Posted inଜାତୀୟ

ପିଓକେରେ ଆତଙ୍କବାଦୀଙ୍କ ଭ୍ରାମ୍ୟମାଣ ଶିବିର

ନୂଆଦିଲ୍ଲୀ,୬-୯:କଶ୍ମୀର ସମ୍ପର୍କିତ କେନ୍ଦ୍ରର ନିଷ୍ପତ୍ତିକୁ ମାସେ ପୂରିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରଶମିତ ହୋଇନାହିଁ। ଅନ୍ତର୍ଜାତୀୟ ସମୁଦାୟ ନିକଟରେ କଶ୍ମୀର ପ୍ରସଙ୍ଗ ଉଠାଇ ବିଫଳ ହେବା ପରେ ପାକିସ୍ତାନ ଏବେ ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)କୁ ଅଧିକ ୨ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ପଠାଇଛି। ପ୍ରତିପକ୍ଷ ସୈନ୍ୟ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ବାଗ୍‌ ଓ କୋଟ୍‌ଲି ସେକ୍ଟରର ନିକଟତର ହୋଇଛନ୍ତି ବୋଲି ଗୁରୁବାର ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ଉପତ୍ୟକାରେ ଆତଙ୍କ ଖେଳାଇ ଅସ୍ଥିରତା ସୃଷ୍ଟି ପାଇଁ ସୀମା ସେପଟେ ୧୦ ହଜାର ଆତଙ୍କବାଦୀଙ୍କ ପାଇଁ ଭ୍ରାମ୍ୟମାଣ ଶିବିର ପ୍ରତିଷ୍ଠା କରିଥିବା ଗୋଇନ୍ଦା ରିପୋର୍ଟ ମିଳିଛି।
ମିଳିଥିବା ସୂଚନାନୁସାରେ ୨ ହଜାରରୁ ଊର୍ଦ୍ଧ୍ୱ ପାକିସ୍ତାନୀ ସୈନ୍ୟ ଏଲ୍‌ଓସି ଆଡ଼କୁ ଅଗ୍ରସର ହେଉଛନ୍ତି। ସେମାନେ ଏବେ ଭାରତ-ପାକିସ୍ତାନ ସୀମାରୁ ୩୦ କି.ମି. ଦୂରରେ ରହିଛନ୍ତି। ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ସକ୍ରିୟ କରିଥିବାବେଳେ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଏବଂ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସ୍ଥାନୀୟ ଓ ଆଫଗାନ ଯୁବକଙ୍କୁ ବ୍ୟାପକ ନିଯୁକ୍ତି ଦେଉଛି। ଜମାତ୍‌-ଇ-ଇସ୍‌ଲାମୀ ପିଓକେରେ ଆତଙ୍କବାଦୀଙ୍କ ଅସ୍ଥାୟୀ ତଥା ଭ୍ରାମ୍ୟମାଣ ଶିବିର ପ୍ରତିଷ୍ଠାର ନେତୃତ୍ୱ ନେଉଛି। ରାଓ୍ବଲକୋଟର ତର୍‌ନୁତି ଓ ପୋଥି ବାଲାରେ ଏହି ସଙ୍ଗଠନ ପକ୍ଷରୁ ନବନିଯୁକ୍ତ ଆତଙ୍କବାଦୀଙ୍କ ବ୍ରେନ୍‌ଓ୍ବାଶ୍‌ କରାଯାଉଛି। ଖାଇବର-ପାଖ୍‌ତୁନ୍‌ଖ୍ବା ପ୍ରଦେଶର ଓ୍ବାଜିରିସ୍ତାନ ଅଞ୍ଚଳରୁ ୧୦,୦୦୦ ଆତଙ୍କବାଦୀଙ୍କୁ ଉପତ୍ୟକାରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନର କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଉଦ୍ୟମ କରୁଛି। ସେନା ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ତାଲିମ ଦେଉଥିବାବେଳେ ହିଜ୍‌ବୁଲ ମୁଜାହିଦ୍ଦିନ କମାଣ୍ଡର ଶମ୍‌ଶେର ଖାନ୍‌ ସେମାନଙ୍କ ଅନୁପ୍ରବେଶର ନେତୃତ୍ୱ ନେଉଛନ୍ତି। ପିଓକେରେ ଥିବା ୧୮ଟି ଲଞ୍ଚ୍‌ ପ୍ୟାଡ୍‌କୁ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଚିହ୍ନଟ କରିଥିବା ଜଣାପଡ଼ିଛି। ଶତ୍ରୁପକ୍ଷର ଗତିବିଧି ଉପରେ ଭାରତୀୟ ସେନା କଡ଼ା ନଜର ରଖିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୦୦ରୁ ଊର୍ଦ୍ଧ୍ୱ ଏସ୍‌ଏସ୍‌ଜି କମାଣ୍ଡୋ ଏଲ୍‌ଓସିରେ ମୁତୟନ ଥିବାବେଳେ ଗୁଜରାଟସ୍ଥିତ କଚ୍ଛର ସାର୍‌ କ୍ରିକ୍‌ ଏରିଆରେ ବହୁସଂଖ୍ୟକ ସ୍ପେଶାଲ ଫୋର୍ସଙ୍କୁ ନିୟୋଜିତ କରିଛି ପାକିସ୍ତାନ। ଶୀତ ଋତୁ ପୂର୍ବରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ସୁଗମ କରିବା ଲାଗି ପାକିସ୍ତାନୀ ସୈନ୍ୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଯୋଜନା କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri