ପିଚୁ ଉଠାଇ ପୂର୍ତ୍ତ ବିଭାଗ ଚୁପ୍‌, ମହାନଦୀ ସେତୁ ମରଣଯନ୍ତା

ସୋନପୁର, ୫।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟ ସହିତ ସମ୍ବଲପୁର ଜିଲା ଓ ବୀରମହାରାଜପୁର ଉପଖଣ୍ଡକୁ ସଂଯୋଗ କରୁଛି ବିଜୁ ପଟ୍ଟନାୟକ ସେତୁ। ମହାନଦୀ ଉପରେ ନିର୍ମିତ ୧୬୫୪.୫୪ ମିଟର ଲମ୍ବ ବିଶିଷ୍ଟ ଏହି ସେତୁ ୨୦୦୩ ମସିହାରେ ଉଦ୍‌ଘାଟିତ ହୋଇଥିଲା। ଗମନାଗମନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିବା ଏହି ସେତୁ ଏବେ ପୂର୍ତ୍ତ ବିଭାଗର ପରିଣାମଦର୍ଶିତା ପାଇଁ ହିଁ ମରଣଯନ୍ତା ପାଲଟିଛି। ଦୈନିକ ଦୁର୍ଘଟଣା ଘଟୁଛି। ଲୋକେ ଯାତାୟାତ କରିବାକୁ ବହୁ ଅସୁବିଧା ଭୋଗୁଛନ୍ତି। ମାତ୍ର କର୍ତ୍ତୃପକ୍ଷଙ୍କର ଏଥିପ୍ରତି ଦୃଷ୍ଟି ନାହିଁ। ଲୋକପ୍ରତିନିଧି ମଧ୍ୟ ଚୁପ୍‌। କଂକ୍ରିଟ୍‌ ସେତୁ ଉପରେ ନୂଆ ପିଚୁ କରିବା ପାଇଁ ପୂର୍ତ୍ତ ବିଭାଗ ୨କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରି ଟେଣ୍ଡର ଆହ୍ବାନ କରିଥିଲା। ଠିକାଦାର ଟେଣ୍ଡର ପାଇବା ପରେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ସେତୁ ଉପରେ ଥିବା ପୁରୁଣା ପିଚୁ ରାସ୍ତାକୁ ଖୋଳି ପକାଇଲେ। କିନ୍ତୁ ତା ପରଠାରୁ କାମ ବନ୍ଦ ରହିଛି। ୟାଭିତରେ ୪ ମାସ ବିତିଲାଣି। ଅସୁରକ୍ଷିତ ଅବସ୍ଥାରେ ଲୋକେ ପୋଲ ଉପରେ ଯାତାୟାତ କରୁଛନ୍ତି। ସେତୁର ୩୯ଟି ପିଲର ଜଏଣ୍ଟ ସ୍ଥାନରେ ହମ୍ପସ୍‌ ଭଳି ଉଚ୍ଚ ସ୍ଥାନ ଥିବାରୁ ଖାଲଖମା ରାସ୍ତାରେ ବାଇକ୍‌ ଓ ସାଇକେଲ ଆରୋହୀ ଅଧିକ ଅସୁବିଧା ଭୋଗୁଛନ୍ତି। ଅଜଣା ଲୋକଟିଏ ମଧ୍ୟମ ଗତିରେ ଆସିଲେ ମଧ୍ୟ ଦୁର୍ଘଟଣାର ଶିକାର ହେଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଅସିତ କୁମାର ବଡପଣ୍ଡା କୁହନ୍ତି ପିଚୁ ଖୋଳା ଯିବା ସମୟରେ ଜଣାପଡିଲା ସେତୁ ନିର୍ମାଣରେ ତ୍ରୁଟି ରହିଛି। ସେତୁ ମଝି ପୁରୁଣା ସ୍ଲାବ୍‌ ବଙ୍କା ଅଛି। ତେଣୁ ପୁରୁଣା ଏଷ୍ଟିମେଟ୍‌ରେ ଠିକାଦାର କାମ କଲେ ସେତୁ ଉପର ରାସ୍ତା ସମତଳ ହେବନି। ବିଭାଗ ପକ୍ଷରୁ ରିଭାଇଜଡ୍‌ ଏଷ୍ଟିମେଟ୍‌ ପ୍ରସ୍ତୁତ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ। ତେବେ ଟେଣ୍ଡର ହୋଇ କାମ ଆରମ୍ଭ ପରେ ରିଭାଇଜଡ୍‌ ଏଷ୍ଟିମେଟ୍‌ ପ୍ରସ୍ତୁତ କରିବା ଠିକାଦାରଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri