ପାରାଦୀପରେ ଅଲ୍‌ ଓଡ଼ିଶା ଶ୍ରମିକ ସମାବେଶ


ପାରାଦୀପ,୮।୭(ସ୍ବ.ପ୍ର.): ପାରାଦୀପର ଜୟଦେବ ସଦନ ସମ୍ମୁଖ ପଡ଼ିଆରେ ରବିବାର ସନ୍ଧ୍ୟାରେ ଅଲ୍‌ ଓଡ଼ିଶା ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଛି। ଏଫ୍‌ସିଆଇ (ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ), ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ, ଇଫ୍‌କୋ କର୍ମଚାରୀ ଆଣ୍ଡ୍‌ ଶ୍ରମିକ ୟୁନିୟନ, ଏସାର ଷ୍ଟିଲ ଇଣ୍ଡିଆ ଓ୍ବାର୍କର୍ସ ୟୁନିୟନର ମିଳିତ ଆନୁକୂଲ୍ୟରେ ଏହି ସମାବେଶ ହୋଇଥିଲା। ୟୁନିୟନର ପ୍ରତିଷ୍ଠାତା ତଥା ସର୍ବ ଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନା ଏଥିରେ ସଭାପତିତ୍ୱ କରିଥିଲେ। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ପ୍ରଭାତ ରଞ୍ଜନ ମଲ୍ଲିକ, ୟୁନିୟନ ସମ୍ପାଦକ ତନ୍ମୟ ଜେନା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଜେନା ଏହି ଅବସରରେ ଓଡ଼ିଶାର ଏଫ୍‌ସିଆଇ ଶ୍ରମିକଙ୍କ ବହୁବିଧ ସମସ୍ୟା, ପାରାଦୀପ ବନ୍ଦରରେ କାର୍ଯ୍ୟରତ ପୁଲ୍‌ ଓ୍ବାର୍କର୍ସଙ୍କ ସମସ୍ୟା, ଇଫ୍‌କୋରେ ଶ୍ରମିକଙ୍କ ପ୍ରୋଭିଡେଣ୍ଟ ଫଣ୍ଡ, ଏସାର ଷ୍ଟିଲ କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ କିପରି ଶ୍ରମିକଙ୍କୁ ଆନ୍ଦୋଳନ ପୂର୍ବରୁ ହଇରାଣ କରୁଛି ସେ ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ନିୟମ ଉଲ୍ଲଂଘନ କରି ଠିକାଦାରମାନେ ଶ୍ରମିକଙ୍କ ଇପିଏଫ୍‌, ଇଏସଆଇ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଠିକାଦାର ବଦଳିଲେ ଶ୍ରମିକଙ୍କ ଇପିଏଫ୍‌ କୋଡ୍‌ ନମ୍ବର ବଦଳିଯାଉଛି। ସେତେବେଳେ ଶ୍ରମିକମାନେ ହଇରାଣ ହେଉଛନ୍ତି। ତେଣୁ ସାରା ଓଡ଼ିଶାରେ ପ୍ରଚଳିତ ଶ୍ରମିକଙ୍କ ପାଇଁ ଗୋଟିଏ ନମ୍ବର ପ୍ରଚଳନ କରିବାକୁ ସେ ଦାବି କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ କହିଲେ ଯେ ଆସନ୍ତା ୨୧ ତାରିଖରେ ଶ୍ରମ ଓ ଯୋଗାଣ ବିଭାଗର ପ୍ରମୁଖ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରାଯିବ। ସେଥିରେ ଶ୍ରମିକଙ୍କ ପାଇଁ ଥିବା ଆଇନକୁ କଡ଼ାକଡି ପାଳନ କରିବାକୁ ପଦକ୍ଷେପ ନିଆଯିବ। ବିଧାୟକ ରାଉତରାୟ ଇଫ୍‌କୋ କମ୍ପାନୀର ମନମାନିକୁ ଏଥିରେ ବିରୋଧ କରିଥିଲେ। ୟୁନିୟନର ସ୍ଥାନୀୟ ସମ୍ପାଦକ ସନାତନ ବେହେରା ଧନ୍ୟବାଦ ଦେଇଥିଲେ। ସଭା ପୂର୍ବରୁ ନିମନ୍ତ୍ରିତ ଅତିଥିଙ୍କୁ ଅଠରବାଙ୍କୀଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ଟିଟିଲାଗଡ଼, କଟକ, ମୟୂରଭଞ୍ଜ ଆଦି ଜିଲାର ବହୁ ଶ୍ରମିକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri