ପିଆଇସିଟିରେ ଚାକିରି ଦେବା ନାଁରେ ଠକେଇ: ୪୬ ଜଣଙ୍କୁ ଭୁଆଁ ବୁଲାଇଲେ ଯୁବକ

ପାରାଦୀପ,୧୩।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବର୍ଥ ନେଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀରେ ଚାକିରି କରାଇଦେବା ନଁାରେ ଜଣେ ଯୁବକ ୪୬ ଜଣଙ୍କୁ ଭୁଆଁ ବୁଲାଇଛନ୍ତି। ସମସ୍ତଙ୍କଠାରୁ ସେ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଟଙ୍କା ଦେଇଥିବା ୪୬ ଜଣଙ୍କୁ ଭରସା ଦେବା ପାଇଁ ନକଲି ଉପସ୍ଥାନ ସିଟ୍‌, ସୁରକ୍ଷା ପାଇଁ ଦିଆଯାଉଥିବା ରଙ୍ଗିନ ଜ୍ୟାକେଟ, ଦରମା ସ୍ଲିପ ଆଦି ପ୍ରଦାନ କରିଥିଲେ। ଏଥିରେ ପିଆଇସିଟି କମ୍ପାନୀର ନାମ ଓ ଏଚ୍‌ଆର ସିଲ୍‌ ଆଦି ବ୍ୟବହାର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ୪ ମାସ ହେଲା ୪୬ ଜଣ ଡ୍ୟୁଟିକୁ ଆସୁଥିଲେ। କିନ୍ତୁ ସେମାନେ ପିଆଇସିଟି କମ୍ପାନୀ ପାଖରେ ଥିବା ହନୁମାନ ମନ୍ଦିର ପିଣ୍ଢିରେ ବସି ଘରକୁ ଫେରୁଥିଲେ। ଦରମା ସମୟ ଆସିଲେ ଅଭିଯୁକ୍ତ ଯୁବକ ସମୟ ଗଡ଼ାଇ ଚାଲିଥିଲେ। ଏଥିରେ ଅତିଷ୍ଠ ହୋଇ ସେହି ୪୬ ଜଣ ଶନିବାର ସ୍ଥାନୀୟ ଜଟାଧାର ମୁହାଣ ସାମୁଦ୍ରିକ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏଥିସହ ଅଭିଯୁକ୍ତ ଯୁବକଙ୍କୁ ଆଣି ପୋଲିସ ଜିମା ଦେଇଥିଲେ। ସେ ହେଲେ କୁଜଙ୍ଗ ଥାନା ଗଣ୍ଡିକିପୁର କାବୁଲପୁରର ବିଶ୍ୱରଞ୍ଜନ ମହାପାତ୍ର। ଠକେଇର ଶିକାର ହୋଇଥିବା ୪୬ ଜଣ ଯୁବକ ଭୂତମୁଣ୍ଡାଇ ଓ କୁଜଙ୍ଗ ଅଞ୍ଚଳର। ଏ ସମ୍ପର୍କରେ ଠକେଇର ଶିକାର ହୋଇଥିବା ଗଗନ ସେନାପତି ଓ ବଳରାମ ମାଝି ପ୍ରମୁଖ କହିଛନ୍ତି ଯେ, ପିଆଇସିଟିରେ ଚାକିରି ଦେବା ପାଇଁ କହି ବିଶ୍ୱରଞ୍ଜନ ଗତ ଜୁଲାଇ ମାସରେ ସେମାନଙ୍କଠାରୁ ୨୦ହଜାର ଟଙ୍କା ଲେଖାଏ ନେଇଥିଲେ। ପ୍ରତିଦିନ ଡ୍ୟୁଟିକୁ ଆସୁଥିଲେ ମଧ୍ୟ ସେମାନଙ୍କୁ କୌଣସି କାମ ଦିଆଯାଉ ନ ଥିଲା। ପଚାରିବାରେ କେତେକ ଠିକାସଂସ୍ଥାର ନାମ ଓ ଜଣେ ଶ୍ରମିକନେତାଙ୍କ ନାମ କହି ବିଶ୍ୱରଞ୍ଜନ କଥା ବୁଲାଇ ଚାଲିଥିଲେ। ଏପରି କି କାମ ନ କଲେ ମଧ୍ୟ ଦରମା ମିଳିବ ବୋଲି ଭରସା ଦେଇଥିଲେ। ୨ ଜଣଙ୍କୁ ଦରମା ବାବଦରେ ୪ହଜାର ଓ ୧୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଏମିତି ୪ ମାସ ବିତିଗଲା। ସନ୍ଦେହ ହେବାରୁ କମ୍ପାନୀର ଲୋକଙ୍କ ସହ କଥା ହେବା ପରେ ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଏପରି ଠକେଇକୁ ଅଭିଯୁକ୍ତ ବିଶ୍ୱରଞ୍ଜନ ସ୍ବୀକାର କରିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଏ ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣି ପଣ୍ଡା କହିଛନ୍ତି ଯେ, ଆମ କମ୍ପାନୀରେ କୌଣସି ପଦବୀ ଖାଲିନାହିଁ କି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆମେ ଜାଣିନାହୁଁ। ଆମ କମ୍ପାନୀର ନାମ ଓ ସିଲ୍‌ ବ୍ୟବହାର କରାଯାଇଥିବା ଶନିବାର ଜାଣିଲୁ। ତାଙ୍କ ବିରୋଧରେ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯିବ। ଏପରି କୌଣସି ଲୋକଙ୍କ କଥାରେ କେହି ବିଶ୍ୱାସ ନ କରିବାକୁ ସେ ନିବଦେନ କରିଛନ୍ତି। ଥାନା ଅଧିକାରୀ ଭରତ କୁମାର ବେହେରା କହିଛନ୍ତି ଯେ, ଆମେ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛୁ। ତାଙ୍କ ବ୍ୟାଙ୍କ ଡିଟେଲ୍ସ ମଗାଯାଇଛି। ସବୁ ତଥ୍ୟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri