ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଯୋଡ଼ା, ୧୦।୫(ଡି.ଏନ.ଏ.)-କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ସମଗ୍ର ଦେଶରେ ସ୍କୁଲ୍‌ ଗୁଡିକ ବନ୍ଦ ରହିଛି। ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ର ଛାତ୍ରୀଛାତ୍ରଙ୍କୁ ଘରେ ରହି ମୋବାଇଲ ଫୋନ ଦ୍ୱାରା ଅନଲାଇନ୍‌ କ୍ଲାସରେ ପଢିବାର ସୁବିଧା କରାଯାଇଛି। ମାତ୍ର ବିଭିନ୍ନ ସରକାରୀ ସ୍କୁଲରେ ପାଠ ପଢୁଥିବା କେତେକ ଗରିବ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଖରେ ଆଣ୍ଡ୍ରଏଡ ମୋବାଇଲ ନ ଥିବାରୁ ସେମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ଗରିବ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଖରେ ଲକଡାଉନ୍‌ ସମୟରେ ପାଠ୍ୟ ଉପକରଣ ମଧ୍ୟ ନାହିଁ। ଫଳରେ ସେମାନେ ନିୟମିତ ପାଠ ପଢାରେ ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବାହ୍ନରେ ଯୋଡା ଆରଏସ୍‌ଏସ୍‌ ଶାଖା ପକ୍ଷରୁ କୁନ୍ଦୁରୁନାଲା ଅଞ୍ଚଳରେ ରହୁଥିବା ସ୍କୁଲ୍‌ ଛାତ୍ରୀଛାତ୍ରମାନଙ୍କୁ ଖାତା, କଲମ, ପେନସିଲ୍‌, ରବର ଆଦି ପାଠ୍ୟ ଉପକରଣ ବଣ୍ଟାଯାଇଛି। ଆଗାମୀ ଦିନରେ ସାମାଜିକ ଦୂରତାପାଳନ କରାଯାଇ ଯୋଡା ସହରର ବିଭିନ୍ନ ଓ୍ବାର୍ଡରେ ରହୁଥିବା ଗରିବ ଛାତ୍ରୀଛାତ୍ରଙ୍କ ଘରକୁ ଘର ଯାଇ ପାଠ୍ୟ ଉପକରଣ ଦିଆଯିବ ବୋଲି ଯୋଡା ଆରଏସଏସ ଶାଖାର ସଦସ୍ୟ ପିଣ୍ଟୁ ସିଂ କହିଛନ୍ତି। ଏହି ଉପକରଣ ବିତରଣ ସମୟରେ ଯୋଡା ଆରଏସଏସ ଶାଖାର ସଦସ୍ୟ ଆନନ୍ଦ ବାରିକ, ରାକେଶ ଶର୍ମା, ଚନ୍ଦନ ଗୁପ୍ତା ଏବଂ ଶିକ୍ଷୟିତ୍ରୀ ପଦ୍ମିନୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri