ପାରାଦୀପରେ କାଳବୈଶାଖୀ ତାଣ୍ଡବ: ବୁଡ଼ିଲା ୧୫ ମାଛଧରା ଡଙ୍ଗା, ୪୦ ଆହତ

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ଆଖପାଖ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ମହାନଦୀର ଚଉମୁହାଣିଠାରୁ ମାଛ ଧରିବାକୁ ଯାଇଥିବା ଏକାଧିକ ହୁଲି ଡଙ୍ଗା ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ଡଙ୍ଗା ବର୍ଷା ପବନରେ ବୁଡ଼ିଯାଇଥିଲା। ସେଥିରେ ଥିବା ୫୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ରାତିରେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୦ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁ ନ ଥିବାରୁ ସେମାନେ ନିଖୋଜ ଥିବା ଚର୍ଚ୍ଚା ଚାଲିଛି। ଏତଦ୍‌ବ୍ୟତୀତ ୮ଟି ଡଙ୍ଗା ଭାଙ୍ଗିଯାଇଛି। ଅନ୍ୟ ସମସ୍ତ ଡଙ୍ଗାରେ ଥିବା ଜାଲ ଓ ସାରଞ୍ଜମ ନଦୀରେ ଭାସିଯାଇଛି। ଗୁରୁବାର ରାତି ୯ଟାରେ ଜୁଆର ଥିବାରୁ ମତ୍ସ୍ୟଜୀବୀମାନେ ସନ୍ଧ୍ୟାରେ ଡଙ୍ଗା ନେଇ ମହାନଦୀରେ ଜାଲ ପକାଇଥିଲେ। ପ୍ରାୟ ୮ଟା୫ରେ ହଠାତ୍‌ ଧୂଳିଝଡ଼ ଓ ବର୍ଷା ପବନ ହେବାରୁ ଡଙ୍ଗା ଓଲଟି ପଡ଼ିଥିଲା ବୋଲି ଉଦ୍ଧାର ମତ୍ସ୍ୟଜୀବୀ ସୁରେଶ ତରାଇ କହିଛନ୍ତି। ସେ ଦୁଇ ଡଙ୍ଗାକୁ ଧରି ପାଣିରେ ଭାସିଥିଲେ। ତାଙ୍କ ପାଖରେ ଥିବା ଟର୍ଚ୍ଚ ଓ ଲଣ୍ଠନ ବୁଡ଼ି ଯାଇଥିଲା। ବିଳମ୍ବିତ ରାତିରେ ଉଦ୍ଧାରକାରୀ ଆସି ଆମକୁ ଉଦ୍ଧାର କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ସର୍ବେଶ୍ୱର ସାମଲ, ଉଲ୍ଲାସ ବେହେରା, ଘୁଙ୍ଗା ତରେଇ, ସୁଶାନ୍ତ ସାମଲ, ପ୍ରମୋଦ ସାମଲ, ପ୍ରଶାନ୍ତ ତରେଇ, କ୍ଷୀର ତରେଇ, ପ୍ରମୋଦ ପାଣି ପ୍ରମୁଖଙ୍କ ଡଙ୍ଗା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଶ୍ୱାଳୀ ପିପ୍ପଳ, କାଳିଆପାଟ, ଗଣ୍ଡିକିପୁର ଗ୍ରାମର ଏହି ମତ୍ସ୍ୟଜୀବୀ ବୋଲି ଜଣାଯାଇଛି। ଡଙ୍ଗାବୁଡି ସମ୍ପର୍କରେ ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁଙ୍କୁ ପଚାରିବାରେ ସେ କୁହନ୍ତି, କାଳବୈଶାଖୀ ସମ୍ପର୍କରେ କୌଣସି ପୂର୍ବାନୁମାନ ନ ଥିବାରୁ ଆମ୍ଭେ ସତର୍କ କରି ନ ଥିଲୁ। ଡଙ୍ଗା ସମ୍ପର୍କରେ ଶୁକ୍ରବାର ଯାଞ୍ଚ କରାଯାଇଛି। ମତ୍ସ୍ୟଜୀବୀମାନେ ମଧ୍ୟ ନିଜ ଆଡ଼ୁ ଆବେଦନ କରିଛନ୍ତି। ସେମାନଙ୍କ କ୍ଷତିପୂରଣ ସମ୍ପର୍କରେ ବିଭାଗକୁ ଅବଗତ କରାଯିବ। ନିଖୋଜ ବୃଦ୍ଧ ଦମ୍ପତିଙ୍କ ପରିଚୟ ମିଳିନାହିଁ। ସେମାନେ ଗଣ୍ଡିକିପୁର ବଢ଼ିଆର ବସିନ୍ଦା ବୋଲି ଜଣାଯାଇଛି। କେହି ଉଦ୍ଧାର ହୋଇଛନ୍ତି କହୁଥିବାବେଳେ ଆଉ କେତେକ ନିଖୋଜ ବୋଲି କହୁଛନ୍ତି।
ଦେବଦୂଦ ସାଜିଲେ ରମେଶ, ସୂର୍ଯ୍ୟକାନ୍ତ ଓ ତପନ
କାଳବୈଶାଖୀ ଝଡ଼ ତୋଫାନ କମିବା ପରେ ଦେବଦୂତ ସାଜି ରାମଚଣ୍ଡି ବୋଟ୍‌ ମାଲିକ ରମେଶ ଚନ୍ଦ୍ର ସେଠୀ, ତାଙ୍କ ନିକଟରେ ଥିବା ସୂର୍ଯ୍ୟକାନ୍ତ ବେହେରା ଓ ତପନ ବେହେରାଙ୍କୁ ସାଙ୍ଗରେ ନେଇ ମହାନଦୀରେ ଭାସୁଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ରାତି ୨ଟା ପର୍ଯ୍ୟନ୍ତ ଏହି ୩ଜଣ ୪୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ଏହି କାର୍ଯ୍ୟ ପାଇଁ ସମସ୍ତଙ୍କୁ ପ୍ରଶଂସା କରାଯାଇଛି। ଉଦ୍ଧାର ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଅନେକ ଖଣ୍ଡିଆ ଖାବେରା ହୋଇଛନ୍ତି। ତାଙ୍କୁ ପାରାଦୀପ ଓ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri