ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ  କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା ପାଖରେ। ସେତେବେଳେ ବୃଦ୍ଧ ଶାଶୁ ଶ୍ୱଶୁର ଓ ପିଲା ହିଁ ଥିଲେ ବଡ଼ ପୁଞ୍ଜି। ସେହିମାନଙ୍କୁ ସମ୍ବଳ କରି ସେ ଗୋଡ଼ କାଢ଼ିଥିଲେ ଘରୁ। କୌଳିକ ବୃତ୍ତିକୁ ଆଦରି ଆରମ୍ଭ କରିଥିଲେ ଜୀବନ ଯୁଦ୍ଧ। ଦୁଇ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ କାନ୍ଧକୁ ନେଇଥିଲେ ବାପାର ବୋଝ, ଯାହା ୨୦ ବର୍ଷ ପରେ ପୂରଣ ପ୍ରାୟ। ଦୁଇ ପୁଅ କଲେଜରେ ପଢ଼ୁଥିବାରୁ ଆଉ ବେଶୀ ଦୂର ନୁହେଁ ବିଜୟୀ ଟିକା।

ସନ୍ତାନଙ୍କ ପାଇଁ ଏପରି ସଂଘର୍ଷ କରୁଥିବା ଏହି ମା’ ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ ଗ୍ରାମର ରଜନୀ ଦେହୁରୀ (୪୦)। ନିଜେ ଅଧିକ ପାଠ ପଢ଼ି ନାହାନ୍ତି। କମ୍‌ ବୟସରେ ବିବାହ ମଧ୍ୟ କରିଥିଲେ। ତଥାପି ପରିବାର ଓ ପିଲାଙ୍କ ପ୍ରତି ଥିବା କର୍ତ୍ତବ୍ୟରେ ସେ ହେଳା କରିନାହାନ୍ତି। ସ୍ବାମୀ ଛାଡ଼ି ଯାଇଥିବା ଅଧା କାର୍ଯ୍ୟକୁ ସେ ପୂରଣ କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟି ଚାଲିଛନ୍ତି ବର୍ଷ ବର୍ଷ ଧରି। ରଜନୀ କୁହନ୍ତି, ସ୍ବାମୀ ମୂଲ ମଜୁରି କରି ପରିବାର ଚଳାଉଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରର ବୋଝ କିପରି ଉଠାଇବେ ତାହା ବଡ଼ ପ୍ରଶ୍ନ ଥିଲା। ଘରେ ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ଶୁଦ୍ଧିକ୍ରିୟାରେ ଶେଷ ହୋଇଯାଇଥିଲା। ତେଣୁ ଆୟର ଶେଷ ପନ୍ଥା ଭାବେ ସେ କୌଳିକ ବୃତ୍ତିକୁ ଭରସି ମୁଢି ବିକି ପିଲାଙ୍କୁ ମଣିଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସହାୟତା ପାଇଁ କେହି ନ ଥିଲେ ବି ମୁଢ଼ି, ଚୁଡ଼ା, ହୁଡ଼ୁମ, ଲିଆ, ବୁଟ, ମଟର ଆଦି ଭାଜି ବ୍ୟବସାୟ ଆରମ୍ଭ କଲେ। ପାହାନ୍ତାରୁ ଉଠି କିଛି ଜିନିଷ ପ୍ରସ୍ତୁତ କରିବା ପରେ ତାହାକୁ ବିକ୍ରି କରିବାକୁ ଦୂର ଦୂର ଗଁାକୁ ଗଲେ। ଦିନ ତମାମ ଖାଲି ପାଦରେ ଚାଲି ଚାଲି ସେ ସବୁ ସାମଗ୍ରୀ ବିକ୍ରି କରିବା ବେଳକୁ ସଞ୍ଜ ହୋଇଯାଏ। ରାତିରେ ବି ତାଙ୍କ ପାଇଁ କିଛି କମ୍‌ କାମ ନ ଥାଏ। ରୋଷେଇ କରିବା, ପିଲାଙ୍କ ପାଠପଢ଼ା କଥା ବୁଝିବା ଆଦି କାର୍ଯ୍ୟ ଭିତରେ ଏତେ ବର୍ଷ କେମିତି କଟିଯାଇଛି କେବଳ ସେ ହିଁ ଜାଣନ୍ତି। ବଡ଼ ପୁଅ ବିକାଶ ଆଇଟିଆଇ ପରେ ଏବେ ଯୁକ୍ତ ୩ର ଛାତ୍ର। ସାନ ପୁଅ ମଧ୍ୟ ପଢ଼ୁଛି। ବୟସ ବଢ଼ିଯାଇଥିବାରୁ ଆଉ ପୂର୍ବ ପରି ଅଧିକ ପରିଶ୍ରମ କରିହେଉନି। କିନ୍ତୁ ପିଲାଙ୍କୁ ଉଚ୍ଚଶିକ୍ଷିତ ନ କରିବା ଯାଏ ତାଙ୍କ ପାଦ ଥକିବନି ବୋଲି କହିଛନ୍ତି ରଜନୀ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

ମହିଳା ସଶକ୍ତିକରଣ ଜରୁରୀ: ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ…

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ…

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୨୧।୭(ଦିଲ୍ଲୀପ ସାମଲ/ଦ୍ଵାରୀକା ପଟ୍ଟନାୟକ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri