Posted inପୁରୀ

ପାନଚାଷୀଙ୍କ ଦୁର୍ଦ୍ଦଶା ବଢିଲା: ଫନୀ ପରେ ଅମ୍ଫନ ଦେଲା ଦୁଃଖ

ପୁରୀ ଅଫିସ,୨୨ା୫-ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି ବରଜ ତିଆରି କରିଥିବା ପାନଚାଷୀ ମୁଣ୍ଡରେ ହାତ ଦେଇଥିଲେ। କେମିତି ପୁଣି ବରଜକୁ ଠିଆ କରିବେ ସେହି ଚିନ୍ତାରେ ଥିଲେ। ପରେ ବହୁ କଷ୍ଟ ଓ ଋଣ କରି ପ୍ରାୟ ୪/୫ ମାସ ପରେ ନିଜ ଜୀବିକାର ମୁଖ୍ୟ ଉତ୍ସକୁ ଠିଆ କରାଇଥିଲେ। ଧୀରେ ଧୀରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବାବେଳେ ଅଚାନକ ମାଡ଼ି ଆସିଥିଲା କରୋନା ରାକ୍ଷସ। ସବୁଆଡେ ଲକ୍‌ଡାଉନ। ଗଡ଼ିଲାନି ଗାଡ଼ି, ଖୋଲିଲାନି ଦୋକାନ ବଜାର। ସବୁ ବନ୍ଦ। ଏହାର ପ୍ରଭାବ ପାନଚାଷୀଙ୍କ ଉପରେ ପଡ଼ିଲା। ବରଜ ଭିତରେ ନଷ୍ଟ ହେଲା ପାନପତ୍ର। ସେମାନେ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଥିବାବେଳେ ଗତ କିଛିଦିନ ହେବ ଲକ୍‌ଡାଉନ ସାମାନ୍ୟ କୋହଳ ହୋଇଥିଲା। ଦୋକାନ ବଜାର ଖୋଲିଲା। ଗାଡ଼ିମୋଟର କିଛିମାତ୍ରାରେ ସ୍ବାଭାବିକ ହେଲା। ପାନଚାଷୀ ମନୋବଳ ଦୃଢ କରି ଛିଡ଼ା ହେବାକୁ ଚେଷ୍ଟା କଲେ। ମାତ୍ର ପୁଣି ଦଇବ ଦାଉ ସାଧିଲା। ମାଡ଼ିଆସିଲା ବାତ୍ୟା ଅମ୍ଫନ। ବର୍ଷା, ପବନ ମାଡ଼ରେ ପୁଣି ମାଟି କାମୁଡ଼ିଲା ହଜାର ହଜାର ଏକର ପାନବରଜ। ଋଣଭାର ସହି ବରଜ ସଜାଡ଼ିିଥିବା ପାନଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଫନୀ ପରେ ଅମ୍ଫନର ଦୁଃଖ ବଳିଗଲା ବୋଲି ସେମାନେ କହୁଛନ୍ତି। ପୁରୀ ଜିଲାର କାକଟପୁର, ଅସ୍ତରଙ୍ଗ, ନିମାପଡ଼ା, ଗୋପ, ପିପିଲି ଆଦି ବ୍ଲକରେ ହଜାର ହଜାର ପାନଚାଷୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପରିବାର ସମ୍ପୂର୍ଣ୍ଣ ପାନଚାଷ ଉପରେ ହିଁ ନିର୍ଭରଶୀଳ। ପାନ ବିକିଲେ ପରିବାର ଚଳେ। ଜିଲାର ପିପିଲି, ନୟାହାଟ, ଓଥକା, କୁଣ୍ଢେଇ, ଅସ୍ତରଙ୍ଗ ଏବଂ କଟକ ଜିଲାର ନିଆଳିରେ ସାପ୍ତାହିକ ପାନ ହାଟ ରହିଛି। ଉପରୋକ୍ତ ହାଟଗୁଡ଼ିକ ଉପରେ ପିପିଲି, ବଳଙ୍ଗା, ସାତଶଙ୍ଖ, ନିମାପଡ଼ା, ବାମନାଳ, ଚାରିଛକ, ନୟାହାଟ, କାକଟପୁର, ଅସ୍ତରଙ୍ଗ, ବାଙ୍ଗୁରିଗାଁ, କୋଣାର୍କ ପ୍ରଭୃତି ଅଞ୍ଚଳର ପାନଚାଷୀ ନିର୍ଭର କରନ୍ତି। ଚାଷୀମାନେ ପାନ ବିକି ବରଜ ପାଇଁ ପଟ, ପାଖୁଡ଼ି, ରଶି, ଦଉଡ଼ି, ବାଉଁଶ, ପିଡ଼ିଆ, କୀଟନାଶକ, ଜୁଣ, ଟୋକେଇ, ବେତା ପ୍ରଭୃତି କିଣିବା ସହିତ ପରିବାର ପ୍ରତିପୋଷଣ ଲାଗି ଆବଶ୍ୟକ ଜିନିଷପତ୍ର ମଧ୍ୟ କିଣିଥାନ୍ତି। ଉକ୍ତ ପାନହାଟଗୁଡ଼ିକରୁ ପାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ପାନ କିଣି ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର, ବିଶାଖାପାଟଣା, ବାଂଲାଦେଶ, ପ୍ରଭୃତି ସ୍ଥାନକୁ ପଠାଇଥାନ୍ତି। କିନ୍ତୁ ଗତବର୍ଷ ମେ ୩ ତାରିଖ ଫନୀ ବାତ୍ୟା ପରଠାରୁ ଆଉ ଠିଆ ହୋଇପାରୁନାହାନ୍ତି ପାନଚାଷୀ। ଫନୀରେ ପାନବରଜ ଭାଙ୍ଗିବା ପରେ ଏହାକୁ ସଜାଡ଼ିବାକୁ ପ୍ରାୟ ୩/୪ ମାସ ଲାଗିଗଲା। ଏହାପରେ ଧୀରେ ଧୀରେ ପାନ ବ୍ୟବସାୟ ଜମି ଆସୁଥିବାବେଳେ କରୋନା ପାଇଁ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଲେ ପାନଚାଷୀ। ଏହି ସମୟରେ ବରଜରେ ପାନ ନଷ୍ଟ ହେବାକୁ ଲାଗିଲା। କାହାର ପାନ ତୋଳା ନ ଯାଇ ପାଚି ପଚିଗଲା ତ ପୁଣି କେହି ପାନ ତୋଳି ଫିଙ୍ଗିବାକୁ ବାଧ୍ୟ ହେଲା। ତେବେ ଦୋକାନ ବଜାର ଖୋଲିବା ପରେ ଚାଷୀମାନେ ବେଶ୍‌ ଆଶାବାଦୀ ଥିଲେ। କିନ୍ତୁ ଅମ୍ଫନର ପ୍ରକୋପ ପୁଣି ସେମାନଙ୍କ ମୁହଁରୁ ହସ ଛଡ଼ାଇ ନେଲା। ବିଶେଷକରି କାକଟପୁର, ଅସ୍ତରଙ୍ଗ, ଗୋପ ଆଦି ବ୍ଲକର ହଜାର ହଜାର ଏକର ଜମିରେ ଠିଆ ହୋଇଥିବା ପାନବରଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କାକଟପୁର ଅଞ୍ଚଳର ଚାଷୀ ପ୍ରତାପ ନାୟକ କହିଛନ୍ତି, ଗତବର୍ଷ ଫନୀ ପାନଚାଷକୁ ଉଜାଡ଼ି ଦେଇଥିଲା। ଏବେ ପୁଣି କରୋନା ଓ ଅମ୍ଫନ ଦାନରେ ଧୂଳି ଦେଲେ। ଝଡ଼ବର୍ଷାରେ ଶହ ଶହ ପାନବରଜ ମାଟି କାମୁଡ଼ି ପଡ଼ିିଛି। ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ବରଜ ସଜାଡ଼ିିଥିବା ଅନେକ ଚାଷୀ ଏବେ ମାନସିକ ଚାପରେ ରହିଛନ୍ତି। ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ନ ଦେଲେ ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

କେନାଲରେ ଆସିଲା ପାଣି: ଉପକୃତ ହେବେ ଚାଷୀ

ଡେଲାଙ୍ଗ,୩।୫(ରଶ୍ମିରଞ୍ଜନ ପ୍ରଧାନ): କେନାଲ ପାଣି ପାଇଁ ବହୁ ପ୍ରତୀକ୍ଷା ପରେ ଏବେ ତା’ର ଅନ୍ତ ଘଟିଛି। ମାଛପଡ଼ା ମାଇନରରେ କେନାଲ ପାଣି ଛଡ଼ାଯିବାରୁ ତାହା ଶେଷମୁଣ୍ଡରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri