ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଚନାମୁଣ୍ଡାବାସୀ

ପର୍ଲା, ୧୩।୧୨(ଡି.ଏନ.ଏ.)- ଖାସ୍‌କରି ଖରାଦିନେ ଲୋକ୍‌ ପାଏନ୍‌ ଲାଗି ଗୁଲ୍‌ଗୁଲା ହେବାର ଦେଖ୍‌ବାକେ ମିଲ୍‌ସି। ହେଲେ ଆଏଜ୍‌ ବି ଏନ୍‌ତା କେତେ ଗଁା ଅଛେ ଯେନ୍‌ଠାନେ ଲୋକ୍‌ ବରଷା ୪ ମାସକ ଛାଡ଼ିଦେଲେ ବଛରକୁତା ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ଚନାମୁଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ଚନାମୁଣ୍ଡା ଗଁାର ଲୋକ୍‌ ସଂଖ୍ୟା ପାଖାପାଖି ୭ଶହ। ଗଁାରେ ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ୩ଟା ନଲ୍‌ଚୁଅଁା ରହିଛେ। ହେଲେ ୨ଟା ତିଆର ହେଲା ଦିନୁ ଅଚଲ ହେଇ ପଡ଼ିରହିଛେ। ଯେନ୍‌ ଗୁଟେ ନଲ୍‌ଚୁଅଁା ଚଲୁଛେ ସେଥ୍‌ରୁ ବଡ଼ାକଷ୍‌ଟେ ପାଏନ୍‌ ବାହାରୁଛେ। ଗଁାବାସୀକର ଅଭିଯୋଗକେ ଆଧାର କରି ପରଶାସନ ତରଫୁ ୨୦୧୭ ସାଲେ ଗଁାରେ ଗୁଟେ ସୋଲାର ନଲ୍‌ଚୁଅଁା ଥାପନ କରାଯାଇଥିଲା। ହେଲେ ସେଟା ବି ଦିନାକେତେ ଚଲ୍‌ଲା ଉତାରୁ ଅଚଲ ହେଇ ପଡ଼ିଛେ। ଏନ୍‌ତାଥି ଗଁାବାସୀ ପିଇଲା ପାଏନ୍‌ ଲାଗି ବଡ଼ା ଦହଗଁଜ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଗଁାର ପିଲାଛୁଆ, ବୁଢ଼ାବୁଢ଼ିନୁ ବାଲଟି, ଗରା ଧରି ୨ କି.ମି. ଦୂରେ ଥିବାର ଗୁଟେ ନଲ୍‌ଚୁଅଁାରୁ ପାଏନ୍‌ ଦୁହାରୁଛନ୍‌। ଗଁାର କେତେ ଲୋକ୍‌ ମୋଟରସାଇକେଲ, ସାଇକେଲରେ ବି ପାଏନ୍‌ ଦୁହାରୁଥିବାର ଦେଖ୍‌ବାକେ ମିଲୁଛେ। ଶୀତ୍‌ ଦିନେ ଯଦି ପିଇଲା ପାଏନ୍‌ ଲାଗି ଏତେ ଗୁଲ୍‌ଗୁଲା ଖରା ଝାଉରେ ଗଁାବାସୀକର ଅବସ୍‌ତା କା’ଣା ହେବା ବଲି ସେମାନେ ପରଶାସନକେ ପ୍ରଶ୍ନ କରିଛନ୍‌। ଇ ଘଟନାକେ ନେଇ ଗଁାବାସୀକର ଭିତରେ ଦିନୁଦିନ୍‌କେ ଅସନ୍‌ତୋଷ ବଢ଼ତେଲ ଯାଉଛେ। ସେନ୍‌ତା ଯେତେ ଜଲ୍‌ଦି ହେବା ଗଁାବାସୀକର ଲାଗି ପିଇଲା ପାଏନ୍‌ର ବେବସ୍‌ତା କରାଯାଉ, ନାଇଁହେଲେ ଆଏବାର ଦିନେ ଆଂଦୋଲନ କରାଯିବା ବଲି ଗଁାର ଦୁର୍ଯ୍ୟଧନ ରଣା, ରାଜୀବ ନାଏକ, ପଦ୍ମିନୀ ନାଏକ, ମୁକୁନ୍ଦ ରଣା, ମଙ୍ଗଲ ରଣା, ହେମ କାଣ୍ଡ, ନିଲାଧର ରଣା, ମୋହନ କୋଟା ପରମୁଖ କହିଛନ୍‌। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ବଳରାମ ପୂଝାରୀକୁଁ ପଚରାଲାରୁ ଗଁାରେ ଯେନ୍‌ଠାନେ ବି ନଲ୍‌ଚୁଅଁା କୁଡ଼ଲେ ପାଏନ୍‌ ନାଇଁ ବାହାରବାର। ସେଟା ଆମର ମୁଡ଼ଦୁଖା ହେଇଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ଇ ବାବ୍‌ଦେ ମୋର ପାସେ ସୂଚନା ନାଇଁଥାଇ। ଯେତେ ଜଲ୍‌ଦି ହେବା ଗଁାବାସୀକର ଲାଗି ପିଇଲା ପାଏନ୍‌ର ସୁବିଧା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri