ପାଳିରେ ଯୋଗାଯାଉଛି ବିଜୁଳି

ତାଳଚେର,୨ା୩(ନି.ପ୍ର.) ତାଳଚେର ବ୍ଲକ ଚାଇଁପାଳ ଡିଭିଜିନ ଅନ୍ତର୍ଗତ ପାଲଲହଡ଼ା ସବ୍‌ଡିଭିଜନର କଣିହାଁ ବ୍ଲକ ପରାବିଲ ସେକ୍ସନରେ ଥିବା ପାୱାର ଟ୍ରାନ୍ସଫର୍ମର ୨ ଦିନ ହେଲା ପୋଡିଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା କଣିହାଁ ବ୍ଲକର ୧୦ଟି ପଞ୍ଚାୟତ ବାସିନ୍ଦା ହଇରାଣ ହେଉଛନ୍ତି। କାମଚଳା ଭାବେ ଅନ୍ୟ ଟ୍ରାନ୍ସଫର୍ମରରୁ ପାଳିକରି ପ୍ରତି ପଞ୍ଚାୟତକୁ ୨ ଘଣ୍ଟା ଲେଖାଏ ବିଜୁଳି ଯୋଗାଯାଉଥିଲେ ବି ଏହା ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ। ବିଶେଷକରି ବର୍ତ୍ତମାନ ପରୀକ୍ଷା ଋତୁ ଯୋଗୁ ରାତିରେ ବିନା ବିଦ୍ୟୁତ୍‌ରେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବାରେ ଅସୁବିଧା ହେଉଛି। ତୁରନ୍ତ କର୍ତ୍ତୃପକ୍ଷ ନୂଆ ପାଓ୍ବାର ଟ୍ରାନ୍ସଫର୍ମର ଲଗାଇବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।
ଅଞ୍ଚଳବାସୀ କହିଛନ୍ତି, ଅର୍କିଳ, କର୍ଣ୍ଣପାଳ, ପରାବିଲ, ବୁରୁକୁନା, ବିରୁ ସମେତ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ଉକ୍ତ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ। ୨ ଦିନ ତଳେ ହଠାତ୍‌ ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ହଜାର ହଜାର ବିଦ୍ୟୁତ୍‌ ଉପଭୋକ୍ତା ଏହି ଜରୁରୀ ସେବା ନ ପାଇ ଅସୁବିଧା ଭୋଗୁଛନ୍ତି। ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷ ପ୍ରତି ପଞ୍ଚାୟତକୁ ପାଳିକରି ୨ ଘଣ୍ଟା ଲେଖାଏ ବିଦ୍ୟୁତ୍‌ ଯୋଗାଣ କରୁଛନ୍ତି। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଆଗାମୀ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଏପରି ସମୟରେ ବିଦ୍ୟୁତ୍‌ ସେବା ନ ମିଳିବାରୁ ଛାତ୍ରୀଛାତ୍ରମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ଅଭିଭାବକମାନଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ବିଦ୍ୟୁତ୍‌ ଅଭାବରୁ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି। କେବେ ପାଓ୍ବାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେବ ଓ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରାଯିବ ତାହା ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଜେଇ ନୀଳାଚଳ ପାତ୍ର କହିଛନ୍ତି, ମରାମତି କାମ ଚାଲୁ ରହିଛି। ଖୁବଶୀଘ୍ର ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଫେରୁଥିଲେ, ଧକ୍କା ଦେଇ ଚମ୍ପଟ ମାରିଲା ବାଇକ୍‌; ଚାଲିଗଲା ଯୁବକଙ୍କ ଜୀବନ, ସଙ୍ଗାତ ମାମୁ…

ଦିଗପହଣ୍ଡି,୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଝରିପଦର ଗ୍ରାମ ନିକଟରେ ଅଜଣା ବାଇକ ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି।ମୃତକ…

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri