ପିଏମ୍‌-କିଷାନରେ ଆଧାର ସଂଯୋଗ ଅବଧି ବଢିଲା

ନୂଆଦିଲ୍ଲୀ,୧୦-୧୦: ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା (ପିଏମ୍‌-କିଷାନ) ଲାଗି ଆଧାର ସଂଯୋଗୀକରଣର ସମୟ ଅବଧିକୁ କେନ୍ଦ୍ର ସରକାର ବୁଧବାର ଆସନ୍ତା ମାସ ୩୦ ଯାଏ ବଢାଇ ଦେଇଛନ୍ତି। ଅର୍ଥାତ ଲୋକମାନେ ଏହି ଯୋଜନା ଲାଗି ନଭେମ୍ବର ମାସ ୩୦ ଯାଏ ଆଧାର ସଂଯୋଗ କରିବାକୁ ସୁଯୋଗ ପାଇବେ। ରବି ଋତୁ ଆରମ୍ଭ ହେବା ଆଗରୁ କୃଷକମାନେ ବିଭିନ୍ନ ଆନୁସଙ୍ଗିକ କୃଷି ଷରଞ୍ଜାମ କିଣିବା ଲାଗି ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସରକାର କହିଛନ୍ତି। ବୁଧବାର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଓଏ) ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ପିଏମ୍‌ କିଷାନରେ ବର୍ତ୍ତମାନ ସୁଦ୍ଧା ୧୪ କୋଟି କୃଷକ ପଞ୍ଜିକୃତ ହୋଇଛନ୍ତି। କୃଷକଙ୍କୁ ବାର୍ଷିକ ୩ କିସ୍ତିରେ ୬ ହଜାର ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି। ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଯୋଗୁ କୃଷକଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ପ୍ରେରଣ କରାଯାଉଛି।
ଏହି ସୁବିଧାର ଲାଭ ନେବାକୁ ହେଲେ ଚଳିତ ବର୍ଷ ଅଗଷ୍ଟ ୧ ପରଠାରୁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଆସାମ, ମେଘାଳୟ, ଜମ୍ମୁ ଏବଂ କଶ୍ମର ଭଳି ସ୍ଥାନଗୁଡିକର କୃଷକଙ୍କ ଲାଗି ମାର୍ଚ୍ଚ ୨୦୨୦ ଯାଏ ଏଭଳି ନିୟମ ଲାଗୁ ହେବ ନାହିଁ। ଆଧାର ସଂଯୋଗୀକରଣ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଏହାର ଅବଧିକୁ ନଭେମ୍ବର ୩୦ ଯାଏ ବଢାଯାଇଥିବା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି। ଉକ୍ତ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୭,୦୦୦ କୋଟି ଟଙ୍କା କୃଷକଙ୍କୁ ପ୍ରଦାନ କରିବା ନେଇ ବ୍ୟବସ୍ଥା କରାଯାଇଛି। ପ୍ରଥମ କିସ୍ତିରେ ୬.୭୬ କୋଟି, ଦ୍ୱିତୀୟରେ ୫.୧୪ କୋଟି ଏବଂ ତୃତୀୟ କିସ୍ତିରେ ୧.୭୪ କୋଟି ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri