ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍‌

ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍‌ ଚଳାଚଳ କଲେ ପରିବହନ ଜନିତ ପ୍ରଦୂଷଣ ହ୍ରାସ ପାଇବ ବୋଲି ସେ ମତ ରଖିଛନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ପାରାଦୀପର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଥିଲେ, ପାରାଦୀପର ପ୍ରଦୂଷଣ ରୋକିବା ଦିଗରେ କେତେକ ପଦକ୍ଷେପ ନିଆଯାଉଛି। ପାରାଦୀପ ବନ୍ଦରର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟଟନ୍ତ ଏକ ଫ୍ଲାଏଓଭର ନିର୍ମାଣ କରାଯିବ। ଯାହା ଏବେ ଟେଣ୍ଡର ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିସହ ଅଗଷ୍ଟ ମାସରୁ ପାରାଦୀପ-ହରିଦାସପୁର ରେଳ ଚଳାଚଳ କଲେ ଟ୍ରକ୍‌ ଦ୍ୱାରା ମାଲ୍‌ ପରିବହନ ହ୍ରାସ ପାଇବ। ଟ୍ରକ୍‌ ଦ୍ୱାରା ମାଲ୍‌ ପରିବହନ ଯୋଗୁ ରାସ୍ତାରେ ଧୂଳି ଆସ୍ତରଣ ଅଧିକ ହେଉଛି। ସେ ସବୁ ଆଉ ହେବ ନାହିଁ। ଅନ୍ୟପକ୍ଷରେ ରେଳ ଚଳାଚଳ କରିବା ପରେ ପାରାଦୀପରେ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକଗୁଡିକର ଭବିଷ୍ୟତ କ’ଣ ହେବ ବୋଲି ଜିଲାପାଳଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ, ଏ ପ୍ରସଙ୍ଗରେ ଜିଲାପାଳ କହିଥିଲେ, ଏବେ ପାରାଦୀପରେ ଶିଳ୍ପ ବଢ଼ୁଛି। ସେଥିରେ ଅନ୍ୟ ବ୍ୟବସାୟ କରି ଟ୍ରକ୍‌ ମାଲିକ ରୋଜଗାରକ୍ଷମ ହୋଇପାରିବେ।

ସୂଚନାଯୋଗ୍ୟ, ପାରାଦୀପରେ ବର୍ଷେ ହେଲା ଟ୍ରକ ସଂଘକୁ ନେଇ ଅନେକ ବିବାଦ ଦେଖାଦେଇଛି। ସଂଘ ଜରିଆରେ ଟ୍ରକ୍‌ ମାଲିକମାନେ ପଣ୍ୟ ପରିବହନ ମୂଲ୍ୟ ସ୍ଥିର କରି ଅନେକ ପରିବହନକାରୀ ସଂସ୍ଥାକୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହିଭଳି ଏକ ବୃହତ୍‌ ପରିବହନକାରୀ ସଂସ୍ଥା ୨୦୧୮ରେ ଟ୍ରକ୍‌ରେ ପଣ୍ୟ ପରିବହନ ବନ୍ଦ କରି ଟ୍ରେନ୍‌ରେ ପରିବହନ କରିଥିଲେ। ଯାହାକୁ ଜିଲାପାଳ ମହାପାତ୍ର କଥା ପ୍ରସଙ୍ଗରେ କହିଥିଲେ ଯେ, ଏପରି ମୂଲ୍ୟ ଦୁନିଆରେ କେଉଁଠି ହେଉ ନ ଥିବ। ଏମିତି ସ୍ଥିତିରେ ସଂଘଗୁଡିକ ଧାରଣା-ଧର୍ମଘଟ କରି ଅଡ଼ୁଆରେ ପକାଇଥାନ୍ତି। ଟ୍ରେନ୍‌ରେ ପଣ୍ୟ ପରିବହନ ହେଲେ ଟ୍ରକ ବ୍ୟବସାୟ ପାଇଁ ନକରାତ୍ମକ ସ୍ଥିତି ଆଣିପାରେ ବୋଲି ଚର୍ଚ୍ଚା ହେଲାଣି। ଅପରପକ୍ଷେ ୪ଟି ଟ୍ରକ ମାଲିକ ସଂଘ ସେମାନଙ୍କ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ମାସେ ହେଲା ନୋଟିସ୍‌ ଜାରି କରିଛନ୍ତି। କେତେକ ବେକାର ଯୁବକ ନୂଆ ଟ୍ରକ୍‌ କରିବା ପାଇଁ ସଂଘରେ ଲବି ଚଳାଇଛନ୍ତି। ଏହିଭଳି ସ୍ଥିତିରେ ପ୍ରଶାସନର ଟ୍ରକ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପ୍ରୟାସ ଆଗାମୀ ଦିନରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri