Posted inପୁରୀ

ପାନଚାଷୀଙ୍କ ଦୁର୍ଦ୍ଦଶା ବଢିଲା: ଫନୀ ପରେ ଅମ୍ଫନ ଦେଲା ଦୁଃଖ

ପୁରୀ ଅଫିସ,୨୨ା୫-ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି ବରଜ ତିଆରି କରିଥିବା ପାନଚାଷୀ ମୁଣ୍ଡରେ ହାତ ଦେଇଥିଲେ। କେମିତି ପୁଣି ବରଜକୁ ଠିଆ କରିବେ ସେହି ଚିନ୍ତାରେ ଥିଲେ। ପରେ ବହୁ କଷ୍ଟ ଓ ଋଣ କରି ପ୍ରାୟ ୪/୫ ମାସ ପରେ ନିଜ ଜୀବିକାର ମୁଖ୍ୟ ଉତ୍ସକୁ ଠିଆ କରାଇଥିଲେ। ଧୀରେ ଧୀରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବାବେଳେ ଅଚାନକ ମାଡ଼ି ଆସିଥିଲା କରୋନା ରାକ୍ଷସ। ସବୁଆଡେ ଲକ୍‌ଡାଉନ। ଗଡ଼ିଲାନି ଗାଡ଼ି, ଖୋଲିଲାନି ଦୋକାନ ବଜାର। ସବୁ ବନ୍ଦ। ଏହାର ପ୍ରଭାବ ପାନଚାଷୀଙ୍କ ଉପରେ ପଡ଼ିଲା। ବରଜ ଭିତରେ ନଷ୍ଟ ହେଲା ପାନପତ୍ର। ସେମାନେ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଥିବାବେଳେ ଗତ କିଛିଦିନ ହେବ ଲକ୍‌ଡାଉନ ସାମାନ୍ୟ କୋହଳ ହୋଇଥିଲା। ଦୋକାନ ବଜାର ଖୋଲିଲା। ଗାଡ଼ିମୋଟର କିଛିମାତ୍ରାରେ ସ୍ବାଭାବିକ ହେଲା। ପାନଚାଷୀ ମନୋବଳ ଦୃଢ କରି ଛିଡ଼ା ହେବାକୁ ଚେଷ୍ଟା କଲେ। ମାତ୍ର ପୁଣି ଦଇବ ଦାଉ ସାଧିଲା। ମାଡ଼ିଆସିଲା ବାତ୍ୟା ଅମ୍ଫନ। ବର୍ଷା, ପବନ ମାଡ଼ରେ ପୁଣି ମାଟି କାମୁଡ଼ିଲା ହଜାର ହଜାର ଏକର ପାନବରଜ। ଋଣଭାର ସହି ବରଜ ସଜାଡ଼ିିଥିବା ପାନଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଫନୀ ପରେ ଅମ୍ଫନର ଦୁଃଖ ବଳିଗଲା ବୋଲି ସେମାନେ କହୁଛନ୍ତି। ପୁରୀ ଜିଲାର କାକଟପୁର, ଅସ୍ତରଙ୍ଗ, ନିମାପଡ଼ା, ଗୋପ, ପିପିଲି ଆଦି ବ୍ଲକରେ ହଜାର ହଜାର ପାନଚାଷୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପରିବାର ସମ୍ପୂର୍ଣ୍ଣ ପାନଚାଷ ଉପରେ ହିଁ ନିର୍ଭରଶୀଳ। ପାନ ବିକିଲେ ପରିବାର ଚଳେ। ଜିଲାର ପିପିଲି, ନୟାହାଟ, ଓଥକା, କୁଣ୍ଢେଇ, ଅସ୍ତରଙ୍ଗ ଏବଂ କଟକ ଜିଲାର ନିଆଳିରେ ସାପ୍ତାହିକ ପାନ ହାଟ ରହିଛି। ଉପରୋକ୍ତ ହାଟଗୁଡ଼ିକ ଉପରେ ପିପିଲି, ବଳଙ୍ଗା, ସାତଶଙ୍ଖ, ନିମାପଡ଼ା, ବାମନାଳ, ଚାରିଛକ, ନୟାହାଟ, କାକଟପୁର, ଅସ୍ତରଙ୍ଗ, ବାଙ୍ଗୁରିଗାଁ, କୋଣାର୍କ ପ୍ରଭୃତି ଅଞ୍ଚଳର ପାନଚାଷୀ ନିର୍ଭର କରନ୍ତି। ଚାଷୀମାନେ ପାନ ବିକି ବରଜ ପାଇଁ ପଟ, ପାଖୁଡ଼ି, ରଶି, ଦଉଡ଼ି, ବାଉଁଶ, ପିଡ଼ିଆ, କୀଟନାଶକ, ଜୁଣ, ଟୋକେଇ, ବେତା ପ୍ରଭୃତି କିଣିବା ସହିତ ପରିବାର ପ୍ରତିପୋଷଣ ଲାଗି ଆବଶ୍ୟକ ଜିନିଷପତ୍ର ମଧ୍ୟ କିଣିଥାନ୍ତି। ଉକ୍ତ ପାନହାଟଗୁଡ଼ିକରୁ ପାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ପାନ କିଣି ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର, ବିଶାଖାପାଟଣା, ବାଂଲାଦେଶ, ପ୍ରଭୃତି ସ୍ଥାନକୁ ପଠାଇଥାନ୍ତି। କିନ୍ତୁ ଗତବର୍ଷ ମେ ୩ ତାରିଖ ଫନୀ ବାତ୍ୟା ପରଠାରୁ ଆଉ ଠିଆ ହୋଇପାରୁନାହାନ୍ତି ପାନଚାଷୀ। ଫନୀରେ ପାନବରଜ ଭାଙ୍ଗିବା ପରେ ଏହାକୁ ସଜାଡ଼ିବାକୁ ପ୍ରାୟ ୩/୪ ମାସ ଲାଗିଗଲା। ଏହାପରେ ଧୀରେ ଧୀରେ ପାନ ବ୍ୟବସାୟ ଜମି ଆସୁଥିବାବେଳେ କରୋନା ପାଇଁ ପ୍ରାୟ ଦୁଇମାସ ହାତ ବାନ୍ଧି ବସିଲେ ପାନଚାଷୀ। ଏହି ସମୟରେ ବରଜରେ ପାନ ନଷ୍ଟ ହେବାକୁ ଲାଗିଲା। କାହାର ପାନ ତୋଳା ନ ଯାଇ ପାଚି ପଚିଗଲା ତ ପୁଣି କେହି ପାନ ତୋଳି ଫିଙ୍ଗିବାକୁ ବାଧ୍ୟ ହେଲା। ତେବେ ଦୋକାନ ବଜାର ଖୋଲିବା ପରେ ଚାଷୀମାନେ ବେଶ୍‌ ଆଶାବାଦୀ ଥିଲେ। କିନ୍ତୁ ଅମ୍ଫନର ପ୍ରକୋପ ପୁଣି ସେମାନଙ୍କ ମୁହଁରୁ ହସ ଛଡ଼ାଇ ନେଲା। ବିଶେଷକରି କାକଟପୁର, ଅସ୍ତରଙ୍ଗ, ଗୋପ ଆଦି ବ୍ଲକର ହଜାର ହଜାର ଏକର ଜମିରେ ଠିଆ ହୋଇଥିବା ପାନବରଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କାକଟପୁର ଅଞ୍ଚଳର ଚାଷୀ ପ୍ରତାପ ନାୟକ କହିଛନ୍ତି, ଗତବର୍ଷ ଫନୀ ପାନଚାଷକୁ ଉଜାଡ଼ି ଦେଇଥିଲା। ଏବେ ପୁଣି କରୋନା ଓ ଅମ୍ଫନ ଦାନରେ ଧୂଳି ଦେଲେ। ଝଡ଼ବର୍ଷାରେ ଶହ ଶହ ପାନବରଜ ମାଟି କାମୁଡ଼ି ପଡ଼ିିଛି। ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ବରଜ ସଜାଡ଼ିିଥିବା ଅନେକ ଚାଷୀ ଏବେ ମାନସିକ ଚାପରେ ରହିଛନ୍ତି। ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ନ ଦେଲେ ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’: ସତ୍ୟବାଦୀର ଗୋଟିପୁଅ ନୃତ୍ୟାନୁଷ୍ଠାନ ସମ୍ବର୍ଦ୍ଧିତ

ସାକ୍ଷୀଗୋପାଳ, ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ତେଲେଙ୍ଗାନାରେ ଅନୁଷ୍ଠିତ ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’ରେ ଉଚ୍ଚକୋଟୀର ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରି ସତ୍ୟବାଦୀ ଅଞ୍ଚଳର ‘ନୀଳାଦ୍ରୀ ଗୋଟିପୁଅ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri