ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍‌ରେ ତାଲା ଠୁଙ୍କି ପ୍ରତିବାଦ

ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ପମ୍ପ ହାଉସରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଫଳରେ ପାଣି ଯୋଗାଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।
ଅଭିଯୋଗ ଅନୁଯାୟୀ, ଉଚ୍ଚ ପ୍ରାଥମିକ ସ୍କୁଲସାହିର ୧୦୦ରୁ ଊର୍ଦ୍ଧ୍ୱ ଏବଂ କୁମୁସୀ ଗ୍ରାମର ୫ଶହରୁ ଊଦ୍ଧର୍‌ବ ପରିବାରରୁ ଉକ୍ତ ପମ୍ପ ହାଉସରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି। ଉଚ୍ଚ ପ୍ରାଥମିକ ସ୍କୁଲ ସାହି ଦେଇ ପାଇପ ବିଛାଯାଇଛି। ହେଲେ ୫୦ରୁ ଊର୍ଦ୍ଧ୍ୱ ପରିବାର ବେଆଇନ ଭାବେ ପାଇପ କଣା କରି ପମ୍ପ ଲଗାଇ ପାଣି ନେଉଛନ୍ତି। ଫଳରେ ତଳମୁଣ୍ଡକୁ ଠିକ୍‌ ଭାବେ ପାଣି ପହଞ୍ଚତ୍ ପାରୁନାହିଁ। ତୁରନ୍ତ ବେଆଇନ ପାଇପ୍‌ ସଂଯୋଗ କାଟିବା ସହ ଅନ୍ୟ ଏକ ପାଇପ୍‌ ବିଛାଇ ଜଳ ଯୋଗାଣ କରିବା ଦାବିରେ ରବିନାରାୟଣ ପଣ୍ଡା, ଦେବାଶିଷ ଧର, ଦିଲୀପ ମହାରଣା, ନରୋତ୍ତମ ମହାରଣା, ଅଜୟ ପାଣିଗ୍ରାହୀ, କୁଳମଣି ମହାରଣା, ନିନି ପଣ୍ଡା ପ୍ରମୁଖ ପମ୍ପ ହାଉସରେ ତାଲା ପକାଇ ଦେଇଛନ୍ତି। ଏହାର ସମାଧାନ ନ ହେବା ଯାଏ ତାଲା ଖୋଲିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ନେଇ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ କୁହନ୍ତି, ସେ ସମସ୍ୟା ପ୍ରତି ଅବଗତ ଅଛନ୍ତି। ନୂତନ ପାଇପ୍‌ ବିଛାଇବା ପାଇଁ ଅର୍ଥ ମଞ୍ଜୁର ହୋଇଛି। ହେଲେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ କାମ ହୋଇପାରୁନାହିଁ। ଏହାର ତୁରନ୍ତ ସମାଧାନ କରାଯିବ। ତାଲା ଖୋଲିବା ସହ ଏଥିରେ ସହଯୋଗ କରିବାକୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯିବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

ଗୁହାଳ ଭିତରକୁ ଟାଣିନେଇ ବିବାହିତା ମହିଳାଙ୍କୁ ବଳାତ୍କାର କଲେ ଯୁବକ, ତା’ପରେ…

ହିଞ୍ଜିଳିକାଟୁ, ୧୦।୬( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ଗାଈ ଗୁହାଳକୁ ଟାଣି ନେଇ ବଳତ୍କାର କରିଥିବା ନେଇ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ ୧୦ ବର୍ଷ ପୂର୍ତ୍ତି: ଗର୍ଭବତୀ ମହିଳାଙ୍କୁ ମାଗଣାରେ ଚିକିତ୍ସା

କେସିଙ୍ଗା,୧୦।୬( ତୁମେଶ୍ୱର ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାରା ଗର୍ଭବତୀ ମହିଳା ଙ୍କନିରାପଦ ମାତୃତ୍ୱ ପ୍ରୋତ୍ସାହିତ ପାଇଁ ଗତ ୨୦୧୬ରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ…

ବୀରମହାରାଜପୁର ଅଞ୍ଚଳରେ ହାତୀ ଆତଙ୍କ, ଗାଁ ଭିତରେ ପଶିଲେ ହାତୀପଲ, ଭୟଭୀତ ଅବସ୍ଥାରେ ଲୋକେ

ବୀରମହାରାଜପୁର,୧୦।୬ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସହର ଉପକଣ୍ଠ ଦେଉଳ ମୁଣ୍ଡା ଗାଁ ଭିତରେ ହାତୀପଲ ପଶିଥିଲେ। ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳେ…

ରାସ୍ତା ନିର୍ମାଣ ଦାବି, ଏକାଠି ହେଲେ ୩ ଗ୍ରାମବାସୀ: ବିକାଶ ପାଇଁ ଉଠିଲା ସ୍ବର

ପଦ୍ମପୁର,୧୦ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁପଦର ଗ୍ରାମର ୱାର୍ଡ ସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ଆଜି ଭେଲୁଆଁପଦର ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ଧାନରେ ମଣ୍ଡି ଭର୍ତ୍ତି, ମିଲରଙ୍କ ଦେଖାନାହିଁ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୧୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉମାତ୍ର ୨ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସ୍ବାଭାବିକ…

ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲେ ୨ ଡ୍ରାଇଭର, ଧକ୍କାଦେଲେ କ୍ୟାଣ୍ଟର: ଆଉ ତା’ପରେ…

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଖଜୁରପଡା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୨୬ରେ ଦୁଇ ଜଣ ଡ୍ରାଇଭରଙ୍କୁ ଏକ କ୍ୟାଣ୍ଟର ବୁଧବାର ସକାଳ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri