍ତରଖାନାରେ ପହଞ୍ଚତ୍ ପୁଅର ମୃତଦେହ ଦେଖିଲା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲେ। ମାତ୍ର ପୁଅର ମୃତ୍ୟୁକୁ ନେଇ ସୁଲୋଚନା ମାନସିକ ଭାରସାମ୍ୟ ହରାଇଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ସ୍ବାମୀଙ୍କଠାରୁ ସାଦା କାଗଜରେ ଦସ୍ତଖତ ନେଇ ତିର୍ତ୍ତୋଲ ଥାନାରେ ଏହା ଏକ ଦୁର୍ଘଟଣା ଜନିତ ବୋଲି ଲିଖିତ ଅକାରରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ସୁଲୋଚନା ବିଭିନ୍ନ ସୂତ୍ରରୁ ତଥ୍ୟ ଓ ସାଖୀ ଯୋଗାଡ କଲାପରେ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇନାହିଁ, ବରଂ କୁଜଙ୍ଗ ଭୂତମୁଣ୍ଡାଇ, କେନ୍ଦ୍ରାପଡା ଅଞ୍ଚଳର କେତେଜଣ ପେସାଦାର ଅଭିଯୁକ୍ତ ତାଙ୍କୁ ହତ୍ୟାକରି ତା’ଙ୍କ ଗାଡିକୁ ଭାଙ୍ଗି ରାସ୍ତାରେ ଫିଙ୍ଗିଥିବା ଜାଣିବାକୁ ପାଇଥିଲେ। ଏହି ଅଭିଯୁକ୍ତମାନେ ପୂର୍ବରୁ ବହୁବାର ଅମୃତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବି ଅମୃତ ରକ୍ଷା ପାଇଯାଇଥିଲେ ବୋଲି ତାଙ୍କ ମା’ କହିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୦ ତାରିଖ ରାତିରେ ତିର୍ତ୍ତୋଲ ଥାନା ଅଧୀନ ବାଲିପାଟଣାଠାରେ ଅମୃତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ସୁଲୋଚନା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri