ପାହାଡ଼ ଉପରେ ହେମଘର ଶୈବପୀଠ

କେନ୍ଦୁଝର, ୮ା୭ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚୟତର କାଦଗଡ ଗ୍ରାମ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ହେମଘର ପାହାଡ଼। ଜଙ୍ଗଲ ଓ ପାହାଡ ପରିବେଶରେ ଥିବା ଏହି ପାହାଡ ସ୍ଥାନୀୟ ଅଞ୍ଚଳବାସୀ ଦେବସ୍ଥଳୀ ଭାବେ ପୂଜା କରିଆସୁଛନ୍ତି। ଏବେ ଏହି ସ୍ଥାନରେ ଏକ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହୋଇଆସୁଛି। ଅଧିକ ବିକାଶ ହେଲେ ଏହାଏକ ଉତ୍ତମ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ପୀଠରେ ଆଗରୁ ଋଷି ମାନେ ରହି ତପସ୍ୟା କରୁଥିଲେ ବୋଲି ବହୁ ପୁରୁଣାକାଳରୁ ବିଶ୍ୱାସ ରହିଛି। ଏଠାରେ ହେମନ୍ତ ଋଷି ନାମକ ଜଣେ ଋଷି ରହୁଥିଲେ। ଏଣୁ ତାଙ୍କ ନାମ ଅନୁସାରେ ଏହି ପାହାଡର ନାମ ହେମଘର ବୋଲି କୁହାଯାଏ। ଏଠାରେ ଶିବରାତ୍ରି, ମକର, କାର୍ତ୍ତିକ ପୂର୍ଣ୍ଣିମା ପାଳନ ହୋଇଥାଏ। ଶ୍ରାବଣ ମାସରେ ଏଠାରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
ଏହି ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ଏଣୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷା ଉପରେ ନିର୍ଭରଶୀଳ ା ବର୍ଷା ନ ହେଲେ ବା ବିଳମ୍ବ ହେଲେ ଲୋକ ମାନେ ଏହିଠାରେ ପୂଜାପାଠ ଓ ଯଜ୍ଞ କରିଥାନ୍ତି। ଏଠାରେ ଯଜ୍ଞ ଓ ପୂଜାପାଠ କଲେ ବର୍ଷା ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଗାଢ ବିଶ୍ୱାସ ରହିଛି। ଏହି ପାହାଡରେ ବହୁ ଗୁମ୍ଫା ରହିଛି। ତେବେ ସମୟାନୁକ୍ରମେ ପଥର ଖସି ପଡିବାରୁ ବହୁ ସୁଡଙ୍ଗ ରାସ୍ତା ବନ୍ଦ ହୋଇଯିବାରୁ ଗୁମ୍ଫାକୁ ଯାତାୟାତ ବନ୍ଦ ହୋଇଯାଇଛି। ପାହାଡ ଉପରେ ୧୯୯୭ ମସିହାରେ ବିଶ୍ୱେଶରାୟ ମହାଦେବଙ୍କ ମନ୍ଦିର ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି। ପ୍ରାୟ ୪୦୦ ଫୁଟ ଉଚ୍ଚ ଏହି ରମଣୀୟ ପରିବେଶ ପାହାଡରେ ଥିବା ଏହି ମନ୍ଦିରକୁ ଯିବା ଆସିବା କରିବା ପାଇଁ ଉଭୟ ପାର୍ଶ୍ୱରୁ ରାସ୍ତା ଅଛି। ଗୋଟିଏ ପଟୁ ପାହାଚ ଚଢି ଯିବାକୁ ପଡିଥାଏ। ଅନ୍ୟ ପାର୍ଶ୍ୱରେ ଗାଡି ଯିବା ଆସିବା କରିଥାଏ। ଏହି ପାହାଡରେ ବହୁ ପ୍ରକାର ବୃକ୍ଷରାଜି ରହିଛି। ତେବେ ଜଳାଭାବ ଯୋଗୁଁ ବୃକ୍ଷ ରୋପଣ ହୋଇପାରୁ ନ ଥିବାରୁ ପାଣି ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି। ସୁଉଚ୍ଚ ପାହାଡ ଉପରୁ ଚାରିପାର୍ଶ୍ୱ ଅଞ୍ଚଳର ଦୃଶ୍ୟ ଅତ୍ୟନ୍ତ ମନୋରମ। ଜିଲା ମୁଖ୍ୟାଳୟ ଠାରୁ ମାତ୍ର ପ୍ରାୟ ୧୨ କି.ମି. ଦୂରରେ ଅବସ୍ଥିତ ଏହି ଧାର୍ମିକ ସ୍ଥଳର ବିକାଶ କରାଗଲେ ଏହା ଅଧିକ ପ୍ରସିଦ୍ଧି ଲାଭ କରିପାରିବ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରୁଛନ୍ତି। ଏଠାରେ ପଥର ସୁଡଙ୍ଗ ଦେଇ ଭକ୍ତ ମାନେ ସେଠାରେ ଥିବା ଗୁମ୍ଫା ଦର୍ଶନ କରିଥାନ୍ତି। ତେବେ ବିପଦସଙ୍କୁଳ ରାସ୍ତା ହୋଇଥିଲେ ଭକ୍ତ ମାନେ ସହଜରେ ଗୁରୁଣ୍ଡି ଗୁରୁଣ୍ଡି ଯାଇଆସିପାରନ୍ତି। ଏହି ଷୁଡ଼ଙ୍ଗ ରାସ୍ତାର ପୁନରୁଦ୍ଧାର କରିବାକୁ ଲୋକେ ନିବେଦନ କରିଛନ୍ତି। ଏହି ଗୁମ୍ଫା ଭିତରେ ଯଜ୍ଞ ହୋଇ ଥାଏ ଓ ସେଠାରେ ଭକ୍ତ ବିଶ୍ରାମ ନେଇ ବେଶ୍‌ ଆନନ୍ଦ ଲାଭ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri