ପାରାଦୀପ ପୌରାଞ୍ଚଳ: ସ୍ଥଗିତ ରହିଲା ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ

ପାରାଦୀପ, ୯।୩ (ସ୍ବ.ପ୍ର.): ରାଜ୍ୟ ସରକାର ସହରାଞ୍ଚଳରେ ଥିବା କଚ୍ଚା ଘର ବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ୨୦୧୭ରୁ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଏଥିରେ ଦ୍ୱୈତ ଶାସନରେ ପରିଚାଳିତ ପାରାଦୀପ ପୌରାଞ୍ଚଳକୁ ସାମିଲ କରାଯାଇଛି। ୨୦୧୭ ଉସା (ଅର୍ବାନ ସ୍ଲମ ହାଉସ୍‌ ହୋଲ୍ଡ ଏରିଆ) ସର୍ଭେରେ ପୌରାଞ୍ଚଳରେ କଚ୍ଚା ଘର ସଂଖ୍ୟା ୧୪,୬୧୫ ଥିଲା। ସେଥିରୁ ୧୨,୧୦୩ ଘରକୁ ଯୋଗ୍ୟତା କାର୍ଡରେ ସାମିଲ କରାଯାଇଥିବା ପଞ୍ଚାୟତିରାଜ ଦିବସରେ ଘୋଷଣା ହୋଇଛି। କିନ୍ତୁ ସେମାନଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟା ନ ଯାଇ ସ୍ଥଗିତ ରଖାଯାଇଛି। ଏ ନେଇ ଗତ ଗୁରୁବାର ସଭା ମଞ୍ଚରେ କୁହାଯାଇଥିଲା ଯେ, କେତେକ କାରଣବଶତଃ କାର୍ଡ ବଣ୍ଟନରେ ବିଳମ୍ବ ହେଉଛି। ମାତ୍ର ଏହା ପଛରେ ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ଜମି ବିବାଦ ରହିଥିବା ଆଲୋଚନା ହେଉଛି। କାରଣ କାର୍ଡ ବଣ୍ଟନର ପୂର୍ବଦିନ ଜିଲା ଓ ବନ୍ଦର ପ୍ରଶାସନର କେତେକ ଶୀର୍ଷସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଯୋଗ୍ୟତା କାର୍ଡ ସର୍ଭେକୁ ନେଇ ପ୍ରଶ୍ନ ଉଠିଥିଲା। ଶେଷରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କାର୍ଡ ବଣ୍ଟନକୁ ସ୍ଥଗିତ ରଖିବା ସହ ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ସ୍ଥାନ ବନ୍ଦରାଞ୍ଚଳ ବୋଲି ଦର୍ଶାଯାଉଛି, ସେହି ସ୍ଥାନ ପୌରାଞ୍ଚଳ ମାନ୍ୟତା ପାଇଛି। ସମାନ ଜାଗାରେ ବୃହତ୍‌ ବନ୍ଦର ଆଇନ ୧୯୬୩ ଓ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଆଇନ ଲାଗୁ ହୋଇଛି। ଏହି ବିବାଦ ଯୋଗୁ ଉକ୍ତ ସ୍ଥାନରେ ଅନେକ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଏବର ଉସା ସର୍ଭେରେ ସମସ୍ତ ବସ୍ତିକୁ ଡ୍ରୋନ କ୍ୟାମେରା ଦ୍ୱାରା ଫଟୋ ଉଠାଯାଇ ଗଣନା କରାଯାଇଛି। ସେଗୁଡ଼ିକ ମଧ୍ୟରେ ବୃନ୍ଦାବନ କଲୋନୀ, ସିଏଲ୍‌ଆର ପ୍ଲଟ୍‌, କବରଖାନା, ବାଲିଝରା, ଭିତରଗଡ଼ ବସ୍ତି ରହିଛି। ଉକ୍ତ ବସ୍ତିରେ କେତେକ ବନ୍ଦର ସିଏଫ୍‌ଏଚ୍‌ (କ୍ଲିୟରିଂ ଫରଓ୍ବାର୍ଡ ହ୍ୟାଣ୍ଡଲିଂ) ଶ୍ରମିକ, ଡକ୍‌ ଶ୍ରମିକଙ୍କୁ ବନ୍ଦର ପକ୍ଷରୁ ପ୍ଲଟ୍‌ ଯୋଗାଇ ଦିଆଯାଇଛି। ଚାକିରି ସମୟ ଶେଷ ହେବା ପରେ ସେମାନେ ସେହି ଜାଗାରେ କରିଥିବା ଘର ଭାଙ୍ଗିବାର ନିୟମ ରହିଛି। ଘର କ୍ଲିୟରାନ୍ସ ମିଳିବା ପରେ ତାଙ୍କୁ ଫୁଲ୍‌ ଆଣ୍ଡ ଫାଇନାଲ ଅର୍ଥ (ପ୍ରାୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ) ବନ୍ଦର କର୍ତ୍ତୃପକ୍ଷ ପ୍ରଦାନ କରିବେ। ହେଲେ ସେହି ସବୁ ଘରକୁ ଉସା ସର୍ଭେରେ ସାମିଲ କରାଯାଇ ପକ୍କା ଘର ଯୋଗାଇ ଦେବା ସକାଶେ ଗଣନା କରାଯାଉଛି। ସେହିପରି ୧୯୯୦ ଦଶକରେ ବନ୍ଦର ପ୍ରଶାସନ ଇନ୍ଦିରା ପାର୍କ ଓ ଘନଗଳିଆ ବସ୍ତି ଉଚ୍ଛେଦ କରି ଭିତରଗଡ ଓ ବାଲିଝରା ବସ୍ତିକୁ ଥଇଥାନ କରିଛନ୍ତି। ସେହି ବସ୍ତିର ମାଲିକାନା ବନ୍ଦର ପ୍ରଶାସନର ହୋଇଥିଲାବେଳେ ସେଠାରେ ମଧ୍ୟ ଉସା ସର୍ଭେ କରାଯାଇଛି। ଏହି ନ୍ୟାୟରେ ଗୋଟିଏ ଘର ଲୋକଙ୍କୁ ଦୁଇଟି ଯୋଜନାରେ ସାମିଲ କରାଯାଇଛି। ବନ୍ଦର ଘର ନ ଭାଙ୍ଗିଲେ ଶ୍ରମିକଙ୍କୁ ଅର୍ଥ ମିଳିବ ନାହିଁ। ଅପରପକ୍ଷେ ରାଜ୍ୟ ସରକାରଙ୍କ ଯୋଗ୍ୟତା କାର୍ଡ ହରାଇଲେ ଶ୍ରମିକମାନେ ବିଜୁ ପକ୍କାଘର କରିପାରିବେନାହିଁ। ଏମିତି ଗୋଲକ ଧନ୍ଦା ମଧ୍ୟରେ କେତେକ ଲୋକ ଉଭୟ ସୁବିଧା ହାତେଇବା ଆଶାରେ ପତ୍ନୀ-ପତି ଉଭୟଙ୍କ ନାମ ସର୍ଭେରେ ସାମିଲ କରିଥିବାବେଳେ କେତେଜଣ ନାବାଳିକା, ନାବାଳକଙ୍କ ନାମ ମଧ୍ୟ ସର୍ଭେ ତାଲିକାରେ ଯୋଡ଼ିବାରେ ସଫଳ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜମି ବିବାଦ ସମାଧାନ ପାଇଁ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପୁନଃ ଆବେଦନ କରିଛନ୍ତି। ସମ୍ଭବତଃ ଚଳିତ ମାସ ୧୨ କିମ୍ବା ୧୩ରେ ବୈଠକ ବସିବ। ଏଥିରେ ଯଦି ଜମି ବିବାଦ ସମାଧାନ ହୋଇଯାଏ ଉଭୟ ପ୍ରଶାସନ ପାଇଁ କାମ କରିବା ସହଜ ହେବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri