ପିଲାଙ୍କୁ ଇଂଲିଶ ମାଧ୍ୟମ ପାଠପଢା ନାଁରେ ପ୍ରତାରଣା: ଠକେଇର ଶିକାର ଶତାଧିକ ମହିଳା

ଝୁମ୍ପୁରା, ୩୦।୧୧ (ଡି.ଏନ.ଏ.)- ଗ୍ରାାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପାଠ ପଢାଇବା ପ୍ରଲୋଭନ ଦେଖାଇ ଝାଡଖଣ୍ଡ ରାଜ୍ୟର ଜଣେ ବ୍ୟକ୍ତି କେନ୍ଦୁଝର ଜିଲା ଝୁମ୍ପୁରା ଅଞ୍ଚଳରେ ଶିକ୍ଷାନଷ୍ଠାନ ଓ କୋଚିଂ ସେଣ୍ଟର ଖୋଲି ବଡ ଧରଣର ଠକେଇ କରିଥିବା ପଦାକୁ ଆସିଛି। ଏସବୁ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରୀଛାତ୍ରଙ୍କ ମା’ମାନଙ୍କୁ ସେ ପ୍ରଭାବିତ କରି ସେମାନଙ୍କ ନାମରେ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ଉଠାଇ ତାହାକୁ ହଡ଼ପ କରି ଫେରାର ହୋଇଯାଇଥିବା ଜଣାପଡିଛି। ଏଭଳି ଠକେଇର ଶିକାର ହୋଇଥିବା ଶତାଧିକ ମହିଳା ଗୁରୁବାର ଝୁମ୍ପୁରା ଥାନାକୁ ଯାଇ ଏତଲା ଦେଇଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା (ନଂ. ୨୮/୧୧) ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବରଞ୍ଚି ବାଗ୍‌ ସୂଚନା ଦେଇଛନ୍ତି।
ମହିଳାମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଝାଡଖଣ୍ଡରୁ ଆସିଥିବା ଏହି ବ୍ୟକ୍ତି ଗତ କିଛିବର୍ଷ ହେବ ଏଠାରେ ଘରଭଡା ନେଇ ସପରିବାର ରହୁଥିଲେ। ସେ ଗ୍ରାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପାଠ ପଢାଇବା ସୁଯୋଗ ଦେବା ସକାଶେ ପ୍ରଚାର କରିଥିଲେ। ପରେ ଝୁମ୍ପୁରା ବ୍ଲକର ଉଖୁଣ୍ଡା, ବାରଖଣ୍ଡିଆ, ଅର୍ଶଳା ଗ୍ରାମ ଏବଂ ଚମ୍ପୁଆ ବ୍ଲକର ଚମ୍ପୁଆଠାରେ ଭଡା ଘର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବା ସହିତ ଝୁମ୍ପୁରା ଠାରେ ଏକ କୋଚିଂ ସେଣ୍ଟର ଚଳାଇ ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ। ଏଥିଲାଗି ସେ ଛାତ୍ରୀଛାତ୍ରଙ୍କ ଠାରୁ ଫି ମଧ୍ୟ ଦେଉଥିଲେ । ଏହା ମଧ୍ୟରେ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ଅଭିଭାବକ, ବିଶେଷ କରି ସେମାନଙ୍କ ମା’ ମାନଙ୍କ ମନରେ ବିଶ୍ୱାସ ଜନ୍ମାଇ ମାଗଣାରେ ଶିକ୍ଷାଦାନ ସହ ବିଦ୍ୟାଳୟ ସମ୍ପ୍ରସାରଣ କରାଯିବା କଥା କହି ସହାୟତା ଲୋଡିଥିଲେ। ଶିକ୍ଷାନୁଷ୍ଠାନକୁ ବ୍ୟାଙ୍କ ଋଣ ମିଳିବା ସମ୍ଭବ ହେଉ ନ ଥିବାରୁ ସେ ଗ୍ରାମାଞ୍ଚଳ ମହିଳାଙ୍କୁ ଏ ନେଇ ବିଭିନ୍ନ ଭାବେ ପ୍ରଲୋଭିତ କରି ସେମାନଙ୍କଠାରୁ କାଗଜପତ୍ର ନେଇ କେତେକ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ଉଠାଇଥିଲେ । ଗତ କିଛି ମାସ ଧରି ସେ ଏହାର କିସ୍ତି ପରିଶୋଧ କରିଥିଲେ। ପରେ ଆଉ କିସ୍ତି ଟଙ୍କା ନ ଦେଇ ଏଠାରୁ ଫେରାର ହୋଇଯିବାରୁ ଠକେଇ ଘଟଣା ଜଣାପଡିଥିଲା। ଏଭଳି ଠକେଇର ଶିକାର କଳିଙ୍ଗା, ବାରୁଣା, ଚଉଠିଆ,ସୁଲୁଗୋଡା, ଅସନପାଟ, ଧାତିକା ଗ୍ରାମର ମହିଳାମାନେ ଏବେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଲୋଡିଥିବା କହିଛନ୍ତି । ସମୁଦାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ ହୋଇଥିବା କୁହାଯାଉଛି।
ଥାନା ପକ୍ଷରୁ ତଦନ୍ତ ଅଧିକାରୀ ଭାବେ କୃଷ୍ଣଚନ୍ଦ୍ର ପଶାୟତ ତନାଘନା ଚଳାଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri