ପାନିର୍‌ ଲାଗି ବଡା ଗୁଲ୍‌ଗୁଲା, ଠେଲାପେଲା

ବଲାଙ୍ଗୀର ଅଫିସ, ୧ା୫ – ବଲାଙ୍ଗୀର ମ୍ୟୁନିସିପାଲିଟି ଅଧୀନ ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଓ ଖଲିଆପାଲି ଅଞ୍ଚଳରେ ପାନୀୟ ଜଳସମସ୍ୟା ଏକ ସାଧାରଣ କଥା|  ପ୍ରତିବର୍ଷ ଖରାଦିନେ ଏଠାରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଥାଏ ା ଚଳିତବର୍ଷ ମଧ୍ୟ ଖରା ବଢ଼ିବା ପରେ ଏଠାରେ ପାନୀୟ ଜଳର କଷ୍ଟ ବଢ଼ିବାରେ ଲାଗିଛି ା ଏହି ଅଞ୍ଚଳର ଜଳସମସ୍ୟାକୁ ନେଇ ଗତ ୨୬ ତାରିଖ ବିଷ୍ଣୁମୁଣ୍ଡା ଓ ଖଲିଆପାଲିର ମହିଳା ଓ ପୁରୁଷମାନେ ବଲାଙ୍ଗୀର-ଆଟଗଁା ରାସ୍ତା ଅବରୋଧ କରିଥିଲେ ା ରାସ୍ତାରୋକୋ ପରେ ବିଭାଗୀୟ ଯନ୍ତ୍ରୀ ଆସି ନିୟମିତ ପାନୀୟ ଜଳଯୋଗାଣର ପ୍ରତିଶ୍ରୁତି ଦେଇଥିଲେ ା ତେବେ କିଛି ଦିନ ହେଲା ଏହି ଅଞ୍ଚଳକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଟ୍ୟାଙ୍କର ପଠାଯାଉଥିଲେ ମଧ୍ୟ ଏଠାକାର ଜନସଂଖ୍ୟା ମୁତାବକ ପାଣି ମିଳୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ରାସ୍ତାରୋକୋ ସମୟରେ ଖରାଦିନରେ ଅନ୍ତତଃ ପକ୍ଷେ ଦିନକୁ ଦୁଇଥର ପାଣି ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ ା ତେବେ ଏ ପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନାହିଁ ା ଏହି ପଡାରେ ପିଏଚ୍‌ଡି ପାଣି ପାଇପ ବିଛା ଯାଇ ଘରକୁ ପାଇପ ସଂଯୋଗ କରାଯାଇଥିଲେ ମଧ୍ୟ ଏଥିରେ ପାଣି ଆସୁନାହିଁ ା ଅଳ୍ପ କାମ ବାକି ଅଛି । ଖୁବ୍‌ ଶୀଘ୍ର ଏହି ପାଇପରେ ପାଣି ଯୋଗାଣ କରାଯିବ ବୋଲି କିଛି ମାସ ହେଲା ବିଭାଗୀୟ ଯନ୍ତ୍ରୀମାନେ କହୁଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ ା ବଲାଙ୍ଗୀର ମ୍ୟୁନିସିପାଲିଟିର ୧୭ ନମ୍ବର ୱାର୍ଡରେ ବିଷ୍ଣୁମୁଣ୍ଡା ଓ ଖଲିଆପାଲି ରହିଥିଲେ ମଧ୍ୟ ଏହା ଯେକୌଣସି ଗ୍ରାମାଞ୍ଚଳଠାରୁ ମଧ୍ୟ ଅନୁନ୍ନତ ହୋଇପଡିଛି ବୋଲି ପଡାବାସୀ ଅଭିଯୋଗ କରିଛନ୍ତି ା ଆଜିବି ଏହି ଅଞ୍ଚଳକୁ ଗଁା ବୋଲି ଲୋକେ କହୁଛନ୍ତି ା ସାଧାରଣ ମୌଳିକ ସୁବିଧାରୁ ଏହି ପଡାବାସୀ ସମ୍ପୂର୍ଣ୍ଣ ବଞ୍ଚତ୍ତ ହୋଇଛନ୍ତି ା ପାନୀୟ ଜଳ ସମସ୍ୟା ସହ ଏହି ଉଭୟ ଗଁାରେ ଗାଧୋଇବା ପାଇଁ ଏବେ ପାଣିନାହିଁ କହିଲେ ଚଳେ ା ବିଷ୍ଣୁମୁଣ୍ଡା ହରିଜନପଡାର ଲୋକେ ନିକଟସ୍ଥ ପଥର ଖାଦାନ ଗର୍ତ୍ତରେ ଜମା ପାଣିରେ ସେମାନଙ୍କ ଗାଧୋଇବା ଓ ଶୌଚ କାର୍ଯ୍ୟ କରିଥାନ୍ତି ା ଏବେ ଖରାଦିନରେ ଏହି ପଥର ଖାଦାନ ପାଣି ଅତ୍ୟନ୍ତ ମଇଳା ଓ ପରିତ୍ୟକ୍ତ ହୋଇପଡିଥିଲେ ବି ଏଠାରେ ଲୋକେ ବାଧ୍ୟ ହୋଇ ଗାଧୋଉଛନ୍ତି ା ଫଳରେ ଲୋକଙ୍କ ମଧ୍ୟରେ ଜଳଜନିତ ରୋଗ ଓ ଚର୍ମରୋଗ ଦେଖା ଦେଉଥିବା କହିଛନ୍ତି ା ଏହି ପାଣିରୁ ଏବେ ଦୁର୍ଗନ୍ଧ ବାହାରୁଥିବା ମହିଳାମାନେ କହିଛନ୍ତି। ହରିଜନପଡାରେ ଏକମାତ୍ର ନଳକୂଅ ରହିଛି ା ଏଠାରେ ପ୍ରାୟ ପ୍ରତିଦିନ ପାଣି ସଂଗ୍ରହ ବେଳେ ଠେଲାପେଲା ଓ ଉଚ୍ଚବାଚ ହେଉଥିବା ମହିଳାମାନେ କହିଛନ୍ତି ା ପାଣି ଅଭାବ କାରଣରୁ ସେମାନଙ୍କ ପାରିବାରିକ ସମ୍ପର୍କରେ ତିକ୍ତତା ଆସୁଥିବା କହିଛନ୍ତି ା ଏପରିସ୍ଥଳେ ପ୍ରତିଶ୍ରୁତି ମୁତାବକ ଦିନକୁ ଦୁଇଥର ପାଣି ଯୋଗାଣ ନ କଲେ ଏବଂ ତୁରନ୍ତ ପାଇପ ପାଣି ସଂଯୋଗ ନ କଲେ ସେମାନେ ପୁଣି ଥରେ ରାସ୍ତାରୋକୋ ସହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ହରିଜନପଡା ମହିଳାମାନେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri